Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଏସ୍କିମୋ କିସ୍‌ କରିବା ନେଇ ନିଷୋଧାଜ୍ଞା ଜାରି କଲା ୟୁଏଇ

ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍‌ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍‌ କରିବା ଉପରେ ନିଷେଧାଜ୍ଞା ଲଗାଇଛି । ୟୁଏଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏପରି କରିବା ନିମେନ୍ତ ନିର୍ଦ୍ଦେଶ ଜାରି କରିଛି । କରୋନା ଭାଇରସ୍‌ ଏବେ ଭୟଙ୍କର ହୋଇଥିବାବେଳେ ଏଥିରେ 600ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କଲେଣି । ଚୀନ୍‌ର ବୁହାନ ସହର ଛଡା ଅନ୍ୟ ଦେଶକୁ ମଧ୍ୟ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ 2ରୁ 14 ଦିନ ମଧ୍ୟରେ ଏହାର ପ୍ରାଥମିକ ଲକ୍ଷଣ ମଧ୍ୟ ସ୍ପଷ୍ଟ ହୋଇପାରିନାହୁଁ ।

ୟୁଏଇରେ ସାଧାରଣରେ ଜଣେ ଅନ୍ୟଜଣଙ୍କୁ ସାକ୍ଷାତ କରିବା ସମୟରେ ନାକକୁ ନାକ ଘଷିକୁ ପାରମ୍ପରିକ ଅଭିବାଦନ ଜଣାଇଥା’ନ୍ତି । ମନ୍ତ୍ରାଳୟ କହିଛି ଯେ, ସାକ୍ଷାତ ପାଇଁ ହାତରେ ହାତ ମିଶାଇବା ପରିବର୍ତ୍ତେ ଦୂରରୁ ହାତ ହଲାଇ ଅଭିବାଦନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ଦେଇଛି । ସେହିପରି ଛିଙ୍କିବା ସମୟରେ ନାକ ମୁହଁକୁ ଘୋଡାଇବାକୁ ମଧ୍ୟ ପରାମର୍ଶ ଦେଇଛି। ସେହିପରି ଜଣେ ଅନ୍ୟ ଜଣକୁ କୁଣ୍ଡାଇବା ଓ କିସ୍‌ କରିବା ଉପରେ ମଧ୍ୟ ନିଷୋଧାଜ୍ଞା ଲଗାଇଛି ।

ସୂଚନାଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ଭାଇରସ୍‌କୁ ସ୍ବାସ୍ଥ୍ୟ ଇମରଜେନ୍ସି ଘୋଷଣା କରିଛି । ୟୁଏଇରେ ଏ ପର୍ଯ୍ୟନ୍ତ କରୋନା ସମ୍ପର୍କିତ 5ଟି ଘଟଣା ସାମ୍ନାକୁ ଆସିଛି । ଏହି ସମସ୍ତ ପାଞ୍ଚଜଣ ଚୀନ୍ର ବୁହାନରୁ ଆସିଥିଲେ।

 

Categories
ଆଜିର ଖବର

ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭାରତୀୟ ସେନାକୁ ୧ କୋଟି ଦାନ କଲେ ଲତା ମଙ୍ଗେସକର୍‌

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ସେନାଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତକାଲି ଭାରତୀୟ ବାୟୁସେନାରର ସାହସିକ ପଦକ୍ଷେପ ପରେ ଲତା ମଙ୍ଗେସକର୍‌ ଭାରତୀୟ ସେନାକୁ ପ୍ରଶଂସା କରିବା ସହିତ ସାହସିକ ପୁରସ୍କାର ବାବଦକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ୍‌ ଶହୀଦ୍‌ ହେବା ପରେ ସାରା ଦେଶ ଦୁଃଖରେ ମ୍ରିୟମାଣ ହୋଇପଡିଥିବାବେଳେ ପ୍ରତିଶୋଧ ନିଆଁରେ ଫୁଟୁଥିଲା । ତେବେ ଭାରତ ପକ୍ଷରୁ ଗତକାଲି ହୋଇଥିବା ଏୟାର୍‌ଷ୍ଟ୍ରାଇକ୍‌ ପରେ ଭାରତବାସୀ ସେନାଙ୍କୁ ପ୍ରଶଂସା କରୁଛନ୍ତି । ଭାରତୀୟ ସେନାକୁ ଆମ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ବହୁତ ବଧେଇ ଜଣେଇଛନ୍ତି । ପୁଲୱାମା ଆକ୍ରମଣରେ ଶହୀଦ୍‌ ଯବାନଙ୍କ ପରିବାରକୁ ମଧ୍ୟ ସହାୟତାର ହାତ ବଢାଇଛନ୍ତି ଆମ ବଲିଉଡ୍‌ କଳାକାରମାନେ ।