କୋରୋନା ମୁକାବିଲା : ଔଷଧ ପାଇଁ 14 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ କେନ୍ଦ୍ର ସରକାର

Published: Mar 21, 2020, 8:24 pm IST

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପ୍ୟାକେଜ୍‌ର ଘୋଷଣା କରାଯାଇଛି । ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ବିଭିନ୍ନ ଔଷଧ ତଥା ଔଷଧୀୟ ସାମଗ୍ରୀ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ 14 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଦେଶରେ ମହଜୁଦ ରହିଛି । ମାତ୍ର କୋରୋନା ଅଧିକ ଦିନ ଧରି ଲାଗି ରହିଲେ ଦେଶରେ ଔଷଧର ସଙ୍କଟ ଦେଖା ଦେଇପାରେ । ତେଣୁ ସରକାର 14 ହଜାର କୋଟି ଟଙ୍କା ବିନିମୟରେ ଆବଶ୍ୟକୀୟ ଔଷଧ କିଣିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ଏହି ଔଷଧ ନିର୍ମାଣ ପାର୍କ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତିନୋଟି ରାଜ୍ୟରେ ବଲ୍କ ଡ୍ରଗ୍‌ ପାର୍କ ନିର୍ମାଣ ପାଇଁ ଏହି ଅର୍ଥକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି । (ଏଜେନ୍ସି)

Related posts