ଛଅ ମାସ ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Published: Mar 23, 2020, 12:54 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସାରା ବିଶ୍ବରେ ଏବେ କରୋନାକୁ ନେଇ ସ୍ଥିତି ବେଶ୍‌ ସଂକଟପୂର୍ଣ୍ଣ । ଭାରତରେ ମଧ୍ୟ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରରେ ଦୁଇ କରୋନା ରୋଗୀଙ୍କ ସମ୍ପର୍କରେ ଜଣାପଡିବା ପରେ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି । ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ଜିଲ୍ଲା ଓ ସହରକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହିକ୍ରମରେ ଆଜି ଛଅ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।

କରୋନା ସମୟରେ ଆନ୍ଦୋଳନ ନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ସମସ୍ତ ପୌରାଞ୍ଚଳ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର । ପରିମଳ ଓ ପାନୀୟ ଜଳ ଯେଗାଣ କର୍ମଚାରୀଙ୍କୁ ଆନ୍ଦୋଳନ ପାଇଁ ବାରଣ କରାଯାଇଛି । ଛଅ ମାସ ପାଇଁ ଆନ୍ଦୋଳନ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ପୌର, ପିଏଚ୍‌ଇଓ, ଓଡବ୍ଲ୍ୟୁଏସ୍‌ଏସ୍‌ବି, ଡବ୍ଲୁଏଟିସିସିଓ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । (ଏଜେନ୍ସି)

Related posts