Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାର ବିତର୍କ: ଏକ ଅନୁଶୀଳନ
ବିଶେଷ ଖବର

ବିଧାନସଭାର ବିତର୍କ: ଏକ ଅନୁଶୀଳନ

March 23, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଭୁକଲ୍ୟାଣ ମହାପାତ୍ର

ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରଦାନ କରାଯାଇଥାଏ। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ ଲାଗି ସରକାର ବିଧାନସଭାରେ ପ୍ରଶଂସାଭାଜନ ହୋଇଥିବାବେଳେ  ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଶାସନକଳ ଗୃହେର କଠୋର ସମାଲୋଚନାର ଶରବ୍ୟ ହୋଇଥାଏ। ତେଣୁ ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ସ୍ବେଚ୍ଛାଚାରୀ ବା ଏକଛତ୍ରବାଦୀ ହେବାର ସମ୍ଭାବନା ଯଥେଷ୍ଟ କମ୍‌ ଥାଏ। ସେଥି ଯୋଗୁଁ ଏହି ଶାସନ ବ୍ୟବସ୍ଥାକୁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଆପେଣଇ ନେଇଛନ୍ତି।

ତେବେ ଏହି ଧରଣର ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଭାଗ୍ୟର ଚୂଡ଼ାନ୍ତ ମଧ୍ୟସ୍ଥି ହେଉଛି ବିଧାନସଭା। କାରର ଏହା ଶାସନକଳର ମଙ୍ଗକୁ ଜନକଲ୍ୟାଣ ଅଭିମୁଖୀ କରାଇଥାଏ। ତେଣୁ ଲୋକମାନଙ୍କ ଭାଗ୍ୟ ସହିତ ଅନ୍ତର୍ନିହିତ ଭାବେ ଜଡିତ ଗଣତନ୍ତ୍ର ଏହି ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ବିଧାନସଭାର ବିତର୍କ ଅତ୍ୟନ୍ତ ଉପାଦେୟ, ଗଠନମୂଳକ ତଥା କଲ୍ୟାଣକାରୀ ହେବା ଆବଶ୍ୟକ।

କିନ୍ତୁ ଗତ କିଛି ବର୍ଷ ଧରି ବିଧାନସଭା ବିତର୍କର ମାନ ବିଭିନ୍ନ କାରଣରୁ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହି ଅବକ୍ଷୟର ଧାରା ଅବ୍ୟାହତ ରହିଲେ, ତାହା ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଅଚିରେ ଗୁରୁତର ବିପଦ ସୃଷ୍ଟି କରିବ ବୋଲି ବିଶାରଦମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ବିଧାନସଭାର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ସେଗୁଡିକ ହେଉଛି – ଆଇନ ତିଆରି ବା ବିଧି ପ୍ରଣୟନ, ବଜେଟ୍‌ ଓ ଅର୍ଥ  ବିଲ୍‌ ଅନୁମୋଦନ, ମହତ୍ତ୍ବପୂର୍ଣ୍ଣ ଜନସମସ୍ୟା ଗୁଡିକ ଉପରେ ଆଲୋଚନା ଚଳାଇ ପ୍ରତିକାର ସାଧନ। ଉତ୍ତମ ଆଇନ ତିଆରି ଜରିଆରେ ଲୋକମାନଙ୍କୁ ସାମଗ୍ରିକ ଭାବେ ବିଶେଷ ସୁଫଳ ଯୋଗାଇ ଦିଆଯାଇଥାଏ। ଏଥିରେ ବ୍ୟତିକ୍ରମ ଘଟିଲେ ଅର୍ଥାତ୍‌ ତ୍ରୁଟିପୂର୍ଣ୍ଣ ଆଇନ ପ୍ରଣୀତ ହେଲେ ତା’ର କୁପରିଣାମ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ।

ଅତୀତରେ ଗୋଟିଏ ଗୋଟିଏ ବିଲ୍‌ ଉପରେ ପାଞ୍ଚ/ସାତ ଦିନ ଧରି ଘମାଘୋଟ ଆଲୋଚନା ହେଉଥିଲା। ନିୟମାନୁସାରେ ବିଲଗୁଡିକ ବିଧାନସଭାରେ ଉପସ୍ଥାପନର ସାତ ଦିନ ପୂର୍ବରୁ ତା’ର ନକଲ ବିଧାୟକମାନଙ୍କୁ ଯୋଗାଇ ଦିଆଯାଉଥିଲା। ଫଳରେ ବିଧାୟକମାନେ ବିଲ୍‌ର ଭଲ ମନ୍ଦ ଦିଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରୁଥିଲେ ଏବଂ ଗୃହରେ ବିତର୍କ କାଳରେ ତହିଁରେ ଥିବା ତ୍ରୁଟିବିଚ୍ୟୁତି ବିଷୟ ଉଲ୍ଲେଖ କରି ସରକାରଙ୍କୁ ସମୁଚିତ ପରାମର୍ଶ ଦେଉଥିଲେ।

ଅପରପକ୍ଷେ ସରକାର ମଧ୍ୟ ସମସ୍ତ ସଂକୀର୍ଣ୍ଣତା ଉର୍ଦ୍ଧ୍ବରେ ବିଧାୟକମାନଙ୍କ ଉପାଦେୟ ପରାମର୍ଶଗୁଡିକ ଗ୍ରହଣ କରି ବିଲ୍‌ରେ ଆବଶ୍ୟକ ସଂଶୋଧନ ଆଣୁଥିଲେ। କିନ୍ତୁ ବର୍ତ୍ତମାନ ବିଧାନସଭାରେ ଆଇନ୍‌ ପ୍ରଣୟନ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅତ୍ୟନ୍ତ ତରବରିଆ ଭାବେ ସମ୍ପନ୍ନ ହେଉଥିବା ଦେଖାଯାଇଛି। ପରିଣାମ ସ୍ବରୂପ ତ୍ରୁଟିପୂର୍ଣ୍ଣ ବିଲ୍‌ଗୁଡିକ ଗୃହର ଅନୁମୋଦନ ଲାଭ କରୁଛି, ଯାହାର ସଂଶୋଧନ ଠିକ୍‌ ତା’ର ପରବର୍ତ୍ତୀ ଅଧିବେଶନରେ କରାଇବା ଜରୁରୀ ହୋଇ ପଡୁଛି।

ତେଣୁ ଅତୀତର ଆଇନଗୁଡିକରେ ଅପେକ୍ଷାକୃତ କମ୍‌ ପରିମାଣର ସଂଶୋଧନ ଦରକାର ହେଉଥିବାବେଳେ ବର୍ତ୍ତମାନର ଆଇନ ଅଧିକ ସଂଖ୍ୟକ ସଂଶୋଧନ ଆବଶ୍ୟକ କରୁଛି। କେବଳ ସେତିକି ନୁହେଁ, ବିଲ୍‌ ଉପରେ ବିଧାନସଭା ବିତର୍କ ସମୟ ମଧ୍ୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି। ବିଧି ପ୍ରଣୟନ ବିଧାନସଭାର ଅନ୍ୟତମ ମୁଖ୍ୟ କାର୍ଯ୍ୟ ହୋଇଥିବା ଯୋଗୁଁ ଆଇନ ତିଆରି ପାଇଁ ଗୃହରେ ଅଧିକ ସମୟ ଉପାଦେୟ ଚର୍ଚ୍ଚା ହେବା ଆବଶ୍ୟକ। ମାତ୍ର ବିଭିନ୍ନ କାରଣରୁ ଏବେ ବିଧାନସଭାରେ ଅତି ସ୍ବଳ୍ପ ସମୟ ପାଇଁ ବିଲ୍‌ ଉପରେ ଆଲୋଚନା ହେଉଛି।

ପ୍ରଥମ ଲୋକସଭା ଅଧିବେଶନରେ 48 ଦଶମିକ 74 ପ୍ରତିଶତ ସମୟ ବିଲ୍‌ ଉପରେ ବିତର୍କ ଲାଗି ବିନିଯୋଗ ହୋଇଥିବାବେଳେ 2005/06ରେ ଉଭୟ ଲୋକସଭା ଓ ରାଜ୍ୟ ସଭା ଅଧିବେଶନରେ ଯଥାକ୍ରମେ  20 ଏବଂ 23 ଶତାଂଶ ସମୟ ସେଥିନିମେନ୍ତ ଉପଯୋଗ ହୋଇଛି। ସେହିପରି ଓଡ଼ିଶା ବିଧାନସଭା ଅଧିବେଶନରେ ପ୍ରାୟ 10 ପ୍ରତିଶତ ସମୟ ଆଇନ ତିଆରି ପାଇଁ ବ୍ୟବହୃତ ହେଉଥିବା ଜଣାପଡିଛି।

ସେହିପରି ବଜେଟ୍‌ ଓ ଅର୍ଥ ବିଲ୍‌ଗୁଡିକ ଅନୁମୋଦନ କରିବା ହେଉଛି ବିଧାନସଭାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ପୂର୍ବରୁ ବଜେଟ୍‌ ବା ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ପ୍ରସ୍ତାବ ଉପରେ ବିଧାୟକମାନେ ଗଭୀରତମ ପ୍ରଦେଶକୁ ଯାଇ ଯେଭଳି ଚର୍ଚ୍ଚା ଚଳାଉଥିଲେ, ତହିଁରୁ ଭିନ୍ନ ଭିନ୍ନ ବିଷୟ ଉପରେ ସେମାନଙ୍କର ଗଭୀର ଜ୍ଞାନର ପରିଚୟ ମିଳୁଥିଲା। ମାତ୍ର ବର୍ତ୍ତମାନ ଗତାନୁଗତିକ ଧାରାରେ ଅପେକ୍ଷାକୃତ ଭାବରେ ବଜେଟ୍‌, ଅର୍ଥ ବିଲ୍ ଓ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଚର୍ଚ୍ଚା ହେବା ଫଳରେ ତହିଁରୁ ଜନସାଧାରଣଙ୍କୁ ଆବଶ୍ୟକ ସୁଫଳ ମିଳିପାରୁନାହିଁ।

ବିଧାନସଭା ବିତର୍କର ଗୁଣାତ୍ମକ ମାନ ହେଉଛି ଅନ୍ୟତମ ଭାବଗମ୍ଭୀର  ପ୍ରସଙ୍ଗ। ଗୋଟିଏ ଦିନର ବିଧାନସଭା ଅଧିବେଶନ ଲାଗି ସମ୍ପ୍ରତି ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ସାଧାରଣ ଟିକସଦାତାଙ୍କ ଅର୍ଥରେ ପରିଚାଳିତ ଅଧିବେଶନର ମୂଲ୍ୟବାନ ସମୟ ଯେପରି ଅପଚୟ ନ ହୁଏ, ସେଥିପ୍ରତି ସମେସ୍ତ ଯତ୍ନବାନ ହେବା  ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବିଧାୟକମାନେ ଗୃହରେ ଉତ୍ତମ ଗୁଣବତ୍ତାର ବିତର୍କ ଚଳାଇବା ବାଞ୍ଛନୀୟ।

ସେଥିଯୋଗୁଁ ଅତୀତରେ ବିଧାୟକମାନେ ପୂର୍ବ ପ୍ରସ୍ତୁତ ହୋଇ ବିଧାନସଭାକୁ ଆସୁଥିଲେ ଏବଂ ଗୃହରେ ଉତ୍କୃଷ୍ଟ ମାନର ଆଲୋଚନା ଚଳାଉଥିଲେ। ଫଳରେ ସରକାର ଉପରେ ତା’ର ଗଭୀର ପ୍ରଭାବ ପଡୁଥିଲା ଏବଂ ସାଧାରଣେ ବିଧାନସଭାର ମର୍ଯ୍ୟାଦା ମଧ୍ୟ ବୃଦ୍ଧି ପାଉଥିଲା। କିନ୍ତୁ ବର୍ତ୍ତମାନ ଅନେକ ବିଧାୟକ ବିନା ପ୍ରାକ୍‌- ପ୍ରସ୍ତୁତିରେ ଗୃହକୁ ଆସୁଛନ୍ତି ଓ ଅପେକ୍ଷାକୃତ ଗୌଣ ପ୍ରସଙ୍ଗ ଉପରେ ହାଲୁକା ବିତର୍କ ଚଳାଉଛନ୍ତି। ତଦ୍ବାରା ଗୋଟିଏ ପକ୍ଷରେ ବିଧାନସଭା ବିତର୍କର ମାନ ନିମ୍ନଗାମୀ ହେଉଛି, ଅନ୍ୟପକ୍ଷରେ ସେହି ଚର୍ଚ୍ଚାର ବିଶେଷ ପ୍ରଭାବ ପ୍ରଶାସନ ଉପରେ ଉପଲବ୍ଧ ହେଉନାହିଁ। ପରିଣାମରେ ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ନିକଟରେ ବିଧାନସଭା ତା’ର ପୂର୍ବ ଗାରିମା ଅତୁଟ ରଖିପାରୁନାହିଁ।

ଏତଦ୍‌ଭିନ୍ନ ଆବଶ୍ୟକ ପୂର୍ବ-ପ୍ରସ୍ତୁତି ଅଭାବରୁ ବିଧାୟକମାନେ ଗୃହରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇବା ଲାଗି ଅନେକ ସମୟ ଅପଚୟ କରୁଛନ୍ତି। ଫଳରେ ବିଧାନସଭାର ବହୁ ମୂଲ୍ୟବାନ ସମୟ ଅବାଞ୍ଚିତ ଭାବେ ନଷ୍ଟ ହେଉଛି ଏବଂ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଧିବେନଶନ ଚାଲୁଥିଲେ ସୁଦ୍ଧା ତହିଁରୁ ଉପଯୁକ୍ତ ସୁଫଳ ମିଳିପାରୁନାହିଁ।

ବିଧାନସଭା କୌଣସି ସାଧାରଣ ସଭାସ୍ଥଳୀ ନୁହେଁ  ତେଣୁ ବିଧାୟକମାନେ ଏଠାରେ ଅଧିକ ସମୟ ପାଇଁ ବକ୍ତବ୍ୟ ପ୍ରଦାନର ବିଶେଷ ଅବକାଶ ନଥାଏ। ସ୍ବଳ୍ପ ସମୟ ଭିତରେ ଉପଯୁକ୍ତ ଭାବରେ ବକ୍ତବ୍ୟ ଉପସ୍ଥାପନ କରିବା ହେଉଛି ସୁସ୍ଥ ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା। ସେଥିରେ ବ୍ୟତିକ୍ରମ ଘଟିଲେ, ବିଧାନସଭାର ମର୍ଯ୍ୟାଦାକ୍ଷୁର୍ଣ୍ଣ ହେବା ସହିତ ବିଧାୟକମାନଙ୍କ ଗୁରୁତ୍ବ ମଧ୍ୟ ହ୍ରାସ ପାଇବ, ଯାହାକି ସଂସଦୀୟ ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ।

odishaassembly
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.