Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା: ମୁମ୍ବାଇରେ ଦେଶର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ବିଶେଷ ଖବର

କରୋନା ମୁକାବିଲା: ମୁମ୍ବାଇରେ ଦେଶର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

March 24, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆରଆଇଏଲ୍‌) ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ ଘଣ୍ଟା ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ ପକ୍ଷରୁ ଆରମ୍ଭରୁ ହିଁ ବହୁମୁଖୀ ପ୍ରତିକାର ଓ ଦୀର୍ଘସ୍ଥାୟୀ ଉପାୟମାନ ନିଆଯାଉଛି ଯାହାକୁ ଦେଶର ଆବଶ୍ୟକତା ଅନୁସାରେ ବହୁଗୁଣିତ କରାଯାଇପାରିବ । ଆରଆଇଏଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ରିଲାଏନ୍ସ ରିଟେଲ୍‌, ଜିଓ, ରିଲାଏନ୍ସ ଲାଇଫସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ପରିବାରର ସମସ୍ତ ୬ ଲକ୍ଷ ସଦସ୍ୟଙ୍କୁ କୋଭିଡ୧୯ ବିରୁଦ୍ଧରେ ହୋଇଥିବା କାର୍ଯ୍ୟ ଯୋଜନା ବା ଆକ୍ସନ୍ ପ୍ଲାନ୍‌ରେ ସାମିଲ କରାଯାଇଛି। ଏହି ଆକ୍ସନ ପ୍ଲାନର ପ୍ରମୁଖ ଅଂଶଗୁଡିକ ହେଉଛି-

୧. 100 ଶଯ୍ୟା ବିଶିଷ୍ଠ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ:

ମାତ୍ର ଦୁଇ ସପ୍ତାହର ସ୍ୱଳ୍ପ ସମୟ ମଧ୍ୟରେ ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ସହ ମିଳିତ ଭାବେ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ କୋଭିଡ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କ ପାଇଁ ଏକ ଶହେ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନା କରାଯାଇଛି । ସମ୍ପୂର୍ଣ୍ଣ ଭାବେ ରିଲାଏନ୍ସ ଫାଉଣ୍ଡେସନ ଅର୍ଥରେ ନିର୍ମିତ ଏହି ଅଭିନବ ତଥା ଭାରତର ପ୍ରଥମ ଏହି ଭଳି କେନ୍ଦ୍ରରେ ଏକ ନେଗେଟିଭ୍ ପ୍ରେସର ରୁମ ରହିଛି ଯାହା ଆନ୍ତଃ ସଂକ୍ରମଣକୁ ରୋକିଥାଏ। ଏଠାରେ ସମସ୍ତ ଶଯ୍ୟା ଆବଶ୍ୟକ ଭିତ୍ତିଭୂମି ଓ ବାୟୋ ମେଡିକାଲ ଉପକରଣ ଯେପରିକି ଭେଣ୍ଟିଲେଟର, ପେସ୍ ମେକର, ଡାଏଲିସିସ୍ ମେସିନ ଏବଂ ରୋଗୀ ନୀରିକ୍ଷଣ ଉପକରଣ ସହ ରହିଛି।

ଖ. ମୁମ୍ବାଇରେ ଥିବା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ପକ୍ଷରୁ ସରକାରଙ୍କ ଦ୍ୱାରା ସୂଚିତ ଦେଶରୁ ଆସିଥିବା ବ୍ୟକ୍ତିବିଶେଷ ତଥା ସେମାନଙ୍କ ସମ୍ପର୍କରେ ଆସିଥିବା ସନ୍ଦିଗ୍ଦଙ୍କୁ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ସଂକ୍ରମିତ ରୋଗୀଙ୍କ ଆଇସୋଲେସନ ଓ ଚିକିତ୍ସା ପାଇଁ ଅତିରିକ୍ତ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।

ଗ. ବିଭିନ୍ନ ସହରରେ ମାଗଣା ଭୋଜନ ବ୍ୟବସ୍ଥା : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସହରରେ ଏନଜିଓମାନଙ୍କ ସହ ସହଭାଗିତାରେ ବର୍ତ୍ତମାନର ସଙ୍କଟ ସମୟରେ ଜରୁରୀଥିବା ଲୋକମାନଙ୍କ ଜୀବନଧାରଣ ସହଜ କରିବା ପାଇଁ ଆବଶ୍ୟକ ଭୋଜନ ବ୍ୟବସ୍ଥା କରାଯିବ।

ଘ. ଲୋଧିଭାଲି ଠାରେ ଆଇସୋଲେସନ କେନ୍ଦ୍ର ବ୍ୟବସ୍ଥା : ଆରଆଇଏଲ୍ ପକ୍ଷରୁ ମହାରାଷ୍ଟ୍ରର ଲୋଧିଭାଲିଠାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଆଇସୋଲେସନ କେନ୍ଦ୍ର ନିର୍ମାଣ କରି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

୨. ରିଲାଏନ୍ସ ଲାଇଫ ସାଇନ୍ସେ୍ସସ୍ ପକ୍ଷରୁ ପ୍ରଭାବୀ ପରୀକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ପରୀକ୍ଷଣ କିଟ୍ ଏବଂ ଆବଶ୍ୟକ ସାମଗ୍ରୀ ଆମଦାନୀ କରାଯାଉଛି । ଆମର ଡାକ୍ତର ଏବଂ ଗବେଷକମାନେ ଏହି ଘାତକ ଭୂତାଣୁର ଚିକିତ୍ସା ଖୋଜିବା କାର୍ଯ୍ୟରେ ଦିନରାତି ଲାଗିଛନ୍ତି ।

୩. ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ସୁଟ୍‌: ଆରଆଇଏଲ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି ପ୍ରତିଦିନ ଏକ ଲକ୍ଷ ମାସ୍କ ଏବଂ ସୁଟ୍ ଓ ଗାର୍ମେଣ୍ଟ ଭଳି ବହୁ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରୁଛି ଯାହାଦ୍ୱାରା ଦେଶର ସ୍ୱାସ୍ଥ୍ୟକର୍ମୀମାନେ କରୋନା ଭୂତାଣୁ ବିରୋଧରେ ସଂଗ୍ରାମରେ ସୁରକ୍ଷିତ ଭାବରେ ମୁକାବିଲା କରିପାରିବେ।

୪. ଆରଆଇଏଲ ପକ୍ଷରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରାରମ୍ଭିକ ସହଯୋଗ ଭାବେ ୫ କୋଟି ଟଙ୍କା ପ୍ରଦାନ ଘୋଷଣା କରାଯାଇଛି।

୫. ଜିଓର ହାସ୍‌ଟ୍ୟାଗ୍ କରୋନା ହାରେଗା ଇଣ୍ଡିଆ ଜିତେଗା ଅଭିଯାନ : ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ସାମାଜିକ ଦୂରତ୍ୱ ବଜାୟ ରଖି ଭାରତର ଲୋକମାନେ ନିଜ ବନ୍ଧୁ, ପରିବାର, ସହକର୍ମୀ, ବ୍ୟବସାୟ ଓ ସମାଜ ସହ ସମ୍ପର୍କରେ ସଂଯୁକ୍ତ ରହିପାରିବେ । ଭାରତକୁ ଯୋଡି ହୋଇ ରହିବା ପାଇଁ ଜିଓ ପକ୍ଷରୁ ହ୍ୟାସ୍‌ଟ୍ୟାଗ୍ କରୋନା ହାରେଗା ଇଣ୍ଡିଆ ଜିତେଗା ଅଭିଯାନର ଆରମ୍ଭ କରାଯାଇଛି। ଏହି ଉଦ୍ୟମ ଦ୍ୱାରା ଭାରତୀୟମାନେ ସୁରକ୍ଷିତ ରହିବା ସହିତ ରିମୋଟ୍ ୱାର୍କିଂ, ରିମୋଟ୍ ଲର୍ଣ୍ଣିଂ, ରିମୋଟ୍ କେୟାର, ରିମୋଟ୍ ଏନଗେଜମେଣ୍ଟ ସହ ସଂଯୁକ୍ତ ଓ କାର୍ଯ୍ୟକ୍ଷମ ରହିପାରିବେ। ଏକ ଦେଶ ଭାବେରେ ଆମେ ସମସ୍ତେ ଏକାଠି ରହିବା ଏହି ବିଶ୍ୱାସକୁ ଜିଓ ଦୋହରାଉଛି ।

କ. ବିଶ୍ୱର ପ୍ରମୁଖ ସହଭାଗିତା ପ୍ଲାଟଫର୍ମ:

ଜିଓ ମାଇକ୍ରୋସଫ୍ଟଟ୍ ଟିମ୍ସ ସହିତ ନିଜର ଡିଜିଟାଲ କ୍ଷମତାକୁ ସମ୍ମିଳିତ କରି ଏକ ଏକିକୃତ ଯୋଗାଯୋଗ ଓ ସହଭାଗିତା ପ୍ଲାଟଫର୍ମ ପ୍ରଦାନ କରୁଛି । ଯାହାଦ୍ୱାରା ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ସଂସ୍ଥା ସେମାନଙ୍କର ପେଶାଗତ କାର୍ଯ୍ୟ ସହଜରେ ଏବଂ ସୁବିଧାରେ ସାମାଜିତ ଦୂରତ୍ୱ ବଜାୟ ରଖି ମଧ୍ୟ କରିପାରିବେ । ଏଥିରେ ୱାର୍କ ଫ୍ରମ ହୋମ ବ୍ୟବସ୍ଥାରେ ଲୋକମାନେ ସହଜରେ ଅଡିଓ ଭିଡିଓ ମିଟିଂ ଏବଂ ଦୂରରେ ରହି କାର୍ଯ୍ୟ ସହଭାଗିତା କରିପାରିବେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ଜିଓ ହାପ୍‌ଟିକ୍ ଟେକ୍ନୋଲୋଜି ପକ୍ଷରୁ ଭାରତ ସରକାରଙ୍କ ପାଇଁ ନୂଆ ହ୍ୱାଟ୍ସଅପ୍ ଚାଟ୍‌ବଟ୍ ମାଇଁ ଗଭ କରୋନା ହେଲପ୍ ଡେସ୍କ ବିକଶିତ କରାଯାଇଛି ଯାହା କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କୀତ ସଠିକ ତଥ୍ୟ ପ୍ରଦାନରେ ସହାୟକ ହୋଇଛି । ଜିଓ ହାପଟିକ ପକ୍ଷରୁ ସରକାରଙ୍କ ଆବଶ୍ୟକତା ଅନୁସାରେ ଏହାର ବିକାଶ ବିନା ମୂଲ୍ୟରେ କରାଯାଇଛି ଏବଂ ଏହା ବାସ୍ତବ ସମୟରେ ତଥ୍ୟ ଅପଡେଟ୍ କରୁଛି।

ଖ. ହୋମ୍ ବ୍ରଡବ୍ୟାଣ୍ଡ

ଜିଓ ଫାଇବର, ଜିଓ ଫାଇ ଏବଂ ମୋବାଇଲ ବ୍ରଡବ୍ୟାଣ୍ଡ ଜରିଆରେ ଜିଓ ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ତଥା ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା ପ୍ରଦାନ କରୁଛି।

ଫାଇବର: ଲକ୍‌-ଡାଉନ ସମୟରେ ଘରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ଜାରି ରଖିବା ପାଇଁ ଯେଉଁ ସ୍ଥାନରେ ସମ୍ଭବ ସେଠାରେ ଜିଓ ପକ୍ଷରୁ ୧୦ ଏମ୍‌ବିପିଏସ୍ ବେସିକ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ବିନା କୌଣସି ସର୍ଭିସ ଚାର୍ଜରେ ଦିଆଯିବ। ବର୍ତ୍ତମାନ ରହିଥିବା ସମସ୍ତ ଜିଓ ଫାଇବର ଉପଭୋକ୍ତାଙ୍କୁ ସବୁ ପ୍ଲାନରେ ଦୁଇ ଗୁଣ ଡାଟା ପ୍ରଦାନ କରାଯିବ।

ମୋବାଇଲ ବ୍ରଡବ୍ୟାଣ୍ଡ: ସାମ୍ପ୍ରତିକ ସମୟରେ ଲୋକମାନଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ନିଜର ସମସ୍ତ ଆଡ୍‌-ଅନ୍ ୪ଜି ଡାଟା ଭାଉଚରରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣଜିଓ ଭଏସ୍ କଲିଂ ମିନିଟ୍ ପ୍ରଦାନ କରୁଛି । ଜନସାଧାରଣଙ୍କୁ ନିରବଚ୍ଛିନ୍ନ ମୋବାଇଲ ସେବା ଯୋଗାଇବା ପାଇଁ ଜିଓ ନିଜର ପ୍ରତିବଦ୍ଧତା ସ୍ୱରୂପ ସାରା ଦେଶରେ ଆବଶ୍ୟକୀୟ ଉପକରଣ ଓ ମାନବସମ୍ବଳ କାର୍ଯ୍ୟରେ ନିୟୋଜିତ କରିଛି ।

୬. ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ପାଇଁ ମାଗଣା ଇନ୍ଧନ ବ୍ୟବସ୍ଥା:
କୋଭିଡ୧୯ ରୋଗୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଜରୁରୀକାଳୀନ ସେବା ଗାଡିଗୁଡିକୁ ରିଲାଏନ୍ସ ପକ୍ଷରୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯିବ । ସରକାର କିମ୍ବା ସରକାରୀ ସଂସ୍ଥାଙ୍କ ଦ୍ୱାରା ଦିଆଯାଉଥିବା ତାଲିକା ମୁତାବକ ଏହି ସୁବିଧା କୋଭିଡ୧୯ ରୋଗୀ ତଥା କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ପରିବହନ ପାଇଁ ଦିଆଯିବ।

୭. ରିଲାଏନ୍ସ ରିଟେଲ:
ସାରା ଦେଶରେ ରିଲାଏନ୍ସ ରିଟେଲର ରହିଥିବା ୭୩୬ ଗ୍ରୋସରୀ ଷ୍ଟୋରରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଶସ୍ୟ, ଷ୍ଟାପଲ୍ସ, ଫଳ, ପନିପରିବା, ବ୍ରେଡ୍‌, ଅନ୍ୟାନ୍ୟ ନିତିଦିନିଆ ବ୍ୟବହୃତ ସାମଗ୍ରୀ ଉପଲବ୍ଧ କରାଯିବ। ଏହାଦ୍ୱାରା ଜନସାଧାରଣଙ୍କୁ ଘରେ ଅତ୍ୟଧିକ ଖାଦ୍ୟସାମଗ୍ରୀ ମହଜୁଦ କରିବା ପାଇଁ ପଡିବ ନାହିଁ ।

କ. ଯେଉଁ ସ୍ଥାନରେ ସମ୍ଭବ ଏହି ଗ୍ରୋସରୀ ଷ୍ଟୋରଗୁଡିକ ଅଧିକ ସମୟ ପାଇଁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲାରହିବ ।

ଖ. ରିଲାଏନ୍ସ ରିଟେଲ ଆଉଟଲେଟ୍ ଗୁଡିକରେ ସରକାରଙ୍କ ଦ୍ୱାରା ଘୋଷିତ ମୂଲ୍ୟରେ ସମସ୍ତ ପରିମଳ ଓ ପରିଚ୍ଛନ୍ନତା ଉତ୍ପାଦ ଓ ସାନିଟାଇଜର ଉପଲବ୍ଧ ହେବ ।

ଗ. ସମସ୍ତ ପେଟ୍ରୋଲିୟମ ରିଟେଲ ଆଉଟଲେଟ ଗ୍ରାହକମାନଙ୍କ ପାଇଁ ଖୋଲା ରହିବ ।
ଘ. ସମସ୍ତ ଷ୍ଟୋରରେ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ଓ ମାସ୍କ ଭଳି ସୁକ୍ଷା ଉପକରଣ ଏବଂ ପରିଚ୍ଛନ୍ନ ବ୍ୟବସ୍ଥା ପ୍ରଦାନ କରାଯାଇଛି ।

୮. କର୍ମଚାରୀ ସହଯୋଗ ପଦକ୍ଷେପ ସମୂହ:
ରିଲାଏନ୍ସର ସମସ୍ତ କର୍ମଚାରୀ ପରିବାର ଆମର ଶକ୍ତିର ଉତ୍ସ ହୋଇଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

କ. ବର୍ତ୍ତମାନର ସଙ୍କଟ ସମୟରେ କୌଣସି ସ୍ଥାନରେ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ରିଲାଏନ୍ସ ପକ୍ଷରୁ ବେତନ ପ୍ରଦାନ ଜାରି ରଖାଯିବ ।

ଖ. ମାସିକ ତିରିଶ ହଜାର ଟଙ୍କାରୁ କମ୍ ବେତନର କର୍ମଚାରୀଙ୍କୁ ମାସରେ ଦୁଇଥର ବେତନ ପ୍ରଦାନ କରାଯିବ ।

ଗ. ଆରଆଇଏଲ୍ ପକ୍ଷରୁ ଅଧିକାଂଶ କର୍ମଚାରୀଙ୍କୁ ୱାର୍କ-ଫ୍ରମ-ହୋମ୍ ବ୍ୟବସ୍ଥା ଦିଆଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯେପରିକି ୪୦ କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ଜିଓ ନେଟୱାର୍କ ରକ୍ଷଣାବେକ୍ଷଣ ଏବଂ ଇନ୍ଧନ, ଗ୍ରୋସରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରଖିବା ଦାୟିତ୍ୱରେ ଅଳ୍ପ ସଂଖ୍ୟକ କର୍ମଚାରୀ ନିୟୋଜିତ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.