ଖାଲି ହେଲା ଶାହିନ୍‌ ବାଗ୍‌ : ହଟିଲେ ପ୍ରଦର୍ଶନକାରୀ, ତିନି ମାସ ଧରି ଚାଲିଥିଲା ସିଏଏ ଓ ଏନ୍‌ଆରସି ବିରୋଧୀ ପ୍ରଦର୍ଶନ

Published: Mar 24, 2020, 9:17 am IST

ନୂଆଦିଲ୍ଲୀ : ଗତ 101 ଦିନ ଧରି ଦିଲ୍ଲୀର ଶାହିନ୍‌ବାଗ୍‌ଠାରେ ସିଏଏ  ଓ ଏନ୍‌ଆରସି ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ପରିଶେଷରେ ହଟାଇ ଦିଆଯାଇଛି । ମଙ୍ଗଳବାର ଶାହିନ୍‌ବାଗ ପ୍ରଦର୍ଶନକାରୀଙ୍କୁ ଏଠାରୁ ଉଠାଇ ଦିଆଯାଇଛି । ବହୁମାତ୍ରାରେ ପୋଲିସ୍‌ ଏଠାରେ ନିୟୋଜିତ ରହି ପ୍ରଦର୍ଶନକାରୀଙ୍କ ସହ ଟେଣ୍ଟ୍‌ ସବୁକୁ ହଟାଇଛନ୍ତି । ଏହା ସହିତ ନୋଏଡା-କାଳିନ୍ଦୀକୁଞ୍ଜ ସଡକକୁ ମଧ୍ୟ ଖାଲି କରାଯାଇଛି । ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ଦିଲ୍ଲୀ ପୁଲିସ୍‌ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ୧୪୪ ଧାରା ଜାରି କରିଥିଲା।  ଧାରଣାସ୍ଥଳ ଖାଲି କରିବା ସମୟରେ ଦିଲ୍ଲୀ ପୋଲିସ୍‌ 6 ମହିଳା ଓ ତିନି ପୁରୁଷଙ୍କୁ ଅଟକ ମଧ୍ୟ ରଖିଛି । ଦିଲ୍ଲୀ ସରକାର ସୋମବାର ସକାଳ୬ରୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକ୍‌ଡାଉନ୍‌ ଲାଗୁ କରିଥିବାରୁ ଶେଷରେ ଏମାନଙ୍କୁ ହଟିବାକୁ ପଡ଼ିଛି।

Related posts