Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶ ଯାତ୍ରା ସମ୍ପର୍କରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା : ଦୁଇ ଛାତ୍ରଙ୍କ ବିରୋଧରେ ମାମଲା
ଆଜିର ଖବର

ବିଦେଶ ଯାତ୍ରା ସମ୍ପର୍କରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା : ଦୁଇ ଛାତ୍ରଙ୍କ ବିରୋଧରେ ମାମଲା

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର : କରୋନା ଭାଇରସ୍‌କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍‌ ଶକ୍ତ ହୋଇଛନ୍ତି । ବିଦେଶରୁ ଦୁଇ ଛାତ୍ର ଫେରି ଏ ଯାତ୍ରା ସମ୍ପର୍କରେ ସୂଚନା ନ ଦେଇ ଗୁପ୍ତ ରଖିବାରୁ ପୋଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦେଶ ଯାତ୍ରା ସମ୍ପର୍କରେ ସୂଚନା ଲୁଚାଇବା ଅପରାଧରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଛାତ୍ର ବିଦେଶରୁ ଭାରତକୁ ଆସିଥିଲେ  । ଫୁଲଓ୍ବାମା ପୋଲିସ୍‌ ଏହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏହି ଘଟଣାଟି ଫୁଲଓ୍ବାମା ଅବନ୍ତୀପୁରାର । ଏଠାରେ ଦୁଇ ଛାତ୍ର ବାଙ୍ଗ୍‌ଲାଦେଶ ଓ ପାକିସ୍ତାନରେ ଡାକ୍ତରୀ ପାଠ୍ୟ  ପଢୁଥିବାବେଳେ ଭାରତକୁ ଫେରିଥିଲେ । ଡବ୍ଲ୍ୟୁଏଚ୍‌ଓ ଗାଇଡଲାଇନ୍‌ ଅନୁସାରେ ବିଦେଶୀ ଫେରନ୍ତାଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ ରଖାଯିବା ଦରକାର । କିନ୍ତୁ ଏହି ଦୁହେଁ ସେମାନଙ୍କ ବିଦେଶ ଯାତ୍ରା ସମ୍ପର୍କରେ ପ୍ରଶାସନକୁ କିଛି ସୂଚନା ନ ଦେଇ ଗୋପନ ରଖିଥିଲେ । ଯେତେବଳେ ଏହା ଜଣାପଡିଲା ସେହି ଗ୍ରାମ ଲୋକମାନେ ପୋଲିସ୍‌ରେ ଏନେଇ ସୂଚନା ଦେଇଥିଲେ । ପୋଲିସ୍‌ ଆସି ଦୁହିଁଙ୍କୁ ଅଟକ ରଖିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁହିଁଙ୍କ ବିରୋଧରେ ଆଇପିସିଧାରା 188, 270, 271 ଅନୁଯାୟୀ ମାମଲା ରୁଜୁ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026
Latest News

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.