Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବର୍ତ୍ତମାନ ଆଉ ନୂଆ କରୋନା ରୋଗୀ ସୃଷ୍ଟି ହୋଇ ନାହାଁନ୍ତି, ସବୁ କୋଭିଡ19 ପରୀକ୍ଷା ନେଗେଟିଭି ଆସିଛି
ବିଶେଷ ଖବର

ଓଡିଶାରେ ବର୍ତ୍ତମାନ ଆଉ ନୂଆ କରୋନା ରୋଗୀ ସୃଷ୍ଟି ହୋଇ ନାହାଁନ୍ତି, ସବୁ କୋଭିଡ19 ପରୀକ୍ଷା ନେଗେଟିଭି ଆସିଛି

March 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଆଉ ନୂଆ ରୋଗୀ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁନ୍ତି। ପୂର୍ବରୁ ଯେଉଁ ଦୁଇଜଣ ଥିଲେ ତାହା ହିଁ ରହିଛି। ଆଜି ଦିନ 12ଟା ସୁଦ୍ଧା 190ଟି ସାମ୍ପୁଲ କୋଭିଡ19 ଟେଷ୍ଟ ପାଇଁ ପଠାଯାଇଥିଲା। ସେସବୁର ପରୀକ୍ଷା ରିପୋର୍ଟରେ ନେଗେଟିଭି ଆସିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ଏଥିସହିତ କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡକ ହେଲା..

1-କୋଭିଡ୍‌-୧୯ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ନିରନ୍ତର କାର୍ଯ୍ୟ କରୁଥିବା ପୋଲିସ୍‌ ଓ ବିଦୁ୍ୟତ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ଆଗକୁ ମଧ୍ୟ ସମସ୍ତେ ଏହିପରି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦୃଢ଼ ପଦକ୍ଷେପକୁ ସଫଳ କରିବାରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

2-ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ବଳରେ ଏମ୍‌ଏଲ୍‌ଏ-ଲ୍ୟାଡ୍‌ ଫଣ୍ଡ-୧୯୯୭ର ମଞ୍ଜୁରୀ ପାଇଁ ରହିଥିବା ନିୟମାବଳୀ ଓ ପଦ୍ଧତିରେ କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ଆବଶ୍ୟକୀୟ ମାନବସମ୍ବଳ ସୁବିଧା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ସାମଗ୍ରୀ ସଂଗ୍ରହଣ, ସ୍ୱାସ୍ଥ୍ୟ ଶିବିର ପାଇଁ ଶୌଚାଳୟ ସମେତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ, ରୋଗୀମାନଙ୍କ ପରିବହନ ପାଇଁ ଆମ୍ବୁଲନ୍ସ ଏବଂ ଅନ୍ୟାନ୍ୟ ଯାନବାହନ ବନ୍ଦୋବସ୍ତ, ଖାଦ୍ୟ, ପାନୀୟ ଜଳ, ପରିଚ୍ଛନ୍ନତା ଏବଂ କର୍ମଚାରୀ ନିୟୋଜନ ତଥା ଆଇସୋଲେସନ୍‌ ସେଣ୍ଟରଗୁଡ଼ିକ ପାଇଁ ବିଭିନ୍ନ ସୁବିଧା ସକାଶେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଛନ୍ତି।

3-ଯେଉଁ କର୍ମଚାରୀମାନଙ୍କର ବଦଳି କରାଯାଇଛି ସେମାନେ ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ବ୍ୟତିକ୍ରମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

4-ଓଡ଼ିଶା ସରକାର ଏକ ବିଜ୍ଞପ୍ତି ବଳରେ ରାଜ୍ୟରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି । କେବଳ ସ୍ୱାସ୍ଥ୍ୟସେବା ଓ କୋଭିଡ୍‌-୧୯ ସଂପୃକ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ।

5-ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ (ପିଡିଏସ୍‌) ଓ ପେନ୍‌ସନ୍‌ ସେମାନଙ୍କ ଘରେ ପହଞ୍ଚାଇଦେବା ନିମନ୍ତେ ଓଡ଼ିଶା ସରକାର ଏକ ଆଦେଶନାମା ଜରିଆରେ ସମସ୍ତ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍‌, ସମସ୍ତ ପୌରାଞ୍ଚଳ କମିଶନର ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆବଶ୍ୟକ ହେଲେ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ଏଥିରେ ନିୟୋଜିତ କରିପାରିବେ।

6-ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ।

7-ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି।

8-ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି।

9-ବର୍ତ୍ତମାନ ସୁଦ୍ଧା ୯ଟି ମନିଟରିଂ ଟିମ୍‌ ଏଥି ପାଇଁ କାର୍ଯ୍ୟ କରୁଛନ୍ତି।

10-ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ।

11-କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

12-ରାଜ୍ୟ ସରକାରଙ୍କ ଆଦେଶନାମା ଅନୁସାରେ କୋଭିଡ୍‌-୧୯ ପରି ଲକ୍ଷଣ ହେତୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀମାନେ ୧୪ ଦିନ ନିମନ୍ତେ କର୍ମସ୍ଥଳୀ ତ୍ୟାଗ କରି ଘରୋଇ ସଙ୍ଗରୋଧରେ ରହିପାରିବେ।

13-ବହୁମୂତ୍ର, ନିଃଶ୍ୱାସପ୍ରଶ୍ୱାସରେ ସମସ୍ୟା, ବୃକକ୍‌ଜନିତ ରୋଗ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଜୀବନ କ୍ଷତିକାରକ ଅସୁସ୍ଥତାରେ ଥିବା ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Covid19Alret SubratoBagchi
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.