Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ବିପଦ ସମୟରେ ରାଜନୀତିର ଏକ ମାନବୀୟ ଚେହେରା ଆମେ ଦେଖି ପାରିବା କି?
ବିଶେଷ ଖବର

କରୋନା ବିପଦ ସମୟରେ ରାଜନୀତିର ଏକ ମାନବୀୟ ଚେହେରା ଆମେ ଦେଖି ପାରିବା କି?

March 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପୂରା ଦେଶ ଆଜି ଯେତେବେଳେ ନିଜକୁ ଗୃହବନ୍ଦୀ କରି ରଖିଛି ଓ ନିଜର ଆର୍ଥିକ ଭବିଷ୍ୟତକୁ ନେଇ ଆଶଙ୍କାରେ ଠିଆ ହୋଇଛି, ସେତେବେଳେ ଜାତୀୟ ରାଜନୀତିର ଚେହେରା କେମିତି ହେବା ଉଚିତ? ଏହା ପ୍ରଶ୍ନ ନୁହେଁ, ଏହା ଗୋଟେ ପ୍ରକାର ଆଶାବାଦ। ଅନ୍ତତଃ ଆଜିର ରାଜନୀତିରେ ବିଭାଜନ ଓ ବିତର୍କର ଆବଶ୍ୟକତା ନାହିଁ। ଆଜି ପୂରା ଦେଶକୁ ଏକାଠି ଠିଆ ହେବାକୁ ପଡିବ। ଯେତେବେଳେ ସାରା ଦେଶର ଅର୍ଥନୀତି ଅନ୍ଧାର ଆଡକୁ ଗତି କରୁଛି, ସେତେବେଳେ ରାଜନୀତିରେ ଏକତାର କଥା ଆମେ ଆଶା କରିବା ଅନୁଚିତ ହେବନାହିଁ। ହେଲେ ଏଇ ଏକତାର ବାର୍ତ୍ତା ଆସିବ କେଉଁଠୁ? ଯେଉଁମାନଙ୍କ ହାତରେ ଦେଶର ଶାସନ ଦାୟିତ୍ଵ ରହିଛି, ସେମାନେ ପ୍ରଥମେ ଏ ପ୍ରକାର ରାଜନୀତିର ଆରମ୍ଭ କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସମ୍ପର୍କରେ ପ୍ରଥମେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସହ କଥା ହେଲେ। ତାପରେ ଦେଶକୁ  ଦୁଇଥର ଉଦବୋଧନ ଦେଲେଣି। ଆଜିଠୁ ସାରାଦେଶରେ ୨୧ ଦିନ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରି ସାରିଲେଣି। ଗଣମାଧ୍ୟମକୁ ଉଦବୋଧନ ଦେଲେଣି। (ଗଣମାଧ୍ୟମ ସହିତ କଥା ହେବା ସମୟରେ ଆମ ପକ୍ଷ ଅବଶ୍ୟ ଶୁଣିନଥିଲେ।) ତା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ସେ ଆଲୋଚନା କରିଥିଲେ। ହେଲେ ଏ ପର୍ୟନ୍ତ ଦେଶର ରାଜନୈତିକ ଦଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିନାହାନ୍ତି। ରାଜନୈତିକ ଏକତାର ପ୍ରଦର୍ଶନ ଲାଗି ଏହା ସର୍ବପ୍ରଥମ ଆବଶ୍ୟକତା ନଥିଲା କି?

ଗତ ୧୨ ଫେବୃଆରୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଟୁଇଟ ଜରିଆରେ କହିଥିଲେ ଯେ- “କରୋନା ଭୂତାଣୁ ଆମ ଲୋକ ଓ ଆମର ଅର୍ଥନୀତି ଆଗରେ ଗମ୍ଭୀର ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି। ମୁଁ ଭାବୁଛି, ସରକାର ଏ ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରୁନାହାନ୍ତି। ଏ ସଙ୍କ୍ରାନ୍ତରେ ସତର୍କ ରହିବା ନିହାତି ଆବଶ୍ୟକ।“ ସେହିପରି ଗତ ୬ ମାର୍ଚ୍ଚ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଇଂରାଜୀ ଖବର କାଗଜ “ଦି ହିନ୍ଦୁ”ରେ ଏକ ଆଲେଖ୍ୟ ଲେଖି କହିଥିଲା ଯେ – “ଆଗାମୀ ଦିନରେ ଭାରତ ତିନୋଟି ସମସ୍ୟାର ମିଳିତ ସଙ୍କଟକୁ ସାମ୍ନା କରିବାକୁ ଯାଉଛି। ସାମାଜିକ ବିଭେଦ, ଅର୍ଥନୀତିର ମାନ୍ଦାବସ୍ଥା ଓ କରୋନା ଭୂତାଣୁ ଜନିତ ମହାମାରୀ; ଏହି ତିନୋଟି ସମସ୍ୟା ମିଶାଇ ଦେଶ ଏକ ବଡ ସଙ୍କଟର ସାମ୍ନା କରିବାକୁ ଯାଉଛି। “ କଂଗ୍ରେସର ଏହି ଦୁଇ ନେତା ଯାହା କହିଥିଲେ, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି।

ବିରୋଧୀ ଦଳ ଯେତେବେଳେ କରୋନା ର ମୁକାବିଲା ଲାଗି ସରକାରଙ୍କୁ ସତର୍କ କରାଉଥିଲେ, ସେତେବେଳେ ତାଙ୍କୁ ସରକାରୀ ଦଳର ସମର୍ଥକମାନେ ଗାଳି କରୁଥିଲେ କାହିଁକି? ଆଜି ଗାଳି ବା ତାଳିର ସମୟ ନାହିଁ। ଅନେକ ସମୟରେ ରାଜନୈତିକ ବିଭେଦକୁ ଆଖି ଆଗରେ ରଖି ବିରୋଧୀ ଶାସିତ ରାଜ୍ୟ ଗୁଡିକ ବିଷୟରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଯେମିତି ଜନତା କର୍ଫ୍ୟୁ ଓ ଲକ ଡାଉନ କୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରୁଛନ୍ତି ବୋଲି ବିଭ୍ରାନ୍ତିକର ପ୍ରଚାର କରାଗଲା। ଏହା ରାଜନୀତିରେ ଅନାବଶ୍ୟକ।

ଆଜି ଦେଶ ଲାଗି ସବୁଠୁ ସବୁଠୁ ବଡ ଆବଶ୍ୟକତା ହେଉଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡିକର ସମାଧାନ। ଚୀନ, ୟୁରୋପ ଏବଂ ଆମେରିକା ଭଳି ସମ୍ପନ୍ନ ଦେଶରେ କରୋନାକୁ ଅଟକାଇବା ସମ୍ଭବ ହୋଇନାହିଁ। ତେବେ ଭାରତରେ ଏହାକୁ ଅଟକାଇବାର ଏକମାତ୍ର ବାଟ ହେଉଛି, ସାମାଜିକ ଏକତା ମାଧ୍ୟମରେ ସହମତିର ଉଦ୍ୟମ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ସଙ୍କଟ ଅତ୍ୟନ୍ତ ଗମ୍ଭୀର। ୧୧,୬୦୦ ଲୋକରେ ଆମ ପାଖରେ ଜଣେ ଜଣେ ଡାକ୍ତର ରହିଥିବା ବେଳେ, ୧୮୨୬ ଲୋକଙ୍କ ଲାଗି ରହିଛି ଗୋଟିଏ ଡାକ୍ତରଖାନା ବିଛଣା। ଅଲଗା ହୋଇ ରହିବା ପାଇଁ ପ୍ରତି ୮୪ହଜାର ଲୋକଙ୍କ ଲାଗି ମାତ୍ର ଗୋଟିଏ ବିଛଣା ରହିଛି। ଗୋଟିଏ ଗୋଟିଏ ରାଜ୍ୟକୁ କରୋନା ପରୀକ୍ଷଣ ଲାଗି ୧୦୦ ଟି ସରଞ୍ଜାମ ଯୋଗାଇ ଦେବା ସମ୍ଭବ ହେଉନି। ସେଥିରେ ଆମେ ଏତେ ବଡ ମହାମାରୀକୁ ସାମ୍ନା କରିବା କେମିତି?

ତେବେ ରାଜନୈତିକ ଇଚ୍ଛାଶକ୍ତି ଓ ସାମାଜିକ ଏକତା ଫଳରେ ଯେ କୌଣସି ବଡ ବିପଦକୁ ମୁକାବିଲା କରାଯାଇ ପାରିବ। ଗତ ସତୁରୀ ବର୍ଷ ଭିତରେ ବସନ୍ତ, ପୋଲିଓ ଏବଂ ଏଡ୍ସ ଭଳି ମହାମାରୀର ସାମ୍ନା ଆମେ ସଫଳତାର ସହିତ କରିଛୁ। ତେବେ କରୋନା କୁ ମୁକାବିଲା କରିବା ଅନ୍ୟ ମହାମାରୀ ତୁଳନାରେ ସହଜ ନୁହେଁ। ଆଜି ପର୍ୟନ୍ତ ଏହି ଭୂତାଣୁକୁ ଅବରୋଧ କରିବା ଲାଗି କୌଣସି ଟୀକା ବା ଔଷଧ ବାହାରି ନାହିଁ। ତେଣୁ ଏହାକୁ ରୋକିବା ଲାଗି କର୍ଫ୍ୟୁ, ଲକ ଡାଉନ ଭଳି କଠୋର ପଦକ୍ଷେପ ନିଆଯାଉଛି। ଏ ପ୍ରକାର କଠୋର ପଦକ୍ଷେପକୁ ସଫଳ କରିବା ଲାଗି ରାଜନୈତିକ ସହମତି ଓ ରାଜନୈତିକ ଏକତା ସବୁଠୁ ବେଶୀ ଆବଶ୍ୟକ। ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରି ସବୁ ରାଜନୈତିକ ଦଳର ମୁଖ୍ୟଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିବା ଉଚିତ ହୁଅନ୍ତା!!

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.