Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭଳି ଏକ ମହାମାରୀର ସାମ୍ନା କଲାବେଳେ ଗଣମାଧ୍ୟମ ସରକାର ସାଙ୍ଗରେ ରହିବ ନା ଲୋକଙ୍କ ସାଙ୍ଗରେ?
ବିଶେଷ ଖବର

କରୋନା ଭଳି ଏକ ମହାମାରୀର ସାମ୍ନା କଲାବେଳେ ଗଣମାଧ୍ୟମ ସରକାର ସାଙ୍ଗରେ ରହିବ ନା ଲୋକଙ୍କ ସାଙ୍ଗରେ?

March 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ କରିବାର ଅର୍ଥ ଗଣମାଧ୍ୟମ ପାଇଁ ସବୁବେଳେ ଅଲଗା। ଆମେ ଯେ କୌଣସି ବିପର୍ୟୟ ବେଳେ ଆମର କ୍ୟାମେରା ତଥା କଲମ ଧରି ଲୋକଙ୍କ ସହ ଛିଡା ହୋଇଥାଉ। ଆମର କାମ ହେଉଛି ଲୋକଙ୍କ କଥା ଦେଖାଇବା ଓ ଲେଖିବା। ଲୋକ ଯେଉଁ ପରିସ୍ଥିତିରେ ଅଛନ୍ତି ଓ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ଯାହା କରୁଛନ୍ତି, ତା ଉପରେ ଆମର କଡା ନଜର ରହିବା ଉଚିତ। ଯୁଗେ ଯୁଗେ ତାହା ହିଁ ସାମ୍ବାଦିକତାର ଧର୍ମ। ତେବେ ଏପ୍ରକାର ପରିସ୍ଥିତିରେ ସରକାରକୁ ସମାଲୋଚନା କରିବା କିମ୍ବା ଭୁଲତୃଟି ଦେଖାଇବା ଉଚିତ ନୁହଁ ବୋଲି ଏବେ ଏକ ଧାରଣା ସୃଷ୍ଟି ହୋଇଛି। ଏପ୍ରକାର ଧାରଣା, ଗୋଟେ ସମାଜକୁ ପଙ୍ଗୁ କରିଦେବ ଓ ସରକାରକୁ ଅନ୍ଧ କରିଦେବ, ଏ କଥା ଆମକୁ ବୁଝିବାକୁ ପଡିବ।

କରୋନା ଭଳି ଏକ ସଂକ୍ରାମକ ମହାମାରୀର ସ୍ଥିତିକୁ ଅନୁଧ୍ୟାନ କଲାବେଳେ ଆମେ ସରକାରଙ୍କ ଭଲକାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବୁ ଓ ସରକାର ଯେଉଁଠି ଶିଥିଳ ପଡିବେ ସେଠି ଆମେ ଖେଞ୍ଚା ମାରିବୁ। ଏକଦା କେହିଜଣେ ଦାର୍ଶନିକ କହିଥିଲେ, ଆମର କାମ ହେଉଛି ମଶା ପରି। ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ ଗୁଣୁ ହୋଇ ଉଠେଇଦେବାର କାମଟି ଆମେ କରିଥାଉ। ତେବେ ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ  ଗୁଣୁ କଲେ ସେ ରାଗିକି ହେଉ ବା ବିରକ୍ତିରେ ହେଉ ଆପଣଙ୍କୁ ଚଟକଣା ପକାଇପାରେ। ତେବେ ସେଥିପ୍ରତି ଆମେ ସବୁବେଳେ ସତର୍କ ଓ ସଜାଗ। କରୋନା ମହାମାରୀର ବ୍ୟାପକତାକୁ ଦେଖି ଭାରତରେ ଯେଉଁ ୨୧ ଦିନିଆଁ ତାଲାବନ୍ଦ ଚାଲିଛି, ତାହା ଦେଶ ପାଇଁ ଏକାନ୍ତ ଆବଶ୍ୟକ। ସଂକ୍ରମଣର ଶ୍ରୁଙ୍ଖଳା କାଟିବାକୁ ହେଲେ ଏମିତି କିଛି ବଡ ମୂଲ୍ୟ ଆମକୁ ଦେବାକୁ ପଡିବ ଓ ତାହା ଆମେ ଦେଉଛୁ ମଧ୍ୟ। ତେବେ ଏମିତି ସମୟରେ ସରକାର ଶୋଇରହିଲେ, ଆମେ ଚୁପ ବସିବା ଉଚିତ ହେବ କି?

ଏହି ଦୁର୍ଦ୍ଦିନରେ କିଛି ଚିତ୍ର ଆମକୁ ପ୍ରବଳ ବିଚଳିତ ଓ ବ୍ୟଥିତ କରୁଛି। କରୋନା ରୋକିବା ଲାଗି ଯେଉଁ ସାମାଜିକ ଦୂରତ୍ଵ ବା ତାଲା ବନ୍ଦର କଥା କୁହାଯାଇଛି, ଏହା ଏକପ୍ରକାର ମଧ୍ୟବିତ୍ତ ଛୁଟି କି? ୟା ଭିତରେ ଦୁଇଟି ଚିତ୍ର ଆମେ ଦେଖିଲୁ। ଗୋଟେ ଚିତ୍ରରେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜ ପତ୍ନୀଙ୍କ ସହିତ ଲୁଡୁ ଖେଳୁଛନ୍ତି ଓ ଆଉ ଗୋଟେ ଚିତ୍ରରେ ଦେଶର ପରିବେଶ ତଥା ସୂଚନା-ପ୍ରସାରଣ ମନ୍ତ୍ରୀ ଟ୍ରାକସୁଟ ପିନ୍ଧି ବଡ ଆରାମରେ ଟିଭିରେ ରାମାୟଣ ଦେଖୁଛନ୍ତି। ଏହାକୁ ଆମେ କଣ ବୋଲି କହିବା? ଏ ପ୍ରକାର ଛୁଟି ମନାଇବାର ଚିତ୍ର ଆମକୁ ବ୍ୟଥିତ କରୁନାହିଁ କି? ଦେଶରେ ଯେତେବେଳେ ସବୁଠୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି, ସେତେବେଳେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଲୁଡୁ ଖେଳିବାର ଚିତ୍ର, ଏହା ରୋମ ନଗରୀ ଜଳିଗଲା ବେଳେ ସେତେବେଳର ସମ୍ରାଟ ନୀରୋଙ୍କ ବଂଶୀବାଦନ ନୁହେଁ ତ!! ଅବଶ୍ୟ ଆଉ ଗୋଟେ ଚିତ୍ର ବି ଆସିଛି, ପ୍ରଧାନମନ୍ତ୍ରୀ ତାଙ୍କର ଯୋଗମୂଦ୍ରାର ଚିତ୍ର ଆମକୁ ଦେଖାଇଛନ୍ତି। ଏହାକୁ ଆମେ ସରକାରୀ ତତ୍ପରତାର ଉଦାହରଣ ବୋଲି ଭାବିନେଇ ଚୁପ ରହିବା କି?

ଭାରତରେ ଏହି ସମୟ ଅତ୍ୟନ୍ତ ସଙ୍କଟର ସମୟ। ଯେତେବେଳେ ଆମର ବଡ ବଡ ରାଜନେତାମାନେ ଛୁଟିର ସମୟ ବିତାଉଛନ୍ତି, ସେତେବେଳେ ଦେଶର ଗରିବ ଓ ଅସହାୟ ଜନତାଙ୍କ ଉପରେ ପ୍ରବଳ ନିର୍ୟାତନା ଆରମ୍ଭ ହୋଇଛି। ସରକାର କହୁଛନ୍ତି, ଲୋକଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ, ହେଲେ ଲୋକ ସରକାର ଉପରେ ବିଶ୍ଵାସ କରୁନାହାନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏବେ ରାଜରାସ୍ତାରେ ଚାଲି ଚାଲି ଗାଁ କୁ ଫେରୁଛନ୍ତି। ରାସ୍ତାରେ ଅନେକ ଲୋକ ପ୍ରାଣ ବି ହରାଇସାରିଲେଣି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଏହି ଶ୍ରମିକ ଓ ଗରିବଙ୍କ ଉପରେ ଅକଥନୀୟ ନିର୍ୟାତନାର ଚିତ୍ର ଆମେ ଦେଖୁଛୁ। ଲୋକଙ୍କ ଉପରେ ରାସାୟନିକ କୀଟାଣୁ ନାଶ ଛିଞ୍ଚୁଥିବାର ଦୃଶ୍ୟ ଦେଖି ମାନବିକତା ଉପରେ ଆମର ଭରସା ରହିବ ତ! ଏ ପ୍ରଶ୍ନ ଆଜି ଗଣମାଧ୍ୟମ ପଚାରିବାକୁ ବାଧ୍ୟ।

ଓଡିଶା ସରକାର କରୋନା ମୁକାବିଲା କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି ଓ ସେଥିଲାଗି ସରକାରଙ୍କୁ ପ୍ରଶଂସା କରିବାରେ ଆମର କାର୍ପଣ୍ୟ କରିବାର ନାହିଁ। ତେବେ ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯେଉଁ କିଛି ଚିତ୍ର ଆସୁଛି, ତାହା ଆଦୌ ପ୍ରଶଂସାଯୋଗ୍ୟ ନୁହେଁ। ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିବା ପରିବର୍ତ୍ତେ ଅନେକ ପୋଲିସ ଅଧିକାରୀ କଙ୍ଗାରୁ ଅଦାଲତ ଖୋଲି ବସିଛନ୍ତି। କିଏ ଲୋକଙ୍କୁ ମନଇଛା ମାଡ ମାରିଲାଣି ତ ଆଉ କିଏ ଲୋକଙ୍କୁ ରାସ୍ତାରେ କାନଧରେଇ ବସ ଉଠ କଲାଣି। ସବୁଠୁ ଜଘନ୍ୟ ଚିତ୍ର ହେଉଛି, ଲୋକଙ୍କୁ ହୀନସ୍ତା କରାଇବାକୁ ସେମାନଙ୍କ ଛାତିରେ ଏକ ପୋଷ୍ଟର ମାରି “ମୁଁ ଦେଶର ଶତ୍ରୁ” ବୋଲି ଦେଖାଯାଉଛି ଓ ବୀରଦର୍ପରେ ଆମର ଗଣମାଧ୍ୟମ ଏହାକୁ ପ୍ରଦର୍ଶିତ କରୁଛନ୍ତି।

ଉଭୟ ପୋଲିସ ଓ ଗଣମାଧ୍ୟମର ଏହା ସବୁଠୁ ବଡ ବର୍ବରତା। ଦେଶର ଶତ୍ରୁ ବୋଲି ଜଣେ ଲୋକର ଛାତିରେ ପୋଷ୍ଟର ମାରିବା ଏକ ଅପରାଧ ଓ ଏ ପ୍ରକାର ଅପରାଧ ପାଇଁ ଦେଶର ସମ୍ବିଧାନ ଆଗରେ ଆମେ ସମସ୍ତେ ଲଜ୍ଜିତ ହେବାକୁ ବାଧ୍ୟ।

କରୋନା ମହାମାରୀ ସାମ୍ବାଦିକତାର ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.