ସାବଧାନ, ଚତୁର୍ଥ ଆକ୍ରାନ୍ତ ପାଖରେ କରୋନାର କୌଣସି ଲକ୍ଷଣ ନ ଥିଲା, ହେଲେ ପରୀକ୍ଷା ପରେ ବାହାରିଲା ପଜେଟିଭ

Published: Mar 31, 2020, 11:25 pm IST

ଭୁବନେଶ୍ବର, ଭଦ୍ରକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରନ୍ତ ସପଂର୍କରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଦେଇଛି। ବିଭାଗର ରିପୋର୍ଟ ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଦେହରେ କୌଣସି ଥଣ୍ଡାକାସ ପରି ଲକ୍ଷଣ ନ ଥିଲା। ହେଲେ ସେ ବିଦେଶରୁ ଆସିଥିବାଏବଂ ତାଙ୍କ ଶରୀରକୁ ନିରୀକ୍ଷଣ କରିବା ପରେ ତାଙ୍କ ପ୍ରତି ଡାକ୍ତରଙ୍କ ସନ୍ଦେହ ବୃଦ୍ଧି ପାଇଥିଲା। ଫଳରେ ତାଙ୍କର ନମୂନା ପରୀକ୍ଷା ପାଇଁ ଅଣାଯାଇଥିଲା। ଏମସରେ ଏହାର ପରୀକ୍ଷା କରିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା।

ଫଳରେ ବର୍ତ୍ତମାନ ବିଦେଶରୁ ଆସିଥିବା ବ୍ୟକ୍ତି ନିହାତି ସଂଗରୋଧ ବା ଏକାନ୍ତବାସରେ ରହିବା ଆବଶ୍ୟକ। ଏଥିସହିତ ଘର ଭିତରେ ରହିବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ବାହାରେ କୌଣସି ବ୍ୟକ୍ତି ଭଲ ଦେଖାଯାଉଥିଲେ ମଧ୍ୟ ସେ ଯେ ଆକ୍ରନ୍ତ ହୋଇ ନ ଥିବେ ତାହା କହିବା ମୁସ୍କିଲ।

Related posts