ଭାରତୀୟ ଭାବରେ ମାନବ ସମାଜର ସହାୟତା ମୋର ପ୍ରଥମ ଧର୍ମ : ଯୁବରାଜ ସିଂ

Published: Apr 1, 2020, 7:44 pm IST

ଚଣ୍ଡୀଗଡ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଇଣ୍ଟରନେଟ୍‌ର ରୋଷର ଶିକାର ହୋଇଛନ୍ତି। କରୋନା ଆତଙ୍କ ସମୟରେ ସେ ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଫାଉଣ୍ଡେସନ୍‌ର ସହାୟତା ପାଇଁ ନିବେଦନ କରିବା କାରଣରୁ ଯୁବିଙ୍କୁ ଟ୍ରୋଲ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଯୁବରାଜ ନିଜର ସଫେଇରେ କହିଛନ୍ତି, ପ୍ରଥମେ ମୁଁ ଜଣେ ଭାରତୀୟ ଏବଂ ଭାରତୀୟ ଭାବରେ ମାନବତ୍ୱର ରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ଏପରି ସଙ୍କଟ ସମୟରେ ପରସ୍ପରକୁ ସହାୟତା କରିବା ଆଦୌ ଭୁଲ ଜିନିଷ ନୁହେଁ ବୋଲି ଯୁବି ସ୍ପଷ୍ଟୀକରଣ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଯୁବରାଜ ଏବଂ ହରଭଜନ ଏକ ଭିଡିଓରେ ପାକିସ୍ତାନୀ କ୍ରିକେଟରଙ୍କ ଫାଉଣ୍ଡେସନ୍‌କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଟ୍ୱିଟ୍ଟରରେ ଦୁଇଟି ଟ୍ରେଣ୍ଡ ସୃଷ୍ଟି ହୋଇଥିଲା। ସେମ୍ ଅନ୍ ୟୁଭି ଭଜ୍ଜି ଓ ଆଇ ସପୋର୍ଟ ୟୁଭି ପରି ଏହି ଟ୍ରେଣ୍ଡ ପ୍ରଥମ ୫ ଟ୍ରେଣ୍ଡ ମଧ୍ୟରେ ସ୍ଥାନ ପାଇଥିଲା।

Related posts