Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବ୍ଲକରେ ଗରିବଙ୍କୁ ମିଳୁନି ରନ୍ଧାଖାଦ୍ୟ: ଭୋକ ଉପାସରେ ୩ଛୁଆଙ୍କ ସହ ଗୁରୁବାରୀ: ବିଡିଓଙ୍କୁ ଗୁହାରୀ କରିବାକୁ ଆସି ନିରାଶ
ଆଜିର ଖବର

ତିର୍ତ୍ତୋଲ ବ୍ଲକରେ ଗରିବଙ୍କୁ ମିଳୁନି ରନ୍ଧାଖାଦ୍ୟ: ଭୋକ ଉପାସରେ ୩ଛୁଆଙ୍କ ସହ ଗୁରୁବାରୀ: ବିଡିଓଙ୍କୁ ଗୁହାରୀ କରିବାକୁ ଆସି ନିରାଶ

April 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲକଡାଉନ୍ ଯୋଗୁଁ ଗରୀବ ଓ ମୁଲିଆ ଶ୍ରେଣୀର ଲୋକମାନେ ନିଜର ବୃତ୍ତି ହରାଇ ଭୋକ ଉପାସରେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ। ଏମିତିକି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଦେଖାମିଳୁନି।

ଅଭିଯୋଗ ଅନୁଯାୟୀ ଉକ୍ତ ବ୍ଲକ କାର୍ଯ୍ୟାଳୟର କିଛି ମିଟର ଦୂରରେ ଏକ ଭଙ୍ଗାଘରେ ରହୁଥିବା ଲକ୍ଷ୍ମୀଧର ବିଶ୍ରା ଓ ତାଙ୍କ ପତ୍ନୀ ଗୁରବାରୀ ବିଶ୍ରା ମୁଲମଜୁରୀ କାମକରି ତାଙ୍କର ୩ଟି ଛୋଟ ପିିଲାଙ୍କ ସହ ଚଳନ୍ତି। ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିବାରୁ ମୁଲମଜୁରୀ ନପାଇ କିଛି ଦିନ ହେବ ଛୋଟଛୋଟ ଛୁଆଙ୍କ ସହ ଭୋକ ଉପାସରେ ଦିନ କାଟୁଛନ୍ତି ଗୁରୁବାରୀଙ୍କ ପରିବାର। ଏପରିକି ଭୋକର ଜ୍ୱାଳା ସହିନପାରି ନିଜର ଛୋଟଛୋଟ ଛୁଆଙ୍କୁ ସାଙ୍ଗରେ ନେଇ ଗୁରୁବାରୀ ତିର୍ତ୍ତୋଲ ବିଡିଓଙ୍କୁ ଗୁହାରୀ କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ବିଡିଓ ନଥିବାରୁ ନିରାଶ ହୋଇ ଫେରିଥିଲେ।

ଗରିବ ନିରାଶ୍ରୟ ଲୋକମାନଙ୍କୁ ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଥିଲେ ମଧ୍ୟ ତିର୍ତ୍ତୋଲ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏମିତିକି ଆଗରୁ ମଧ୍ୟ ଅନେକ ଥର ବିଡିଓଙ୍କୁ ଗୁହାରୀ କରିବାକୁ ଆସି ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ଭେଟ ନପାଇ ନିରାଶ ହୋଇ ଫେରିଛନ୍ତି ବୋଲି ଦୁଃଖର ସହ କୋହଭରା କଣ୍ଠରେ ଗୁରୁବାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ବ୍ଲକ୍ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଏକାଧିକ ଥର ଚେଷ୍ଟା କରିଥିଲେ ମଧ୍ୟ ବିଡିଓ ଫୋନ୍ ରିସିଭ୍ କରିନଥିଲେ।

ଏଠି ପ୍ରଶ୍ନ ଉଠୁଛି ଏ ରନ୍ଧାଖାଦ୍ୟ କାହାପାଇଁ, ଯଦି ବ୍ଲକର କିଛି ମିଟର ଦୂରରେ ଏକ ଭଙ୍ଗାଘରେ ରହୁଥିବା ଗୁରୁବାରୀଙ୍କ ପରିବାର ଖାଦ୍ୟ ନପାଇ ଭୋକ ଉପାସରେ ରହୁଛନ୍ତି ତେବେ ବ୍ଲକର ଅଣତିରିଶ ପଞ୍ଚାୟତରେ ବସବାସ କରୁଥିବା ଗରିବ ନିରାଶ୍ରୟ ମାନଙ୍କୁ ଯେଉଁଭଳି ଭାବରେ ଖାଦ୍ୟ ଯୋଗାଇ ଦିଆଯାଉଥିବ ତାହା ଅନୁମାନ କରାଯାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଖୋଲା ରଖିବା ନେଇ ନିର୍ଦ୍ଦେଶ ଥିଲେ ମଧ୍ୟ ତିର୍ତ୍ତୋଲ ବ୍ଳକରେ ଏହାକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି ବୋଲି କୁହାଯାଉଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.