Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରବିବାର ରାତି 9ଟା ବେଳେ 9 ମିନିଟ୍ ପାଇଁ ଘରର ଲାଇଟ ବନ୍ଦ କରି ଦୀପ ଜାଳିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

ରବିବାର ରାତି 9ଟା ବେଳେ 9 ମିନିଟ୍ ପାଇଁ ଘରର ଲାଇଟ ବନ୍ଦ କରି ଦୀପ ଜାଳିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

April 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍‌ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍‌ ପାଇଁ  ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍‌ ଫ୍ଲାସ୍ ଲାଇଟ୍‌ କିମ୍ବା ଟର୍ଚ୍ଚ ଲାଇଟ୍‌ ଆଦି ଅନ୍‌ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଏହି ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ଉପଦେଶ ଦେଇଛନ୍ତି ମୋଦୀ। ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି।

ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି  ମୋଦି । ଏହି ସଂକଟ ସମୟରେ ଦେଶବାସୀଙ୍କୁ ସାହସ ଓ ଧର୍ଯ୍ୟର ସହ କରୋନାକୁ ମୁକାବିଲା କରିବା ପାଇଁ ଆହ୍ବାନ କରିଛନ୍ତି ମୋଦୀ। ଏଥିସହିତ ସମସ୍ତ କରୋନା ଯୋଦ୍ଧାକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୋଦି। କରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ରାମବାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏକାଠି ହୋଇ ଗୋଟିଏ ସ୍ଥାନରେ ଏହା  ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ 130 କୋଟି ଦେଶବାସୀଙ୍କ ମହାଶକ୍ତି ଜାଗରଣ କରିବାକୁ ଆହ୍ବାନ କରିଛନ୍ତି ମୋଦୀ।

ଏହି ଅବସରରେ ମୋଦି ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ବେଳେ ଭାରତୀୟ ଜନତାଙ୍କ ଅନୁଶାସନ ଓ ସେବାଭାବକୁ ସମ୍ମାନ ଜଣାଇଛନ୍ତି  । ଜନତା, ଶାସନ-ପ୍ରଶାସନ ସମେସ୍ତ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି ବୋଲି କହିଛନ୍ତି ମୋଦି । କୋଟି କୋଟି ଜନତାଙ୍କ ଶକ୍ତି କରୋନା ସହ ଲଢିବା ପାଇଁ ଆମ ମନୋବଳକୁ ବଢାଇଛି ବୋଲି ମୋଦି କହିଛନ୍ତି । ଦେଶରେ କରାଯାଇଥିବା ଜନତା କର୍ଫ୍ୟୁ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ସେହିପରି ଲକ୍‌ ଡାଉନ୍‌ ସମୟରେ ସମେସ୍ତ ଅନୁଶାସନରେ ରହିଛନ୍ତି ବୋଲି କହିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026
Latest News

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ବନ

May 3, 2026

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026

ପୁଣି ଆମ ବସ ନେଲା ଜୀବନ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.