ରବିବାର ରାତି 9ଟା ବେଳେ 9 ମିନିଟ୍ ପାଇଁ ଘରର ଲାଇଟ ବନ୍ଦ କରି ଦୀପ ଜାଳିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published: Apr 3, 2020, 9:57 am IST

ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍‌ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍‌ ପାଇଁ  ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍‌ ଫ୍ଲାସ୍ ଲାଇଟ୍‌ କିମ୍ବା ଟର୍ଚ୍ଚ ଲାଇଟ୍‌ ଆଦି ଅନ୍‌ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଏହି ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ଉପଦେଶ ଦେଇଛନ୍ତି ମୋଦୀ। ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି।

ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି  ମୋଦି । ଏହି ସଂକଟ ସମୟରେ ଦେଶବାସୀଙ୍କୁ ସାହସ ଓ ଧର୍ଯ୍ୟର ସହ କରୋନାକୁ ମୁକାବିଲା କରିବା ପାଇଁ ଆହ୍ବାନ କରିଛନ୍ତି ମୋଦୀ। ଏଥିସହିତ ସମସ୍ତ କରୋନା ଯୋଦ୍ଧାକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୋଦି। କରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ରାମବାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏକାଠି ହୋଇ ଗୋଟିଏ ସ୍ଥାନରେ ଏହା  ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ 130 କୋଟି ଦେଶବାସୀଙ୍କ ମହାଶକ୍ତି ଜାଗରଣ କରିବାକୁ ଆହ୍ବାନ କରିଛନ୍ତି ମୋଦୀ।

ଏହି ଅବସରରେ ମୋଦି ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ବେଳେ ଭାରତୀୟ ଜନତାଙ୍କ ଅନୁଶାସନ ଓ ସେବାଭାବକୁ ସମ୍ମାନ ଜଣାଇଛନ୍ତି  । ଜନତା, ଶାସନ-ପ୍ରଶାସନ ସମେସ୍ତ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି ବୋଲି କହିଛନ୍ତି ମୋଦି । କୋଟି କୋଟି ଜନତାଙ୍କ ଶକ୍ତି କରୋନା ସହ ଲଢିବା ପାଇଁ ଆମ ମନୋବଳକୁ ବଢାଇଛି ବୋଲି ମୋଦି କହିଛନ୍ତି । ଦେଶରେ କରାଯାଇଥିବା ଜନତା କର୍ଫ୍ୟୁ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ସେହିପରି ଲକ୍‌ ଡାଉନ୍‌ ସମୟରେ ସମେସ୍ତ ଅନୁଶାସନରେ ରହିଛନ୍ତି ବୋଲି କହିଛନ୍ତି । (ଏଜେନ୍ସି)

Related posts