Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ମହାନଗର ପାଶ୍ବବର୍ତ୍ତୀ ଅଞ୍ଚଳରେ ବି ଲାଗୁ ହେବ 48 ଘଣ୍ଟିଆ ସଟ୍‌ ଡାଉନ୍‌, ଜାଣନ୍ତୁ କେଉଁ ସବୁ ଅଞ୍ଚଳରେ ଏହା ଜାରି ହେଉଛି
ଆଜିର ଖବର

ଭୁବନେଶ୍ବର ମହାନଗର ପାଶ୍ବବର୍ତ୍ତୀ ଅଞ୍ଚଳରେ ବି ଲାଗୁ ହେବ 48 ଘଣ୍ଟିଆ ସଟ୍‌ ଡାଉନ୍‌, ଜାଣନ୍ତୁ କେଉଁ ସବୁ ଅଞ୍ଚଳରେ ଏହା ଜାରି ହେଉଛି

April 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ ପଞ୍ଚମ କରୋନା ରୋଗୀଙ୍କ ଚିହ୍ନଟ ପରେ ତାଙ୍କଠାରେ ଦେଖାଯାଇଥିବା ବିଲକ୍ଷଣକୁ ନେଇ ରାଜ୍ୟସରକାର ବେଶ୍‌ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଭୁବନେଶ୍ବରକୁ ଆଗାମୀ 48 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ପାଇଁ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରୁ ରବିବାର ରାତ୍ରି 8ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ ଡାଉନର ଘୋଷଣା କରିଛନ୍ତି । ତେବେ ଭୁବନେଶ୍ବର ମହାନଗର ନୁହେଁ, ଭୁବନେଶ୍ବରର ପାଶ୍ବବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଭୁବନେଶ୍ବରର କେଉଁ କେଉଁ ଅଞ୍ଚଳରେ ଏହା ଲାଗୁ କରାଯିବ ।

ଭୁବନେଶ୍ବର ମହାନଗର ସହ ପାଶ୍ବବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟ୍‌ଡାଉନ୍‌ ପାଇଁ ଘୋଷଣା କରାଯାଇଛି । ସେହି ସବୁ ଅଞ୍ଚଳଗୁଡିକ ହେଉଛି ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର,ମଳିପଡା, ଅନ୍ଧାରୁଆ, ଯାଆଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟି ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ପ୍ରମୁଖ ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ କଟକରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ 4ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ବରର ପ୍ରଥମ ଓ ଦ୍ବିତୀୟ ରୋଗୀ ସୁସ୍ଥ ହୋଇଥିବାବେଳେ ପଞ୍ଚମ ଜଣ ଆକ୍ରାନ୍ତଙ୍କ ବିଲକ୍ଷଣ ଏବେ ଚିନ୍ତାରେ ପକାଇଛି । ପଞ୍ଚମ ବ୍ୟକ୍ତି ଜଣକ ନିକଟରେ ବିଦେଶ ଯାଇନଥିବାବେଳେ ସେ ରାଜ୍ୟ ବାହାରକୁ ମଧ୍ୟ ଯାଇନଥିଲେ । ଏପରିସ୍ଥିତିରେ ସେ କିପରି ସଂକ୍ରମିତ ହେଲେ, ତାହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତନାଘନା କରୁଛି । ଏଥିପାଇଁ 48 ଘଣ୍ଟିଆ ସଟ୍‌ ଡାଉନର ଘୋଷଣା କରିଛି । ଏହି ସଟ୍‌ ଡାଉନ୍‌ ଭଦ୍ରକ ଓ କଟକ ପାଇଁ ମଧ୍ୟ ଲାଗୁ କରାଯାଇଛି ।

BJP Ads
bbsr
Share. Facebook Twitter LinkedIn Email WhatsApp Copy Link

Related Posts

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025

ଦେଶରେ କେବଳ ଚାରୋଟି ବ୍ୟାଙ୍କ ରହିବ କି?: ବଡ଼ ମିଶ୍ରଣ ଯୋଜନା ପାଇଁ ଚାଲିଛି ପ୍ରସ୍ତୁତି

November 3, 2025
BJP Ads
Latest News

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.