Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରବାସୀଙ୍କୁ କଟକ-ଭୁବନେଶ୍ବର ବାରଣ

ଜଗତସିଂହପୁର : ଜଗତସିଂହପୁରବାସୀଙ୍କୁ ବାହାର ଜିଲ୍ଲାକୁ ଯିବା ମନା। ବିଶେଷକରି କଟକ ଓ ଭୁବନେଶ୍ବର ଯିବାଆସିବା ନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ କହିଲେ ଜିଲ୍ଲାପାଳ। ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ୍‌ ଯିବାକୁ ମଧ୍ୟ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସେହିପରି ନିର୍ଦ୍ଦିଷ୍ଟ ପୋର୍ଟାଲ୍‌ରେ ଲୋକେ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କଟକରେ ମଧ୍ୟ ସ୍ଥିତି ଅଣାୟତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି କଟକ ମହାନଗର ନିଗମ। କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କୌଣସି ବ୍ୟକ୍ତି କଟକ ସହରକୁ ଆସିବେ ତେବେ ସେମାନେ 14 ଦିନିଆ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରିଛନ୍ତି ସିଏମ୍‌ସି କମିଶନର।

Categories
ଆଜିର ଖବର ଜାତୀୟ ଖବର

ଟିକେଟ୍‌ ଚାହିଦା ବୃଦ୍ଧି : 5ଟି ନୂତନ ବଗି ସଞ୍ଜୋଗ ନେଇ ରେଳବାଇ ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ପକ୍ଷରୁ ରେଳ ସେବା ଆରମ୍ଭର ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକେଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅହେତୁକ ଚାହିଦା ଦେଖାଦେଇଥିଲା । ମାତ୍ର 30 ମିନିଟ୍‌ ମଧ୍ୟରେ ସମସ୍ତ ଟିକେଟ୍‌ ଶେଷ ହୋଇଯିବା କାରଣରୁ ରେଳବାଇ ପକ୍ଷରୁ ବଗି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରେ ଥାର୍ଡ ଏସିର ଚାରିଟି କୋଚ୍‌ ଏବଂ ସେକେଣ୍ଡ ଏସିର ଗୋଟିଏ କୋଚ୍‌ ଯୋଗ କରିବା ପାଇଁ ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତାତି 42 ଡିଗ୍ରୀ ଡେଇଁଲା, ସୋନପୁରରେ ସର୍ବାଧିକ 42.2 ଡିଗ୍ରୀ ତାପମାତ୍ରା

ଭୁବନେଶ୍ବର : ଆଜି ରାଜ୍ୟରେ ପାରଦ 42 ଡିଗ୍ରୀ ଡେଇଁଛି। ସୋନପୁର ସର୍ବାଧିକ ତାପମାତ୍ରା ରହିଛି । ସୋନପୁରରେ 42.2 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ରାଜ୍ୟର ଅନ୍ୟ 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ସେହିପରି ବଲାଙ୍ଗିର ଓ ଅନୁଗୋଳରେ 41.5 ଡିଗ୍ରୀ, ତାଳଚେରରେ 41.4ଡିଗ୍ରୀ, ବୌଦ୍ଧ ଓ ଟିଟିଲାଗଡ଼ 41.2 ଡିଗ୍ରୀ, ମାଲକାନଗିରି 40 ଡିଗ୍ରୀ ତାପମାତ୍ରା ରହିଥିଲା । ରାଜଧାନୀ ଭୁବନେଶ୍ୱରର 40 ଡିଗ୍ରୀ ତଳକୁ ତାପାମାତ୍ରା ରହିଥିଲା । ଆଜି ଭୁବନେଶ୍ୱର 37.4 ଡିଗ୍ରୀ ରହିଥିବା ବେଳେ କଟକରେ 36.8 ଡିଗ୍ରୀ ରହିଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

4 ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଝାରପଡାର ଆକ୍ରାନ୍ତ ବା ଆକ୍ରାନ୍ତ ନମ୍ବର 60 ଜଣକ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବୁଲିଛନ୍ତି । ପଳାଶୁଣି ଓ ରସୁଲଗଡ ହାଟ ବୁଲିଥିବା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ନିଜର ନୀଳାଦ୍ରିନଗର ସ୍ଥିତ ଘରେ ରହିଥିବା ଜଣା ପଡିଛି । ଏହା ମଧ୍ୟରେ ସଉଦା ପାଇଁ ହାଟ ବଜାର ବୁଲିଥିବା ଜଣାପଡିଛି । ସାମ୍ପଲ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ । ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟରେ ଅବସ୍ଥାନ କରିଥିଲେ । ଗଣେଷ ମଣ୍ଡପ ପରିବା ଦୋକାନ ଏବଂ ଓଭରବ୍ରିଜ୍‌ ନିକଟସ୍ଥ ରିଲାଏନ୍ସ ଫ୍ରେଶ୍‌ ଯାଇଥିବା ଜଣାପଡିଛି । ଏହି ତିନି ଆକ୍ରାନ୍ତ ଆକ୍ରାନ୍ତ ନମ୍ବର 7,8,22 ଏବଂ 39ଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗର ପାଶ୍ବବର୍ତ୍ତୀ ଅଞ୍ଚଳରେ ବି ଲାଗୁ ହେବ 48 ଘଣ୍ଟିଆ ସଟ୍‌ ଡାଉନ୍‌, ଜାଣନ୍ତୁ କେଉଁ ସବୁ ଅଞ୍ଚଳରେ ଏହା ଜାରି ହେଉଛି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ ପଞ୍ଚମ କରୋନା ରୋଗୀଙ୍କ ଚିହ୍ନଟ ପରେ ତାଙ୍କଠାରେ ଦେଖାଯାଇଥିବା ବିଲକ୍ଷଣକୁ ନେଇ ରାଜ୍ୟସରକାର ବେଶ୍‌ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଭୁବନେଶ୍ବରକୁ ଆଗାମୀ 48 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ପାଇଁ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରୁ ରବିବାର ରାତ୍ରି 8ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ ଡାଉନର ଘୋଷଣା କରିଛନ୍ତି । ତେବେ ଭୁବନେଶ୍ବର ମହାନଗର ନୁହେଁ, ଭୁବନେଶ୍ବରର ପାଶ୍ବବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଭୁବନେଶ୍ବରର କେଉଁ କେଉଁ ଅଞ୍ଚଳରେ ଏହା ଲାଗୁ କରାଯିବ ।

ଭୁବନେଶ୍ବର ମହାନଗର ସହ ପାଶ୍ବବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟ୍‌ଡାଉନ୍‌ ପାଇଁ ଘୋଷଣା କରାଯାଇଛି । ସେହି ସବୁ ଅଞ୍ଚଳଗୁଡିକ ହେଉଛି ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର,ମଳିପଡା, ଅନ୍ଧାରୁଆ, ଯାଆଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟି ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ପ୍ରମୁଖ ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ କଟକରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ 4ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ବରର ପ୍ରଥମ ଓ ଦ୍ବିତୀୟ ରୋଗୀ ସୁସ୍ଥ ହୋଇଥିବାବେଳେ ପଞ୍ଚମ ଜଣ ଆକ୍ରାନ୍ତଙ୍କ ବିଲକ୍ଷଣ ଏବେ ଚିନ୍ତାରେ ପକାଇଛି । ପଞ୍ଚମ ବ୍ୟକ୍ତି ଜଣକ ନିକଟରେ ବିଦେଶ ଯାଇନଥିବାବେଳେ ସେ ରାଜ୍ୟ ବାହାରକୁ ମଧ୍ୟ ଯାଇନଥିଲେ । ଏପରିସ୍ଥିତିରେ ସେ କିପରି ସଂକ୍ରମିତ ହେଲେ, ତାହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତନାଘନା କରୁଛି । ଏଥିପାଇଁ 48 ଘଣ୍ଟିଆ ସଟ୍‌ ଡାଉନର ଘୋଷଣା କରିଛି । ଏହି ସଟ୍‌ ଡାଉନ୍‌ ଭଦ୍ରକ ଓ କଟକ ପାଇଁ ମଧ୍ୟ ଲାଗୁ କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦ୍ବୈତ ନଗରୀ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ କୋହଲା ପାଗ

ଆଜି କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳରେ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ରହିଛି । ଏହି ସମୟରେ 30ରୁ 40 କିମି. ବେଗରେ ପବନ ବହିବ ବୋଲି ସୂଚନା ରହିଛି ।  ଆଜି ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏନେଇ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ନୟାଗଡ଼।

ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡ଼ିଶାରେ ଘନ କୁହୁଡି ପଡିବ । କୁହୁଡି ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି – ନୟାଗଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ଅନୁଗୁଳରେ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଗତ 24 ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ 57.8 ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବୌଦ୍ଧ 45.2, ବଲାଙ୍ଗିର 30, ତାଳଚେର 14, ବାରିପଦାରେ 5 ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 86ତମ ଶ୍ରାଦ୍ଧ ଦିବସ ପାଳିତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 86ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ରାଜଭବନ ସମ୍ମୁଖ ପ୍ରତିମୂର୍ତ୍ତିରେ ଅଭିଯାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ପୂର୍ବକ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ମଧୁବାବୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ସ୍ନାତ୍ତକ, ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ଯେଉଁ ସଂଗ୍ରାମ ଜାରି ରଖିଥିଲେ ତାହା ଅବିସ୍ମରଣୀୟ । ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଳଭ ମହାପାତ୍ର, ଗିରିଧାରୀ ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା, ଶିବଶଙ୍କର ଡାକୁଆ, ସୀତାଂଶୁ ଶେଖର ମହାରଣା, ସଂଗ୍ରାମ ବଳିୟାରସିଂହ, ସମିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ପ୍ଲାନେଡ୍‌ରେ ସାମ୍ବାଦିକାଙ୍କୁ ଆକ୍ରମଣ : 2 ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,29/12 : ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌ ମଲ୍‌ରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ମାମଲାରେ କମିସନରେଟ୍‌ ପୋଲିସ୍‌ ପକ୍ଷରୁ 2 ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଘଟଣାର ତଦନ୍ତ ଜଣେ ଡିସିପି ପାହ୍ୟାର ଅଧିକାରୀ କରିବେ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଏସ୍‌ପ୍ଲାନେଡ୍‌ ମଲ୍‌ରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା । ଏହାର ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ସ୍ବାତୀ ଜେନାଙ୍କୁ ମଲ୍‌ର ସୁରକ୍ଷାକର୍ମୀ ଆକ୍ରମଣ କରିଥିଲେ ।

Categories
ଆଜିର ଖବର

ଭୁବନେଶ୍ବରରେ ଜଳିଗଲା ବସ୍‌, କାରଣ ଅସ୍ପଷ୍ଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,25/12 : ଭୁବନେଶ୍ବରରେ ଜଳିଗଲା ବସ୍‌ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍‌ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସହିଦ ନଗରରେ ଛିଡା ହୋଇଥିବା ଅବସ୍ଥାରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।

Categories
ଆଜିର ଖବର

ଜାନୁୟାରୀ 20ରୁ ଭୁବନେଶ୍ବର-ସୁରଟ ବିମାନ ସେବା

ସମୀକ୍ଷା ବ୍ୟୁରୋ,23/11: ଆସନ୍ତା ଜାନୁୟାରୀ 20 ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ ବୋଲି ଜଣାପଡିଛି । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଏବଂ ଶୁକ୍ରବାର ଓ ରବିବାର ସୁରଟରୁ ଏହି ବିମାନ ଛାଡ଼ିବ ବୋଲି ଜଣାପଡିଛି । ବେଙ୍ଗଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ । ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକଙ୍କୁ ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି ।