ଜଗତସିଂହପୁରବାସୀଙ୍କୁ କଟକ-ଭୁବନେଶ୍ବର ବାରଣ

Published: Jul 11, 2020, 12:40 pm IST

ଜଗତସିଂହପୁର : ଜଗତସିଂହପୁରବାସୀଙ୍କୁ ବାହାର ଜିଲ୍ଲାକୁ ଯିବା ମନା। ବିଶେଷକରି କଟକ ଓ ଭୁବନେଶ୍ବର ଯିବାଆସିବା ନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ କହିଲେ ଜିଲ୍ଲାପାଳ। ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ୍‌ ଯିବାକୁ ମଧ୍ୟ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସେହିପରି ନିର୍ଦ୍ଦିଷ୍ଟ ପୋର୍ଟାଲ୍‌ରେ ଲୋକେ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କଟକରେ ମଧ୍ୟ ସ୍ଥିତି ଅଣାୟତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି କଟକ ମହାନଗର ନିଗମ। କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କୌଣସି ବ୍ୟକ୍ତି କଟକ ସହରକୁ ଆସିବେ ତେବେ ସେମାନେ 14 ଦିନିଆ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରିଛନ୍ତି ସିଏମ୍‌ସି କମିଶନର।

Related posts