Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ19 ପରୀକ୍ଷା ପାଇଁ ସିଏମଆଇଆର ସଂସ୍ଥାକୁ କରାଗଲା ନିୟୋଜିତ, ଏଣିକି ଶିଘ୍ର ହେବ ଏହି ପରୀକ୍ଷା
ଆଜିର ଖବର

କୋଭିଡ19 ପରୀକ୍ଷା ପାଇଁ ସିଏମଆଇଆର ସଂସ୍ଥାକୁ କରାଗଲା ନିୟୋଜିତ, ଏଣିକି ଶିଘ୍ର ହେବ ଏହି ପରୀକ୍ଷା

April 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଚଣ୍ଡିଗଡସ୍ଥିତ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ପରିଷଦ ମାଇକ୍ରୋବିୟାଲ ଟେକ୍ନୋଲୋଜି ପ୍ରତିଷ୍ଠାନ ବା ସିଏସ୍ଆଇଆର-ଆଇଏମଟେକ୍ ରେ ହେବ କୋଭିଡ ପରୀକ୍ଷା। ପରୀକ୍ଷା ପାଇଁ ସୃଷ୍ଟି ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି କୋଭିଡ-19 ନମୁନା ଟେଷ୍ଟ କାମ ଏହି ସଂସ୍ଥା ହାତକୁ ନେଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ଏହି  ପରୀକ୍ଷା କରାଯାଉଛି । ତଦନୁସାରେ ସିଏମଆଇଆର, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ ଓ ବାୟୋଟେକନୋଲୋଜି ବିଭାଗର ପରୀକ୍ଷାଗାର ତଥା ଆଣବିକ ବିଭାଗର ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଉଛି।

ସବୁ ସରକାରୀ ସହବନ୍ଧିତ ପରୀକ୍ଷାଗାର ବା ଲାବୋରେଟାରୀକୁ କରୋନା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କାମରେ ସାମିଲ କରିବା ଆଇସିଏମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତକାରୀଙ୍କ ପାଇଁ ଅଧିକ ପରୀକ୍ଷା ସୁବିଧା ମିଳିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଏମଟେକ ନିଜସ୍ୱ ପରୀକ୍ଷାଗାରରେ ଦୈନିକ 50 ରୁ 100 ନମୁନା ପରୀକ୍ଷା କରିବାକୁ  ଲକ୍ଷ୍ୟ ରଖିଛି। ଆବଶ୍ୟକ ପଡିଲେ ଆଗକୁ ଏହି ପରୀକ୍ଷା ସଂଖ୍ୟା ଦୈନିକ ଭିତ୍ତିରେ ବୃଦ୍ଧି କରାଯାଇପାରେ  ବୋଲି ଚଣ୍ଡିଗଡସ୍ଥିତ ଆଇଏମଟେକର ନିର୍ଦ୍ଦେଶକ ଡାକ୍ତର ସଂଜୀବ ଖୋସଲା କହିଛନ୍ତି।

କୋଭିଡ-19ର ନମୁନା ପରୀକ୍ଷା ପାଇଁ ଏହି ପ୍ରତିଷ୍ଠାନର ମଲିକ୍ୟୁଲାର ବାୟୋଲୋଜି ସଂକ୍ରାନ୍ତ ଯେଉଁ ଦକ୍ଷତା ଆବଶ୍ୟକ ସୁବିଧା ସୁଯୋଗ ଓ ବିଶେଷ ଜ୍ଞାନ କୌଶଳ ତଥା ଲୋମଣ୍ଡ ରହିଛି ତାହାକୁ ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ଗାରରେ କୋଭିଡ-19 ପରୀକ୍ଷା ପାଇଁ ଦରକାର ପଡୁଥିବା ବାୟୋସେଫ୍ଟିଲେବର-3 ସୁବିଧା ଓ ଲ୍ୟାବ୍ ରହିଛି । ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ସମୟରେ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବାକୁ କର୍ମଚାରୀ ଓ ବିଶେଷଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରତିଷ୍ଠାନରେ ନୂଆକରି ଗୋଟିଏ ବିଏସ୍ଏଲ 2+ ଭାଇରୋଲୋଜି ଲ୍ୟାବ୍ ତିଆରି କରାଯାଇଛି। ଏହା ସହିତ ରିଭିର୍ସ ପଲିମରସ୍ ଚେନରିଆନସନ ଯନ୍ତ୍ର ଲଗାଯାଇଛି । କରୋନା ଭୂତାଣୁ ସଂକ୍ରମିତଙ୍କ ନମୁନା ପରୀକ୍ଷା ପାଇଁ ଯେଉଁସବୁ ଅନୁମୋଦିତ ନୀତି ଓ ବ୍ୟବସ୍ଥା ଗ୍ରହଣ କରାଯିବା କଥା ତାହା ଏଠାରେ କରାଯାଇଛି। ଖୁବ୍ ଶୀଘ୍ର ନମୁନା ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆନୁଷ୍ଠାନିକ ଭାବେ ସୂଚନା ମିଳିଛି ।

କରୋନା ସାମ୍ପୁଲର କ୍ଲିନିକଲ ଟେଷ୍ଟିଂ ବ୍ୟତୀତ ସିଏମ୍ଆଇର ଇଏମଟେକ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ପେସାଦାରମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଣରେ ସହାୟକ କରୁଛି। ଏମାନେ ଭୁତାଣୁର ପରୀକ୍ଷା ଏବଂ  ଆକ୍ରାନ୍ତଙ୍କୁ ଚିକିତ୍ସା ତଥା ସେବା ଯୋଗାଣ ସମୟରେ ନିଜେ ଯେପରି ସଂକ୍ରମିତ ନ ହୁଅନ୍ତି ତାହା ଚିନ୍ତିତ କରିବାକୁ ଏହି ପଦକ୍ଷେପ କରାଯାଇଛି। ପ୍ରତିଷ୍ଠାନପକ୍ଷରୁ  ସ୍ଥାନୀୟ ପ୍ରଶାସନ ଏବଂ ଚଣ୍ଡିଗଡ ରେଡକ୍ରସ୍ ୟୁନିଟକୁ କରୋନା ମୁକାବିଲା ପାଇଁ ସାମଗ୍ରୀ ଯୋଗାଣ ଓ ଭିତିଭୂମି ପ୍ରତିଷ୍ଠାନର  ଆବଶ୍ୟକ ସାହାଯ୍ୟ ସହଯୋଗ କରାଯାଉଛି।

Covid19Test
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026
Latest News

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.