Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅହଙ୍କାରୀ ଓ ଅପରିଣାମଦର୍ଶୀ ବିଶ୍ଵ ନେତୃତ୍ଵ, କରୋନା ଭୂତାଣୁ ସଂକ୍ରମଣର ସବୁଠୁ ବଡ କାରଣ
ବିଶେଷ ଖବର

ଅହଙ୍କାରୀ ଓ ଅପରିଣାମଦର୍ଶୀ ବିଶ୍ଵ ନେତୃତ୍ଵ, କରୋନା ଭୂତାଣୁ ସଂକ୍ରମଣର ସବୁଠୁ ବଡ କାରଣ

April 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜାନୁଆରୀ ମାସରେ ସାରା ପୃଥିବୀକୁ ଗୋଟେ ସୁଯୋଗ ମିଳିଥିଲା ଚୀନର ଦୁରବସ୍ଥାକୁ ଦେଖି ହସିବା ପାଇଁ। ବିଶ୍ଵ ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଦେଶଗୁଡିକ ପରଷ୍ପର ବିରୋଧରେ ଏକ ପରିବେଶ ତିଆରି କରି ନିଜ ନିଜର ଅହଂକାର ଜାହିର କରିବାର ଉଦ୍ୟମ କରିଥାନ୍ତି। ଚୀନରେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣଆରମ୍ଭ ହେଲା, ସେତେବେଳେ ଉହାନ ସହରକୁ ଦେଖି ଅନେକ ଏହାକୁ ଜୀବନ୍ତ ଭୂତ ମାନଙ୍କର ସହର ବୋଲି କହି ହସୁଥିଲେ। ତେବେ ସେତେବେଳେ କିଏ ଜାଣିଥିଲା ଯେ ମାତ୍ର ଷାଠିଏ ଦିନ ଭିତରେ ସାରା ପୃଥିବୀର ଶହ ଶହ ମହାନଗରୀ ଭୂତ ସହର ପାଲଟିଯିବେ! ପୃଥିବୀର ସବୁଠୁ ବେଶୀ ଭିଡ ଜମୁଥିବା ନ୍ୟୁୟର୍କ ସହରର ଟାଇମ ସ୍କୋୟାରରେ ଗୋଟେ ବି ମଣିଷ ଦେଖାଯିବ ନାହିଁ!! କିଏ ଜାଣିଥିଲା ଯେ ପୃଥିବୀର ସବୁଠୁ ଜନଗହଳି ପୂର୍ଣ୍ଣ ହିଥ୍ରୋ ବିମାନ ବନ୍ଦରରେ ମାସ ମାସ ଧରି ଉଡାଜାହାଜ ଗୁଡିକ ଶୋଇ ରହିବେ!! କିଏ ବା ଜାଣିଥିଲା ଯେ ସବୁ ଧର୍ମର ଈଶ୍ଵର ଓ ସେମାନଙ୍କର ଉପାସନାପୀଠ ଗୁଡିକ ଖାଁ ଖାଁ ହୋଇଯିବ। ଆଜି ଭାରତର ସବୁ ମନ୍ଦିର, ଭାଟିକାନ ସିଟି, ମକ୍କା ଓ ମଦିନା, ସ୍ଵର୍ଣ୍ଣ ମନ୍ଦିର ଇତ୍ୟାଦି ସଂପୂର୍ଣ୍ଣ ଭାବରେ ନୀରବ। ଦୁବାଇର ବୁର୍ଜ ଖଲିଫା କିମ୍ବା କୁଆଲାଲୁମ୍ପୁର ର ଟ୍ଵିନ ଟାୱାର ଭଳି ବ୍ୟାବସାୟିକ କେନ୍ଦ୍ର ମଧ୍ୟ ଆଜି ଖାଲି।

ପୃଥିବୀର ଅର୍ଥନୀତି ଏହା ମାଧ୍ୟମରେ ଏମିତି ଏକ ସଙ୍କଟ ଆଡକୁ ଚାଲିଯିବ, ଯାହାକୁ କେହି କେବେ କଳନା କରିନଥିବେ ବୋଲି ଏବେ ସ୍ପଷ୍ଟ ହୋଇ ଯାଉଛି। ଆମେରିକା ଗତ ପଚାଶ ବର୍ଷ ଭିତରେ ଏତେ ବଡ ଅର୍ଥନୈତିକ ସଙ୍କଟ ର ସାମ୍ନା କେବେ କରିନଥିଲା। ଗତ ମାର୍ଚ୍ଚ ମାସରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବ ଯୋଗୁଁ ଆମେରିକାରେ ୬୬ ଲକ୍ଷ ଲୋକ ନିଜର କର୍ମ ସଂସ୍ଥାନ ହରାଇ ଏବେ ସରକାରଠୁ ବେକାରି ଭତ୍ତା ପାଇ ବଞ୍ଚୁଛନ୍ତି। ଆଗାମୀ ଦିନରେ ଅନ୍ୟ ଦେଶମାନଙ୍କର ଅର୍ଥନୈତିକ ସ୍ଥିତି ସମ୍ପର୍କିତ ଡାଟା ଆସିବା ଆରମ୍ଭ ହେବ। ସେତେବେଳେ ସ୍ଥିତି ଯେ କଣ ହେବ ତାହା ଆଜି କଳ୍ପନା କରି ହେଉନାହିଁ।

ଏବେ ଯୁକ୍ତି କରାହେଉଛି ଯେ ପ୍ରଥମେ ମଣିଷ ବଞ୍ଚୁ, ତା ପରେ ଯାଇ ଅର୍ଥନୀତି କଥା ଚିନ୍ତା କରିବା। ଏ ପ୍ରସଙ୍ଗରେ ବିଶିଷ୍ଟ ଅର୍ଥନୀତିଜ୍ଞ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ କହିବା କଥା ହେଲା, ଅର୍ଥନୀତିର ସ୍ଥିତି ସୁଧାରିବାରେ ସମୟ ଲାଗେନାହିଁ। ହେଲେ ଯୁଦ୍ଧ ଓ ମହାମାରୀ ପୃଥିବୀର ଗଣତନ୍ତ୍ର ତଥା ସ୍ବାଧିନତାକୁ ସବୁବେଳେ ବିପନ୍ନ କରିଥାଏ। ସେହି ବିପଦରୁ ବଞ୍ଚିବା ଆଜି ଆମର ପ୍ରାଥମିକତା ହେବା ଉଚିତ ବୋଲି ପ୍ରଫେସର ସେନ କହିଛନ୍ତି। ଏହା ଅନେକାଂଶରେ ସତ୍ୟ ମଧ୍ୟ। କରୋନା ମୁକାବିଲା କ୍ଷେତ୍ରରେ ଚୀନର ଯେଉଁ ସଫଳତା, ତାକୁ ପ୍ରାୟ ସମସ୍ତେ ଆଜି ଅନୁସରଣ କରୁଛନ୍ତି। ଚୀନ କୁ ଯେତେ ଗାଳି କଲେ ମଧ୍ୟ, ଏଭଳି ଏକ ମହାମାରୀକୁ ମୁକାବିଲା କରିବାରେ ଚୀନର ସାମର୍ଥ୍ୟ ଅନେକଙ୍କୁ ଚକିତ କରିଛି। ସେଥିଲାଗି ଚୀନ ଉପରେ କେହି କେହି ସନ୍ଦେହ ମଧ୍ୟ କରୁଛନ୍ତି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଚୀନର ପକ୍ଷପାତିତା କରୁଛି ବୋଲି ଖୋଦ ଆମେରିକାର ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି।

ତେବେ କରୋନାର ମୁକାବିଲାରେ ଚୀନର ସଫଳତା ହିଁ ଆଜି ଅନ୍ୟମାନଙ୍କର ଆଦର୍ଶ ପାଲଟିଛି। ଯଦିଓ ଚୀନକୁ ଏକ କମ୍ୟୁନିଷ୍ଟ ରାଷ୍ଟ୍ର ବୋଲି କୁହାଯାଉଛି, ଅସଲରେ କିନ୍ତୁ ଚୀନରେ ଏକଛତ୍ରବାଦୀ ପୁଞ୍ଜିବାଦ ଚାଲିଛି। କମ୍ୟୁନିଜମ ସହିତ ଏହାର ମୌଳିକ ସଂଯୋଗ କେବଳ ନାମକୁ ମାତ୍ର। ତେଣୁ ପୁଞ୍ଜିବାଦୀ ମଡେଲରେ ଚୀନ ଏବେ ୟୁରୋପ ଏବଂ ଆମେରିକାକୁ ଆଙ୍ଗୁଠି ଗେଞ୍ଜି ସେମାନଙ୍କର ଅସହାୟତା ବିଷୟରେ ସୂଚାଇ ଦେଉଛି। ପୃଥିବୀର ନେତୃତ୍ଵ ନେଉଥିବା ଆମେରିକା ଓ ୟୁରୋପର ପ୍ରଭାବଶାଳୀ ରାଷ୍ଟ୍ରମୁଖ୍ୟମାନେ ଏବେ ଏକପ୍ରକାର ଅସହାୟ ହୋଇ ପଡିଛନ୍ତି। ଆମେରିକା ରାଷ୍ଟ୍ରପତି ସକାଳେ ଚୀନ କୁ ଗାଳି କରୁଥିବା ବେଳେ ସନ୍ଧ୍ୟାରେ ଚୀନର ସମର୍ଥନ ଲୋଡୁଛନ୍ତି।

ଏହା ଯେ ମାନବିକତା ପାଇଁ ଏକ ବଡ ବିପଦ ହେବାକୁ ଯାଉଛି ଓ ଏହାର ମୁକାବିଲା ଲାଗି ସବୁ ଦେଶ ଏକାଠି ହେବା ଜରୁରୀ, ଏମିତି ଏକ ଚିନ୍ତା କାହା ମୁଣ୍ଡକୁ ଏଯାଏ ପଶିନାହିଁ। ନିଜ ନିଜର ଅହଂକାର ଓ ଅପରିଣାମଦର୍ଶୀ ନେତୃତ୍ବକୁ ନେଇ ଏବେ ସମସ୍ତେ ଯନ୍ତ୍ରଣା ଭୋଗୁଛନ୍ତି। କରୋନା ମୁକାବିଲାରେ ଚୀନର ଅଭିଜ୍ଞତା ଓ ଜ୍ଞାନ କୌଶଳ ଏବେ ପୃଥିବୀ ଲାଗି ଅପରିହାର୍ୟ। ସେଥିଲାଗି ଗତ ମାର୍ଚ୍ଚ ମାସ ସାରା ଆମେରିକା ଓ ଚୀନ ଭିତରେ ବାକ ଯୁଦ୍ଧ ପରେ, ଏବେ ଦୁଇ ଦେଶ ପରଷ୍ପରକୁ ସହଯୋଗ କରିବାକୁ ଆଗଭର ହୋଇଛନ୍ତି।

ଆଜି କୌଣସି ଦେଶ ଏକୁଟିଆ ରହି କରୋନା କବଳରୁ ମାନବ ଜାତିକୁ ବଞ୍ଚାଇ ପାରିବ ନାହିଁ। ଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ଲାଗି ଯେମିତି ଜାତିସଂଘ ଗଠନର ଆବଶ୍ୟକତା ପଡିଥିଲା, ଆଜି ସେମିତି ଏହି ମହାମାରୀରୁ ମଣିଷ ସମାଜକୁ ବଞ୍ଚାଇବାକୁ ସବୁ ଦେଶକୁ ଏକାଠି ହୋଇ ନିଜର ଅଭିଜ୍ଞତା, ସମ୍ବଳ ଓ ଜ୍ଞାନ କୌଶଳର ଉପଯୋଗ କରିବାକୁ ପଡିବ। ଅହଙ୍କାରର ରାଜନୀତି ଲାଗି ଆଗକୁ ଆହୁରି ସମୟ ପଡିଛି। ହେଲେ ପ୍ରଥମେ ଆଜି ମଣିଷ ଜାତି ବଞ୍ଚିବା ଦରକାର। ମଣିଷକୁ ବଞ୍ଚାଇବାକୁ ହେଲେ ଜାତୀୟତାବାଦର ଉଗ୍ର ଅହଂକାର ଛାଡି ମାନବୀୟବାଦର ଉଦାର ରାଜନୀତି ଆଜି ପୃଥିବୀ ପାଇଁ ସବୁଠୁ ବଡ ପ୍ରାଥମିକତା ହେବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026
Latest News

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.