ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଥିବାବେଳେ ବହୁ କଡା ପଦକ୍ଷେପ ନିଆଯାଉଛି। ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗହଣ କରୁଛନ୍ତି। ଆସନ୍ତା କାଲି ଦିନ 1ଟା ପରେ ସାଧାରଣ ଲୋକଙ୍କୁ ପେଟ୍ରୋଲ୍ ଦିଆଯିବ ନାହିଁ। କେବଳ କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ ଗାଡିକୁ ପେଟ୍ରୋଲ୍ ଦିଆଯିବ ବୋଲି ସୂଚନା ରହିଛି। ସରକାରୀ ଗାଡି ବ୍ୟତୀତ ଅନ୍ୟ ଯାନଗୁଡିକୁ ପେଟ୍ରୋଲ୍ ଦିଆଯିବ ନାହିଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲାରେ ଥିବା ପେଟ୍ରୋଲ୍ ପମ୍ପକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅତି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସମସ୍ତ 38ଟି ସାମ୍ପଲ୍ ନେଗେଟିଭ୍ ଆସିଛନ୍ତି ବୋଲି କହିନ୍ତି ଜିଲ୍ଲାପାଳ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା 39ରେ ପହଞ୍ଚିଛି। ଭୁବନେଶ୍ବରରେ ସର୍ବାଧିକ 32 ଜଣ ରୋଗୀ ରହିଛନ୍ତି। ଭୁବନେଶ୍ବରରେ ବିଭିନ୍ନ ଅଞ୍ଚଳକୁ ବିଏମସି ସିଲ୍ କରିଛି। ସେହିପରି ଦୋକାନ-ବଜାର ଏବଂ ଗ୍ରାହକଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।