ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଠିକ ରଖିବା ପାଇଁ ଏଚଆରଡି ତରଫରୁ ଗାଇଡଲାଇନ, ୟୁଟ୍ୟୁବ ଚ୍ୟାନେଲ

Published: Apr 7, 2020, 10:03 am IST

ନୂଆଦିଲ୍ଲୀ, କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ନେଇଛି ଭିନ୍ନ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ୟୁଜିସି ଏବଂ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି । କୋଭିଡ-19 ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ସେଗୁଡିକ ହେଲା

  1. ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ହେଲ୍ପଲାଇନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକ ନିୟମିତ ଭାବେ ନଜରରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
  2. ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ, ପତ୍ରାଚାର ଓ ନିବେଦନ ଜରିଆରେ ଶାନ୍ତ ଓ ମାନସିକ ଚାପ ମୁକ୍ତ ରହିବା ପାଇଁ କୁହାଯାଇଛି । ଏହା ଟେଲିଫୋନ, ଇ-ମେଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ କରାଯାଇପାରିବ ।
  3. ଛାତ୍ରାବାସର ୱାଡେନ ବା ବରିଷ୍ଠ ଅଧ୍ୟାପକଙ୍କ ନେତୃତ୍ଵରେ କୋଭିଡ-19 ହେଲ୍ପ ଗ୍ରୁପ ଗଠନ କରାଯାଇ ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ ।
  4. କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ https://www.mohfw.gov.in/ ରେ ଉପଲବ୍ଧ ଭିଡିଓ ଲିଙ୍କ ବା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ୱେବସାଇଟ ସହିତ ଇ-ମେଲ, ଫେସବୁକ, ୱାଟସଅପ ଜରିଆରେ ସଂଶ୍ଳିଷ୍ଟ ହେବା ।

ମାନସିକ ସ୍ୱାସ୍ଥ୍ୟ ଯତ୍ନର ସମ୍ଭାବ୍ୟ ସମାଧାନ

https://www.youtube.com/watch?v=uHB3WJsLJ8s&feature=youtu.be

କୋଭିଡ-19 କାଳରେ ସ୍ଵାସ୍ଥ୍ୟ ରକ୍ଷା

https://www.mohfw.gov.in/pdf/MindingourmindsduringCoronaeditedat.pdf

କୋଭିଡ-19 କାଳରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମତାମତ

https://www.youtube.com/watch? v=iuKhtSehp24&feature=youtu.be

ବ୍ୟବହାରିକ ସ୍ୱାସ୍ଥ୍ୟ : ସାଇକୋ ସାମାଜିକ ଟୋଲ ଫ୍ରି ହେଲ୍ପ ଲାଇନ – 0804611007

ଏହି ସମସ୍ତ ନିୟମାବଳିକୁ କଡାକଡି ଭାବରେ ଲାଗୁ କରି ଏ ସଂକ୍ରାନ୍ତ ବିବରଣୀ ୟୁଜିସି ପୋର୍ଟାଲ ugc.ac.in/uamp ମାଧ୍ୟମରେ ନିୟମିତ ଭାବେ ପଠାଇବା ପାଇଁ କୁହାଯାଇଛି ।

Related posts