Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!
ଆଜିର ଖବର

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tiger Shroff Firing Case

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍‌କୁ ଗୁଳିମାଡ଼ ଘଟଣାର ତଦନ୍ତରେ ଆସିଛି ବଡ଼ ଖୁଲାସା। ଗୁଳିକାଣ୍ଡରେ ବ୍ୟବହୃତ ଜିଗାନା ପିସ୍ତଲକୁ ୨.୫ ଲକ୍ଷ ଟଙ୍କାରେ କିଣାଯାଇଥିବା ଜଣାପଡ଼ିଛି। ଏହା ସହ ୨୦ ରାଉଣ୍ଡ ଗୁଳି ମଧ୍ୟ ଯୋଗାଇ ଦିଆଯାଇଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚର ତଦନ୍ତରେ ଅମୃତସରରୁ ଅସ୍ତ୍ରଶସ୍ତ୍ର କିଣାଯାଇଥିବା ସୂଚନା ସାମ୍ନାକୁ ଆସିବା ପରେ ଏହା ପଛରେ ଥିବା ଯୋଗାଣକାରୀ ଓ ଅସ୍ତ୍ରଶସ୍ତ୍ର ନେଟୱାର୍କକୁ ନେଇ ଖୋଳତାଡ଼ ଜୋରଦାର ହୋଇଛି।

ଏହି ମାମଲାରେ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନେ ଅସ୍ତ୍ରଶସ୍ତ୍ର କିଣିଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ବ୍ୟକ୍ତିଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଏବେ ଏହି ଅସ୍ତ୍ର କାରବାରର ପ୍ରତ୍ୟେକ କଡ଼ିକୁ ଯୋଡ଼ିବାକୁ ଚେଷ୍ଟା କରୁଛି।

ତଦନ୍ତକାରୀ ସୂତ୍ର ଅନୁଯାୟୀ, ଅଭିଯୁକ୍ତ କୁନାଲ, ସୁମିତ ଓ ଜତୀନ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଟଙ୍କା ନେଇ ଅମୃତସର ଯାଇଥିଲେ। ସେଠାରେ ଏକ ଅଜ୍ଞାତ ସ୍ଥାନରେ ଟଙ୍କା ଦେଇ ସେମାନେ ଜିଗାନା ପିସ୍ତଲ ଓ ଗୁଳି ସଂଗ୍ରହ କରିଥିଲେ।

ପିସ୍ତଲ ଓ ଗୁଳି ପାଇଁ ମୋଟ ୨.୫ ଲକ୍ଷ ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ତେବେ ଏହି କାରବାର କେଉଁ ବ୍ୟକ୍ତିଙ୍କ ସହ ହୋଇଥିଲା, ଅଭିଯୁକ୍ତମାନେ ତାଙ୍କ ସହ କିପରି ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଅସ୍ତ୍ରଶସ୍ତ୍ର କେଉଁ ରାସ୍ତାରେ ମୁମ୍ବାଇ ପହଞ୍ଚିଥିଲା, ସେସବୁ ଦିଗରେ ତଦନ୍ତ ଚାଲିଛି।

ଏହି ଗୁଳିକାଣ୍ଡ ମାମଲାରେ ପୋଲିସର ଫୋକସ୍ ଏବେ କେବଳ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ଉପରେ ସୀମିତ ନାହିଁ। ଏହି ଘଟଣାରେ ବ୍ୟବହୃତ ପିସ୍ତଲ କିଏ ଯୋଗାଇଥିଲା, ତାହା ପଛରେ ଆଉ କେଉଁମାନେ ଅଛନ୍ତି ଏବଂ ଅସ୍ତ୍ରଶସ୍ତ୍ର କିଣା ପାଇଁ ଟଙ୍କା କେଉଁଠାରୁ ଆସିଥିଲା, ତାହାର ତଦନ୍ତ କରାଯାଉଛି। ଅମୃତସରରେ ଅସ୍ତ୍ର କାରବାରରେ ସାମିଲ ବ୍ୟକ୍ତିଙ୍କ ପରିଚୟ ମିଳିଲେ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଯୋଗାଯୋଗ, ଅସ୍ତ୍ର କିଣା ଓ ପରିବହନର ସମସ୍ତ ଦିଗକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ।

ସୂଚନା ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ଟାଇଗର ଶ୍ରଫଙ୍କ କାର୍‌କୁ ଟାର୍ଗେଟ୍ କରି ଗୁଳି ଚଳାଯାଇଥିଲା। ଫୁଟବଲ୍ ଖେଳି ଘରକୁ ଫେରୁଥିବା ସମୟରେ ତିନି ଜଣ ବ୍ୟକ୍ତି ତାଙ୍କ କାର୍‌ ଉପରେ ଆକ୍ରମଣ କରିଥିଲେ। ତେବେ ଏହି ଘଟଣାରେ ଟାଇଗର ଶ୍ରଫ ଆହତ ହୋଇନଥିଲେ।

ଘଟଣା ପରେ ମୁମ୍ବାଇ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ମାମଲାରେ ଏଯାଏଁ ୧୧ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ପଚରାଉଚରା କରି ଗୁଳିକାଣ୍ଡର ଷଡ଼ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି।

ଟାଇଗର ଶ୍ରଫଙ୍କ କାର୍‌କୁ ଗୁଳିମାଡ଼ ମାମଲାରେ ଜିଗାନା ପିସ୍ତଲ କିଣା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ତଦନ୍ତ ନୂଆ ଦିଗକୁ ଗତି କରିଛି। ଅମୃତସରରୁ ଅସ୍ତ୍ରଶସ୍ତ୍ର ଆଣିବା ପଛରେ କିଏ ଥିଲା ଏବଂ ଏହାର ଯୋଗାଣ ଶୃଙ୍ଖଳରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ଜାଣିବା ଏବେ ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ତଦନ୍ତ ଆଗକୁ ବଢ଼ିବା ସହ ଏହି ଗୁଳିକାଣ୍ଡ ପଛରେ ଥିବା ଅସ୍ତ୍ରଶସ୍ତ୍ର ନେଟୱାର୍କର ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

#BishnoiGang #ZiganaPistol Tiger Shroff Firing Case
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026
Latest News

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.