Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ
ଆଜିର ଖବର

ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ

April 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମ ମୁଣ୍ଡ ନେଲା କରୋନା। ଭୁବନେଶ୍ବର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଭାବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରପଡା ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ୍‌ ୪ରେ ଏହି ବ୍ୟକ୍ତି ଜଣକ ଏମ୍ସରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷଣରୁ କରେନା ପଜିଟିଭି ଚିହ୍ନଟ ହୋଇଥିଲା। ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେନସନ୍‌ ଥିଲା। ମୃତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନେମଣ୍ଟ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା ପଜିଟିଭି ରିପୋର୍ଟ ଆସିଛି ବୋଲି ଜଣାପଡିଛି।

ସୂଚନାଯାେଗ୍ୟ, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୪୨କୁ ବୃଦ୍ଧି ହୋଇଛି। ୪୨ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ୩୯ ଜଣ କରୋନା ଆକ୍ରାନ୍ତ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। ଭୁବନେଶ୍ବରର ୩୨, ଭଦ୍ରକର ୩, କଟକ, ଯାଜପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଚିକିତ୍ସାଧୀନ ରହିଛନ୍ତି।

coronavirus death Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ଗୌରବ ଆଣିଲେ ୧୯ ବର୍ଷୀୟା ପୂଜା ସିଂହ : ଭାଙ୍ଗିଲେ ୧୪ ବର୍ଷର ପୁରୁଣା ରେକର୍ଡ

May 31, 2026

ବସ ଭଡା ବୃଦ୍ଧି ନହେଲେ ଗଡିବନି ଗାଡି

May 30, 2026

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026
Latest News

ହାଡ଼ ଏବଂ ମେରୁଦଣ୍ଡକୁ ମଧ୍ୟ କ୍ଷତି ପହଞ୍ଚାଏ ତମାଖୁ, ଅଣଦେଖା କରନ୍ତୁ ନାହିଁ

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ଭାରତ ପାଇଁ ଗୌରବ ଆଣିଲେ ୧୯ ବର୍ଷୀୟା ପୂଜା ସିଂହ : ଭାଙ୍ଗିଲେ ୧୪ ବର୍ଷର ପୁରୁଣା ରେକର୍ଡ

May 31, 2026

ଆଜି ମେ ୩୧ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ସ୍ଵାସ୍ଥ୍ୟ ସମସ୍ୟା

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.