Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ନିୟମକୁ ବେଖାତିର୍‌: ବାଣପୁରର ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ବେଆଇନ ମଦ ବିକ୍ରି
ଆଜିର ଖବର

ଲକ୍‌ ଡାଉନ୍‌ ନିୟମକୁ ବେଖାତିର୍‌: ବାଣପୁରର ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ବେଆଇନ ମଦ ବିକ୍ରି

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି। ଓଡିଶା ସରକାର ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକ ଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଥିପାଇଁ ରାଜ୍ୟରେ ଲାଗିଥିବା ଲକ ଡାଉନ କଟକଣାକୁ ମଜଭୁତ କରାଯାଉଛି। ଏଥିପାଇଁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଘରୁ ଜରୁରୀ କାମରେ ବାହାରକୁ ବାହାରନ୍ତି ଏବଂ ସେ ମୁହଁରେ ମାସ୍କ ଲଗାଇନଥିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ଏସବୁ ପରେ ମଧ୍ୟ ବାଣପୁର ଅଞ୍ଚଳରେ କିଛି ଅସାମାଜିକ ଯୁବକ ଲକ ଡାଉନ କଟକଣାକୁ ଫୁ କରି ଉଡେଇଦେଉଛନ୍ତି। ରାଜ୍ୟସରକାର ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ଅସାମାଜିକ ଯୁବକମାନେ ଦେଶୀମଦ ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଯାହାଫଳରେ ବିକ୍ରି ହେଉଥିବା ଅଞ୍ଚଳକୁ ବହୁ ଦୂରଦୂରାନ୍ତରୁ ମଦ ପିଇବା ପାଇଁ ଲୋକ ରୁଣ୍ଡ ହେଉଛନ୍ତି। ଏହା ଦ୍ଵାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି।

ମିଳିଥିବା ସୂଚନା ଅନୁସାରେ ବୋରିଗାଁଠାରୁ ସାହସପୁର ଯିବା ରାସ୍ତାରେ ବାହାର ଗାଁରୁ ଆସି ଅନେକ ଯୁବକ ଏହି ମଦ ବିକ୍ରି କରୁଥିବାର ଅଭିଯୋଗ ହେଉଛି, ଏମାନେ କେନାଲ ପାର୍ଶ୍ୱରେ ଥିବା ବୁଦା ମାନଙ୍କରେ ମଦ ଲୁଚାଇ ପରିଚିତ ଥିବା ଗ୍ରାହକଙ୍କୁ ବିକ୍ରି କରୁଥିବା ଅଭିଯୋଗ ଆସୁଛି। କୋସରଡା ମାଳରୁ ଦେଶୀ ମଦ ଆଣି ଭବାନୀପୁର ପଞ୍ଚାୟତ ବାଲେଡିହ ଗ୍ରାମର ନାରଣପୁର ମୌଜାଦେଇ ସତସଙ୍ଗ ବିହାର କେନାଲ୍‌ ରାସ୍ତାଦେଇ ବିଭିନ୍ନ ଗାଁକୁ ଚାଲାଣ ହେଉଛି। ଲକ୍‌ ଡାଉନ୍‌ ପାଇଁ ପୋଲିସ୍‌ର କଡା ପ୍ରହରା ଦେଉଥିବାରୁ ଏହି ମଦ ବ୍ୟବସାୟମାନେ ସକାଳ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜର ପସରା ଖୋଲୁଥିବାର ଜଣାପଡିଛି। ସେହିପରି ଗମ୍ଭାରିମୁଣ୍ଡା ଅଞ୍ଚଳର କଉଡିଆ ସାହି, ନୂଆ ସାହି, ଦେଓଗାଁ ଛକ ପରି ଅନେକ ଜାଗାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି। ଅବକାରୀ ବିଭାଗ କି ପୋଲିସ୍‌ ଏହି ଘଟଣାର ଟେର୍‌ ପାଉନଥିବାବେଳେ ଏହି ଅସାମାଜିକ ବ୍ୟକ୍ତି ଦ୍ବାରା ସଂକ୍ରମଣ ହେବାର ଆଶା ବଢୁଥିବାରୁ ଅବକାରୀ ବିଭାଗ ଏହା ଉପରେ କଡା ନଜର ରଖିବାକୁ ବୁଦ୍ଧିଜୀବୀମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି, ଲକଡାଉନକୁ ନେଇ ବାଣପୁର ପୋଲିସ ଦ୍ଵାରା ବହୁ କଡା ପଦକ୍ଷେପ ନିଆଯାଉଥିବା ବେଳେ ଗାଁ ଗାଁ ଭିତରେ ଏପରି ଅସମାଜିକ କାର୍ଯ୍ୟପାଇଁ ଜନସାଧାରଣଙ୍କୁ ଚିନ୍ତାରେ ପକାଉଛି।

କରୋନା ପରି ବିଶ୍ଵମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଯଦି ନିଜେ ସଜାଗ ନ ହେବା ତେବେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ କିପରି ଦେଶକୁ କାରୋନାମୁକ୍ତ କରିପାରିବେ, ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026
Latest News

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.