ଗୁଜବ ପ୍ରଚାର କରିବା ପଡିଲା ମହଙ୍ଗା : ଗିରଫ ହେବା ପରେ କୋର୍ଟ ଚାଲାଣ ହେଲେ ଦୀପୁ ମହାନ୍ତି

Published: Apr 10, 2020, 4:01 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦୀପୁ ମହାନ୍ତିକୁ ଗତକାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଅଭିଯୁକ୍ତ ଦୀପୁକୁ ଗିରଫ କରି ଆଜି  କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବାଲିତୁଠ ଗ୍ରାମର ଦୀପୁ ମହାନ୍ତି ମିଥ୍ୟା ପ୍ରଚାର କରିବା ସହିତ ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ। କେବଳ ମିଥ୍ୟା ତଥା ଗୁଜବ ପ୍ରଚାର ନୁହେଁ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଲୋକଙ୍କୁ ଠକିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ରହିଛି । ଦୀପୁ ସାହୁଙ୍କ ନାମରେ ଏପରି ବହୁଗୁଡିଏ ଅଭିଯୋଗ ଆସିବା ଫଳରେ ମଣ୍ଡଳ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ତାଙ୍କ ନାମରେ ଏରସମା ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ଥାନାଧିକାରୀ ତାଙ୍କୁ ଗିରଫ କରିଥିଲେ । 102/20 କେଶନଂ ରୁଜୁ କରାଯାଇ ତାଙ୍କ ନାମରେ ଆଇପିସି ଧାରା 341, 419, 504, 186, 294, 506, 324 ଆଧାରରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related posts