Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାକୁ ମୁକାବିଲା କରିବାରେ କେରଳ ପୁଣି ଏକ ଆଦର୍ଶ ନିର୍ମାଣ କରିଛି, ପୂରା ଦେଶ କେରଳକୁ ଦେଖିବା ଉଚିତ
ବିଶେଷ ଖବର

କରୋନାକୁ ମୁକାବିଲା କରିବାରେ କେରଳ ପୁଣି ଏକ ଆଦର୍ଶ ନିର୍ମାଣ କରିଛି, ପୂରା ଦେଶ କେରଳକୁ ଦେଖିବା ଉଚିତ

April 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସ୍ଵାଧୀନତା ପରେ ଭାରତରେ ସବୁଠୁ ଅଧିକ ଆଦର୍ଶ ପ୍ରତିଷ୍ଠା କରିଥିବା ରାଜ୍ୟ ଭାବରେ କେରଳର ଏକ ଭିନ୍ନ ମାନ୍ୟତା ରହି ଆସିଛି। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଉ ଅଥବା ମାନବ ବିକାଶ ହାରରେ ଅଗ୍ରଣୀ ଭୂମିକା ନେଇ କେରଳ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ ୨୦୧୪ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରେ, କେରଳ ମଡେଲ ତୁଳନାରେ ଗୁଜରାଟ ମଡେଲ କଥା ଅଧିକ ଚର୍ଚ୍ଚାରେ ଆସିଛି। କେରଳ ସବୁବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ସରକାର ଗଠନ ପାଇଁ ଭୋଟ ଦେଉଥିବାରୁ ବିଜେପି ସମର୍ଥକମାନେ କେରଳକୁ ଦେଖି ନାକ ଟେକିବା ଆରମ୍ଭ କରନ୍ତି। ତେବେ ମାନବୀୟ ସଙ୍କଟର ମୁକାବିଲା ହେଉ ବା ମାନବୀୟ ବିକାଶର ମାନଦଣ୍ଡ, ଏ ଦୁଇଟି କ୍ଷେତ୍ରରେ କେରଳ ନିଜର ପ୍ରତିଷ୍ଠା ସବୁବେଳେ ବଜାୟ ରଖି ଆସିଛି। ସାରା ଦେଶ ଆଜି ଯେତେବେଳେ କରୋନା ଭଳି ଏକ ସଂକ୍ରାମକ ମହାମାରୀର ମୁକାବିଲା କରୁଛି, ସେତେବେଳେ କେରଳ ପୁଣିଥରେ ସାରା ଦେଶ ଆଗରେ ଆଉ ଏକ ଆଦର୍ଶ ପ୍ରତିଷ୍ଠା କରିଛି।

ଦେଶର ପ୍ରଥମ କୋଭିଡ୧୯ ଆକ୍ରାନ୍ତ କେରଳ ରାଜ୍ୟରେ ଜାନୁଆରୀ ୩୦ ତାରିଖରେ ଚିହ୍ନଟ ହୋଇଥିଲା। ଏହି ସମାନ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜାନୁଆରୀ ୨୦, ଇଟାଲିରେ ଜାନୁଆରୀ ୨୯, ସ୍ପେନରେ ଜାନୁଆରୀ ୩୦, ଜର୍ମାନୀରେ ଜାନୁଆରୀ ୨୬, ଫ୍ରାନ୍ସରେ ଜାନୁଆରୀ ୨୩, ଇରାନରେ ଫେବୃଆରୀ ୧୮, ଇଂଲଣ୍ଡରେ ଜାନୁଆରୀ ୩୦ଓ ପାକିସ୍ତାନରେ ଫେବୃଆରୀ ୨୫ ତାରିଖରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଜାନୁଆରୀ ୩୦ ରୁ ଏପ୍ରିଲ ୧୦ ତାରିଖ ଭିତରେ କେରଳ ସଂକ୍ରମିତଙ୍କ ସଂଖ୍ୟା ୩୬୪ରେ ସୀମିତ ରହିଛି। ସେମାନଙ୍କ ମଧ୍ୟରୁ ୧୨୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨୩୮ ଜଣଙ୍କର ଚିକିତ୍ସା ଚାଲିଛି। କେରଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମାତ୍ର ୨ ରେ ସୀମିତ ରହିଛି। ଅର୍ଥାତ ସେଠାରେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁହାର ମାତ୍ର ୦.୫୪% ମାତ୍ର। ଇତିମଧ୍ୟରେ ଦେଶରେ ୬୭୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୬ ଲୋକ ପ୍ରାଣ ହରାଇଲେଣି।  ଅର୍ଥାତ ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁହାର ୩% ରହିଛି।

କେରଳ ଦୀର୍ଘ ଦିନରୁ ଏହି ସଂଘର୍ଷ ଆରମ୍ଭ କରି କରୋନାକୁ ନିୟନ୍ତ୍ରଣ କରିବାର ଏକ ସାର୍ଥକ ଉଦାହରଣ ପ୍ରସ୍ତୁତ କରିଛି। କେରଳ ସାମାଜିକ ଦୂରତା ଓ ଲକ ଡାଉନ ଘୋଷଣା କରିବା ସହିତ ଏଥିରେ ପ୍ରଭାବିତ ଲୋକଙ୍କ ପାଇଁ ସାମାଜିକ ଓ ଆର୍ଥିକ ସୁରକ୍ଷାର ବନ୍ଦୋବସ୍ତ କରିବାରେ ମଧ୍ୟ ଆଗୁଆ ଭୂମିକା ଗ୍ରହଣ କରିଥିଲା। ଦାଦନ ଶ୍ରମିକଙ୍କ ପାଇଁ ସାରା ଦେଶରେ ମୋଟ ୨୨,୫୬୭ ଟି ରିଲିଫ କେନ୍ଦ୍ର ଖୋଲା ଯାଇଥିବା ବେଳେ କେବଳ କେରଳରେ ଏହାର ୬୮.୮% ଶିବିର ଅର୍ଥାତ ୧୫,୫୪୧ଟି ରହିଛି। ସାରା ଦେଶରେ ସର୍ବାଧିକ  ୧୩ ୩୩୯ ଟି ପରୀକ୍ଷା ଉକ୍ତ ରାଜ୍ୟରେ ସମ୍ଭବ ହୋଇଛି। ରାଜ୍ୟରେ ମୋଟ ୧,୨୯, ୭୫୧ ଲୋକଙ୍କୁ ସରକାରୀ ନିରୀକ୍ଷଣରେ ରଖାଯାଇଛି।  ଜାତୀୟ ସ୍ତରରେ କରୋନା ମୁକାବିଲା ହେବାର ବହୁ ଆଗରୁ କେରଳ ସରକାର ୨୦ ହଜାର କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ ଏଥିଲାଗି ଘୋଷଣା କରି ସାରିଥିଲେ।

କେରଳ ତୁଳନାରେ ଭାରତର ଅନ୍ୟ ରାଜ୍ୟ ଗୁଡିକର କରୋନା ବିରୋଧୀ ସଂଘର୍ଷକୁ ଦେଖିଲେ ଅଣ ବିଜେପି ଶାସିତ ରାଜ୍ୟ ଗୁଡିକ ପରବର୍ତ୍ତୀ ସମୟରେ କେରଳକୁ ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି। ତେବେ ବିଜେପିର ପୋଷ୍ଟର ମଡେଲ ଭାବରେ ପରିଚିତ ଗୁଜରାଟ କୋଭିଡ୧୯ ମୁକାବିଲାରେ ସବୁଠୁ ଦୁର୍ବଳ ପ୍ରଦର୍ଶନ କରିଛି। ଗୁଜରାଟରେ ମାର୍ଚ୍ଚ ମାସରେ ପ୍ରଥମ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସେଠାରେ ଗତକାଲି ସୁଦ୍ଧା ୩୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୯ ଜଣ ମୃତ୍ୟୁ ବରଣ କରିଛନ୍ତି। ସଂକ୍ରମିତଙ୍କ ତୁଳନାରେ ଗୁଜରାଟରେ ମୃତ୍ୟୁହାର ୬.୧୬%। ସେହିପରି ବିଜେପି ଶାସିତ ମଧ୍ୟ ପ୍ରଦେଶରେ ୪୫୧ ସଂକ୍ରମିତ, ୩୩ ମୃତ, ମୃତ୍ୟୁ ହାର ୭.୩୧ ରହିଛି।

ଇତି ମଧ୍ୟରେ ଗୁଜରାଟ ୮୫ ବର୍ଷରୁ ଅଧିକ ବୟସର ଲକ୍ଷଣ ନଥିବା କରୋନା ପୋଜିଟିଭ ରୋଗୀଙ୍କୁ ଘରେ ରହିବା ପାଇଁ କହିଛି। ଏହା ଗୋଷ୍ଠୀ ସଂକ୍ରମଣ ପାଇଁ ଏକ ସହଜ ବାଟ ଫିଟାଇପାରେ। କୌଣସି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ଏକ ଆତ୍ମଘାତି ନିଷ୍ପତ୍ତି। ପୂର୍ବରୁ ଘରେ ରହି ସଙ୍ଗରୋଧ କରିବାର ସୁଯୋଗ ଦେଇ ବିଭିନ୍ନ ରାଜ୍ୟ ଭୁଲ କରି ସାରିଛନ୍ତି। ଗୁଜରାଟ ଏବେ ବୟସ୍କ ଆକ୍ରାନ୍ତଙ୍କ ଲାଗି ଯେଉଁ ନିଷ୍ପତ୍ତି ନେଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ।

କେରଳ ସହିତ ଓଡିଶାକୁ ଆମେ ତୁଳନା କରି ପାରିବା କି? ମାର୍ଚ୍ଚ ୧୫ ରୁ ଏପ୍ରିଲ ୧୦ ତାରିଖ ପର୍ୟନ୍ତ ଓଡିଶାରେ ୪୮ ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମାତ୍ର ୧। ହେଲେ ଓଡିଶାରେ କରୋନା ପରୀକ୍ଷା ର ହାର ଆଜି ମଧ୍ୟ ଯଥେଷ୍ଟ ନୁହେଁ। ଏପ୍ରିଲ ୯ ତାରିଖ ପର୍ୟନ୍ତ ରାଜ୍ୟରେ ମାତ୍ର ୩୨୪୯ ନମୂନା ପରୀକ୍ଷା ହୋଇଛି। ସେହିପରି ଲକ ଡାଉନ ସମୟରେ ଓଡିଶା ସରକାରଙ୍କ ପ୍ୟାକେଜ କେରଳ ତୁଳନାରେ ଯଥେଷ୍ଟ କମ। ସାରା ଭାରତ ଲାଗି କେରଳ ଯେଉଁ ଉଦାହରଣ ପ୍ରସ୍ତୁତ କରିଛି, ତାକୁ ଜାତୀୟ ଗଣମାଧ୍ୟମ ସଠିକ ଭାବରେ ଚର୍ଚ୍ଚା ନ କରିବା ବିଡମ୍ବନାର ବିଷୟ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.