Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…
ବିଶେଷ ଖବର

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

November 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମକୁମାରୀ ଅନୁଷ୍ଠାନ
ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ...

ଭୁବନେଶ୍ବର: ଆଜି ଜନତା ମୈଦାନ ଠାରେ ଭୁବନେଶ୍ୱର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅନୁଷ୍ଠାନର “ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବ୍ରହ୍ମକୁମାରୀ ଅନୁଷ୍ଠାନର ଏହି ପଚାଶ ବର୍ଷର ଯାତ୍ରା କେବଳ ସମୟର ଯାତ୍ରା ନହେଁ, ଏହା ମାନବତାର ଜାଗରଣ, ଆଧ୍ୟାତ୍ମିକ ଉନ୍ନତି ଏବଂ ଦିବ୍ୟ ସେବାର ଯାତ୍ରା ।

ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦିଏ । ଏହାଦ୍ବାରା ଆମେ ପ୍ରକୃତିର ସମ୍ପଦକୁ ବିଚାରଯୋଗ୍ୟ ବ୍ୟବହାର କରିଥାଉ। ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ ଏବଂ ଏହି ଶିକ୍ଷା, ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ, ଜଣେ ଆଧ୍ୟାତ୍ମିକ ଶିକ୍ଷକ ଭାବେ ସାରା ବିଶ୍ୱକୁ ଶିଖାଇ ଆସୁଛନ୍ତି। ତାଙ୍କର ତ୍ୟାଗ ଓ ସେବା ମନୋବୃତ୍ତି ପାଇଁ ସେ ଆଜି ଦେଶର ଆଧ୍ୟାତ୍ମିକ ଜଗତରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ବ୍ରହ୍ମ କୁମାରୀ ଅନୁଷ୍ଠାନ Stress Management ଏବଂ Emotion Well-Being ବିଷୟକୁ ଗୁରୁତ୍ବର ସହ ନେଇ ଲକ୍ଷ ଲକ୍ଷ ଲୋକଙ୍କ ଡିପ୍ରେସନ, ଆଡିକ୍ସନ ଏବଂ ଅନ୍ୟ ବ୍ୟକ୍ତିଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି। ନାରୀ ସଶକ୍ତିକରଣ ଓ ସାମାଜିକ ମୂଲ୍ୟବୋଧ ଉପରେ ମଧ୍ୟ କାମ କରୁଛନ୍ତି ।

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଠାରୁ ଆରମ୍ଭ କରି ଆଗାମୀ ଦିନ ମାନଙ୍କରେ ଏହି ଅନୁଷ୍ଠାନ ଏକ ବିଶ୍ବ ଆନ୍ଦୋଳନର ରୂପନେଉ, ମାଉଣ୍ଟଆବୁ ଠାରୁ ଆରମ୍ଭ କରି ନ୍ୟୁୟର୍କ ଏବଂ ନାଇରୋବି ଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ବିଶ୍ବ ଶାନ୍ତିର ବାର୍ତ୍ତା ପହଞ୍ଚାଉ। ଭୁବନେଶ୍ବର ବ୍ରହ୍ମକୁମାରୀ ପକ୍ଷରୁ ମଧ୍ୟ ସମସ୍ତ ପ୍ରୟାସ ଜାରି ରହୁଛି। ସରକାରଙ୍କର ଏବଂ ବ୍ରହ୍ମ କୁମାରୀ ଅନୁଷ୍ଠାନର ସମ୍ମିଳିତ ପ୍ରୟାସ, ସମାଜରେ ନିଶ୍ଚୟ ଫଳପ୍ରଦ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ରାଜ ଯୋଗ ଓ ଧ୍ୟାନର ପଥ ଶୃଙ୍ଖଳା ଓ କରୁଣା ଶିଖାଏ । ଏହା ପ୍ରଶାସନରେ ସୁଶାସନ ପାଇଁ ଏହା ଆବଶ୍ୟକ। ଯେତେବେଳେ ପ୍ରଶାସନ ସହାନୁଭୂତି ସହିତ ଗତି କରେ ସେତେବେଳେ ଲୋକମାନେ ବିଶ୍ବାସ ଅନୁଭବ କରନ୍ତି ଏବଂ ସେମାନେ ସମାଜର ନୈତିକ ଗଠନକୁ ମଜବୁତ୍ କରନ୍ତି। ଆଜିଯେଉଁ ଭଳି ବ୍ରହ୍ମକୁମାରୀ ଅନୁଷ୍ଠାନ ସମ୍ପନ୍ନ ଓଡିଶା, ସ୍ବର୍ଣ୍ଣିମ ଓଡିଶା ଅଭିଯାନ ଆରମ୍ଭ କରିଛି, ସେହିଭଳି ଆମେ ମଧ୍ୟ ଲକ୍ଷ୍ୟ ରଖିଛୁ ୨୦୩୬ ସୁଦ୍ଧା ଆମ ଓଡିଶାକୁ ସମୃଦ୍ଧ ଓଡିଶା, ବିକଶିତ ଓଡିଶା ଭାବେ ଗଢି ତୋଳିବୁ।

ଏହି ଅବସରରେ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ବ୍ରହ୍ମକୁମାରୀ ଅନୁଷ୍ଠାନ ସମାଜକୁ ସଜାଡିବାର କାର୍ଯ୍ୟ ଓ ମଣିଷକୁ ସୁଧାରିବାର କାର୍ଯ୍ୟ କରୁଛି । ୫୦ ବର୍ଷ ଧରି ଏହି ଅନୁଷ୍ଠାନ ଆମ ସମସ୍ତଙ୍କୁ ଶାନ୍ତି ଏବଂ ମୈତ୍ରୀର ମାର୍ଗଦେଖାଉଛି।

କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ବର ବିଧାୟକ ଶ୍ରୀ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲୀ, ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ, ଡକ୍ଟର ବନାରଶୀ ଭାଇ, ଶକ୍ତିରାଜ ଭାଇ, ବ୍ରହ୍ମକୁମାରୀ, ଭୁବନେଶ୍ବର ଶାଖା ରୁ ଗୀତା ଦିଦି ପ୍ରମୁଖ ମଞ୍ଚାସୀନ ଥିଲେ।

Brmhakumari Mohan Majhi ପୃଥୀରାଜ ହରିଚନ୍ଦନ ବ୍ରହ୍ମକୁମାରୀ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026
Latest News

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.