ରାଜଧାନୀର ବୁଲା ପଶୁଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇଲା ବିଏମସି, ପ୍ରତିଦିନ ଦିଆଯାଉଛି ୧୨ କ୍ଵିଣ୍ଟାଲ ଖାଦ୍ୟ

Published: Apr 12, 2020, 2:37 pm IST

ଭୁବନେଶ୍ବର: ରାଜ୍ୟ ସରକାର ଅଭାବି ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇ ଆସୁଛନ୍ତି। ଠିକ୍ ସେହିପରି ଏହି ଲକଡାଉନ ସମୟରେ ବୁଲା ପଶୁମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ୫୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ସେହି ଅନୁସାରେ ରାଜ୍ୟର ପ୍ରତି ବିଜ୍ଞାପିତ ଅଞ୍ଚଳ, ସହରାଞ୍ଚଳ ଏବଂ ମହାନଗର ଅଞ୍ଚଳରେ ଏହା ଲାଗୁ କରାଯାଇଛି।

ଭୁବନେଶ୍ବର ମହାନଗର ବା ବିଏମସିରେ ମଧ୍ୟ ବୁଲାପଶୁମାନଙ୍କୁ ଦୈନିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଏମସି ତରଫରୁ ଏକ ସ୍ବତନ୍ତ୍ର ଟିମ କରାଯାଇ ସହରର ବିଭିନ୍ନ ସ୍ଥାନରେ ବୁଲିବୁଲି ଏହି ବୁଲା ପଶୁଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି। ବିଏମସ ତରଫରୁ ପ୍ରତ୍ୟେକ ଦିନ ସକାଳେ ୫ କ୍ବିଣ୍ଟାଲ ଏବଂ ସଂଧ୍ୟାରେ ୩ କ୍ଵିଣ୍ଟାଲ ରନ୍ଧା ଖାଦ୍ୟ କେବଳ କୁକୁରମାନଙ୍କୁ ଦିଆ ଯାଉଛି। ସେହିପରି ପ୍ରତ୍ୟେକ ଦିନ ୪ କ୍ଵିଣ୍ଟାଲ ଖାଦ୍ୟ ଗାଈଗୋରଙ୍କୁ ପ୍ରଦାନ କରାଯାଉଛି। ଏହି ଲକ ଡାଉନ ସମୟରେ ଦୈନିକ ସକାଳେ ଏବଂ ସଂଧ୍ୟାରେ ଏହି ବୁଲାପଶୁଙ୍କୁ ଦୁଇଥର ଖାଇବାକୁ ଦିଆଯାଉଛି।

Related posts