Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୂତାଣୁ ପାଇଁ ଭାରତରେ ତିଆରି ହେଲା ଏକ ଧାର୍ମିକ ମୁଖା ଏବଂ ଏ ମୁଖାର ନିର୍ମାତା ଆମର ମଣିଷ ବିରୋଧୀ ଗଣମାଧ୍ୟମ 
ବିଶେଷ ଖବର

କରୋନା ଭୂତାଣୁ ପାଇଁ ଭାରତରେ ତିଆରି ହେଲା ଏକ ଧାର୍ମିକ ମୁଖା ଏବଂ ଏ ମୁଖାର ନିର୍ମାତା ଆମର ମଣିଷ ବିରୋଧୀ ଗଣମାଧ୍ୟମ 

April 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ ସୋସିଆଲ ମିଡିଆରେ ଜଣେ ରାଜନୈତିକ ଦଳର ନେତ୍ରୀ ଲେଖିଛନ୍ତି- “ସୁନ୍ଦରଗଡରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଉଭୟେ ଅମୁକ ଧର୍ମର”। (କୌଣସି ଧର୍ମର ନାମରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ଏକ ଅପରାଧ, ତେଣୁ ମୁଁ ସେ ଭଦ୍ର ମହିଳା ଲେଖିଥିବା ନିର୍ଦ୍ଦିଷ୍ଟ ଧର୍ମର ନାମ ଉଲ୍ଲେଖ କରୁନାହିଁ।) ଏହା ଏକ ଛୋଟ ଉଦାହରଣ ମାତ୍ର। ଏମିତି ଶହ ଶହ ଉଦାହରଣ ଆମେ ଦେଖି ଆସୁଛୁ ଓ କରୋନା ସଂକ୍ରମଣ କାଳରେ ଯେଉଁମାନେ ଏ ଦେଶର ସର୍ବାଧିକ ପୀଡିତ ବା ସନ୍ତ୍ରସ୍ତ ସେମାନଙ୍କ ପ୍ରତି ଆମେ ଅଧିକ ବିଦ୍ଵେଷ ତିଆରି କରି ଚାଲୁଛୁ। ଗତ କିଛି ବର୍ଷର ସାମ୍ପ୍ରଦାୟିକ ରାଜନୀତି ଆମକୁ ଅଧିକରୁ ଅଧିକ ଅମଣିଷ କରି ଚାଲିଛି ଓ ଅମଣିଷ ହେବାଟାକୁ ଆମେ ନିଜର ଗୌରବ ବୋଲି ଭାବି ନେଇଛୁ।

ଦୁଇ ଦିନ ତଳେ କଟକରେ ଜଣେ ବୟସ୍କ କିଡନି ରୋଗୀଙ୍କ ଡାଏଲିସିସ କରିବାକୁ ଦୁଇଟି ଡାକ୍ତରଖାନା ମନା କରିଦେଲେ, କାରଣ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକ ଥିଲେ। ଧର୍ମକୁ ଦେଖି ରୋଗ ବାରୁଥିବା ଡାକ୍ତର ଓ ଡାକ୍ତରଖାନା ଆମ ଦେଶରେ ୟା ଭିତରେ ତିଆରି ହୋଇ ଗଲାଣି, ଏହା ବୋଧହୁଏ ସବୁଠୁ ବିଡମ୍ବନାର ବିଷୟ। ସବୁଠୁ ଦୁର୍ଭାଗ୍ୟର ବିଷୟ ଡାଏଲିସିସ ଅଭାବରୁ ଏହି ବୟସ୍କ ବ୍ୟକ୍ତି ଜଣକ ରାସ୍ତାରେ ପ୍ରାଣ ହରାଇଲେ।ଏହା ତ ସିଧା ସିଧା ହତ୍ୟାକାଣ୍ଡ!  ଧର୍ମ ନାଁରେ ଜଣେ ରୋଗୀଙ୍କୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରିବା, ମାନବିକତା ପାଇଁ ଅପମାନର ବିଷୟ। ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଏ ବିଷୟରେ ସୋସିଆଲ ମିଡିଆରେ ଯାହା ଲେଖିଛନ୍ତି, ସରକାର ତାହର ତଦନ୍ତ କରିବେ କି?

କରୋନା ଭୂତାଣୁ ଆଜି ସାରା ପୃଥିବୀର ମଣିଷ ପାଇଁ ଆତଙ୍କ ପାଲଟିଥିବା ବେଳେ ଏଥିରେ ସବୁ ଧର୍ମ ଓ ବିଚାରର ଲୋକ ପ୍ରାଣ ହରାଇ ସାରିଲେଣି । କମ୍ୟୁନିଷ୍ଟ ଚୀନ ଓ କ୍ୟାପିଟାଲିଷ୍ଟ ଆମେରିକା, ଉଭୟେ ଏହି ଭୂତାଣୁର ଶିକାର। ମକ୍କା-ମଦିନା ଏହି ଭୂତାଣୁ କବଳରେ ଯେତିକି ଆତଙ୍କିତ ଭାଟିକାନ ସିଟି ମଧ୍ୟ ସମାନ ପରିମାଣରେ ଏହା ଦ୍ଵାରା ଆକ୍ରାନ୍ତ। ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର, ବୌଦ୍ଧ ବିହାର କିମ୍ବା ଜୈନ ଆଶ୍ରମ, ଏ ଭୂତାଣୁ କାହାକୁ ଛାଡିନାହିଁ। ଖ୍ରୀଷ୍ଟିୟାନ ବହୁଳ ଆମେରିକା ଓ ୟୁରୋପ, ମୁସଲମାନ ବହୁଳ ଆରବୀୟ ଦେଶ ସମୂହ, ପାକିସ୍ତାନ, ଇରାନ, ଇଣ୍ଡୋନେସିଆ, ହିନ୍ଦୁ ବହୁଳ ଭାରତ ତଥା ଅନେକ  ନାସ୍ତିକ ଦେଶର ଜଣ ସାଧାରଣ ଏହି ଭୂତାଣୁ ର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ଗତକାଲି ସୁଦ୍ଧା ଯେଉଁ ୧୮ ଲକ୍ଷ ଆକ୍ରାନ୍ତ ଥିଲେ ସେମାନଙ୍କର ଧାର୍ମିକ ପରିଚୟ କଣ? ଯେଉଁ ୧ ଲକ୍ଷ ୧୦ ହଜାର ଲୋକ ଏଥିରେ ପ୍ରାଣ ହରାଇଲେଣି ସେମାନଙ୍କର ଧାର୍ମିକ ପରିଚୟ ଖୋଜିବା ଉଚିତ ହେବ କି? ଭାରତରେ ଯେତେବେଳେ ଏହାର ସଂକ୍ରମଣ ଆରମ୍ଭ ହେଲା, ସେତେବେଳେ ଏହାକୁ ଆମେ ଏକ ମାନବୀୟ ସଙ୍କଟ ବୋଲି ବିଚାର କରୁଥିଲୁ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ଦିଲ୍ଲୀର ଏକ ଧାର୍ମିକ ସମାଗମରୁ କିଛି ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ହଠାତ ସବୁକିଛିକୁ ଓଲଟ ପାଲଟ କରିଦେଲା। ସାମ୍ପ୍ରଦାୟିକତାର ଚଷମା ପିନ୍ଧିଥିବା ଭାରତର ଶାସକ ଦଳ ଓ ସେମାନଙ୍କର ବଚସ୍କର ଗଣମାଧ୍ୟମ କରୋନା ଭୂତାଣୁର ଧାର୍ମିକ ଅଭିଷେକ  ଆରମ୍ଭ କରିଦେଲେ। ଘୃଣା ଓ ବିଦ୍ଵେଷର ରାଜନୀତିକୁ ବଢାଇବା ପାଇଁ ଏହି ସମାଗମକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଗଲା। ଅତି ଲଜ୍ଜାଜନକ ଭାବରେ ଦିଲ୍ଲୀ ସରକାର ଓ ଭାରତ ସରକାର ଏହି ରୋଗ ଦ୍ଵାରା ଆକ୍ରାନ୍ତ ଲୋକଙ୍କର ଧାର୍ମିକ ପରିଚୟ ଦେବା ଆରମ୍ଭ କରିଦେଲେ। ତାର ପରିଣତିରେ ଏକ ନିର୍ଦ୍ଦିଷ୍ଟ ଧର୍ମର ୩୦ କୋଟି ଜନତା ଆଜି ବାକି ୯୦ କୋଟି ଲୋକଙ୍କର ଘୃଣା ଓ ବିଦ୍ଵେଷର କେନ୍ଦ୍ରରେ ରହିଛନ୍ତି।

ଯେ କୌଣସି ମାନବୀୟ ସଙ୍କଟକୁ ଧାର୍ମିକ ବିଦ୍ଵେଷରେ ରୂପାନ୍ତରିତ କରିବାର କୁତ୍ସିତ କଳା ଆମର ଗଣମାଧ୍ୟମକୁ ବେଶ ଭଲ ଭାବରେ ଜଣା ଅଛି। ଏବେ ଓଡିଶାରେ ଯେଉଁ ୫୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି, ତାଙ୍କ ପରିଚୟକୁ ନେଇ ଅତ୍ୟନ୍ତ ଅମାନବୀୟ ଚର୍ଚ୍ଚା ଆମର ସୋସିଆଲ ମିଡିଆରେ ଚାଲିଛି। ଦିଲ୍ଲୀର ଧାର୍ମିକ ସମାଗମ କୁ ନେଇ ଘୃଣା ସୃଷ୍ଟି କରୁଥିବା ଲୋକେ ମଧ୍ୟପ୍ରଦେଶ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗକୁ କଣ ବୋଲି କହିବେ? ସେହି ବିଭାଗର ୪୦ ଜଣ ଆକ୍ରାନ୍ତ ଏବେ ଚିହ୍ନଟ ହୋଇ ସାରିଛନ୍ତି।

ଭୂତାଣୁ ଜନିତ ରୋଗକୁ ନେଇ ମନ୍ଦିର ମସଜିଦ ତଥା ମଦ୍ରାସା ଓ ଅନାଥାଶ୍ରମର କୁତ୍ସିତ ରାଜନୀତି କରୁଥିବା ଭାରତର ଗଣମାଧ୍ୟମ ଆମ ସମୟର ସବୁଠୁ ବଡ ଖଳନାୟକ ଭାବେ କାମ କରୁଛି। ଆଜି ମଣିଷ ତୁଳନାରେ ମଣିଷର ଧର୍ମକୁ ନେଇ ଜଘନ୍ୟ ଖେଳ ଆରମ୍ଭ ହୋଇଛି। ଏହା ସାରା ଭାରତର ମାନବିକତା ଓ ଆମର ସମନ୍ଵୟୀ ସଂସ୍କୃତି ଉପରେ ସବୁଠୁ ବଡ ଆକ୍ରମଣ।

corona religion
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026
Latest News

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.