ସଫେଇ କରି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସାମିଲ୍‌ ହେଲା କୁମ୍ଭମେଳା

Published: Mar 3, 2019, 11:07 am IST
Kumbga Mela authority sets new Guinness world record by  undertaking massive sanitation work

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ତେବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ କୁମ୍ଭମେଳା ତୃତୀୟ ରେକର୍ଡ କରି ହ୍ୟାଟ୍ରିକ ହାସଲ କରିଛି । ଶନିବାର ଦିନ ପାଞ୍ଚଟି ଅଲଗା ଅଲଗା ସ୍ଥାନରେ ପ୍ରାୟ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀମାନେ ସଫେଇ କରି ମେଳାର ତୃତୀୟ ବିଶ୍ୱ ରେକର୍ଡ କରିଛନ୍ତି । କୁମ୍ଭମେଳାର ସେକ୍ଟର୧ ଏବଂ ୨ ରାସ୍ତା, ଅରେଲରେ ସଙ୍କଟମୋଚନ ମାର୍ଗ, ସେକ୍ଟର ୭ରେ କୈଳାସପୁରୀ ଏବଂ ଝୁଂସୀର ସଙ୍ଗମ ଲୋୟର ମାର୍ଗରେ ଏକା ସମୟରେ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀ ୩ମିନିଟ ପର୍ଯ୍ୟନ୍ତ ଝାଡୁମାରି ଏହି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଢାକାର ୭୦୨୧ଜଣ ଲୋକ ଏକାସହ ସଫେଇ କରି ରେକର୍ଡ କରିଥିଲେ । ଏହା ସହ ଅଲଗା ଅଲଗା ପାଞ୍ଚଟି ସ୍ଥାନରେ ସଫେଇ କରିବାର ନୂଆ ରେକର୍ଡ ହୋଇଛି ।  ଏହା ପୂର୍ବରୁ କୁମ୍ଭ ମେଳା ପ୍ରାଧିକରଣ ପକ୍ଷରୁ ଗୁରୁବାର ଏକାସାଙ୍ଗରେ ୫୦୩ଟି ବସର ପରେଡେ ଏବଂ ପେଣ୍ଟିଂ ପାଇଁ ୱାଲ ମାଧ୍ୟମରେ ୭ ହଜାରରୁ ଅଧିକ ଲୋକ ନିଜର ହାତର ଛାପ ଛାଡି ଦୁଇଟି ଗିନିଜ ୱାଲର୍ଡ ରେକର୍ଡ ସ୍ଥାପନ କରିଥିଲେ ।

 

Related posts