ପାକିସ୍ତାନ ଉପରେ ବ୍ୟାନ୍‌ ଲାଗିବ ନାହିଁ : ବିସିସିଆଇର ଦାବିକୁ ଅଗ୍ରାହ୍ୟ କଲା ଆଇସିସି

Published: Mar 3, 2019, 12:48 pm IST
pakistan will play in 2019 world cup, declares icc

ଫେବୃଆରୀ ୧୪ ତାରିଖରେ ଭାରତରେ ଘଟାଇଥିବା ଜୈଶ୍‌-ଏ-ମହମ୍ମଦ ଦ୍ଵାରା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ୍‌ଙ୍କ ଶହୀଦ୍‌ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ନିନ୍ଦା କରାଯାଇଥିଲା । ଦେଶର ପୁରୁଖା ଖେଳାଳି, ଖେଳପ୍ରେମୀ ଏବଂ ବୁଦ୍ଧିଜୀବୀମାନେ ଏହି ଦୁଃଖଦ ଘଟଣାକୁ କଡା ନିନ୍ଦା କରିବା ସହ ପାକିସ୍ତାନ ସହ ଆଗାମୀ ବିଶ୍ଵକପରେ ହେବାକୁ ଥିବା  ମ୍ୟାଚକୁ ସମ୍ପୂର୍ଣ ଭାବରେ ବର୍ଜ୍ଜନ କରିବାପାଇଁ ଦାବି କରିଥିଲେ। ତେଣୁ ବିସିସିଆଇ ମଧ୍ୟ ସାଧାରଣ ଜନତାଙ୍କ କ୍ରୋଧକୁ ବୁଝି ପାକିସ୍ତାନକୁ ବ୍ୟାନ୍‌ କରିବା ଲାଗି  ଆଇସିସି ପାଖରେ ଦାବି ଜଣାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଥିବାବେଳେ କ୍ରିକେଟ୍‌ ଖେଳିବା ଉପରେ ମଧ୍ୟ ପାକିସ୍ତାନକୁ ପ୍ରତିବନ୍ଧକ ଲଗାଇବାକୁ ବିସିସିଆଇ ଚେଷ୍ଟା ଜାରି ରଖିଥିଲା । କିନ୍ତୁ ଆଇସିସି ପାକିସ୍ତାନକୁ  ବିଶ୍ଵକପ୍‌ରୁ ବାସନ୍ଦ ନ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ବିସିସିଆଇ ତରଫରୁ ଏନେଇ କୌଣସି ଘୋଷଣା ଏଯାବତ୍‌ ହୋଇନାହିଁ ।

Related posts