Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେ‘ 7 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କଲେ କେସିଆର୍‌
ଆଜିର ଖବର

ମେ‘ 7 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କଲେ କେସିଆର୍‌

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲେଙ୍ଗାନା : ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ମଇ 3 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବାବେଳେ ତେଲେଙ୍ଗାନା ସରକାର ଏବେ ଏହି ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ତେଲେଙ୍ଗାନା ସରକାର ମେ’ 7 ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି ।

କେସିଆର କହିଛନ୍ତି ଯେ, ତେଲେଙ୍ଗାନାରେ ଲକ୍ ଡାଉନ୍‌ ଅବଧିକୁ ମେ’ 7 ତାରିଖ ଯାଏଁ ଜାରି ରହିବ । ଏହା ମେ 8 ତାରିଖରେ ଶେଷ ହେବ । ବିଦେଶରୁ ଫେରିଥିବା 64 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ତେଲେଙ୍ଗାନା  ସରକାର ସୂଚନା ଦେଇଛନ୍ତି ।  ସେହିପରି ଦିଲ୍ଲୀ ନିମାଜୁଦ୍ଦିନ ସ୍ଥିତ ମରକଜରେ ସାମିଲ୍‌ ହୋଇଥିବା ଜମାତୀଙ୍କ ଯାତ୍ରା ଇତିହାସ ଉପରେ ଅନୁସନ୍ଧାନ ଚଲାଇଛନ୍ତି ।

ସେହିପରି ତେଲେଙ୍ଗାନା ସରକାର ରାଜ୍ୟରେ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌କୁ ମଧ୍ୟ ବନ୍ଦ ରଖିଛନ୍ତି। ଅନ୍‌ ଲାଇନ୍‌ ଖାଦ୍ୟ ଯୋଗାଣା କାରୀ ସଂସ୍ଥା ଜୋମାଟୋ, ସ୍ବିଗିୀ ଓ ପିଜ୍ଜା ଡେଲିଭରୀ ଆଦିକୁ ପୂରାପୂରି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର କହିଛନ୍ତି ଯେ, ଯଦି ଆମେ ପିଜ୍ଜା ଖାଇବାନି, ତେବେ ମରି ଯିବା ନାହିଁ ।  ସେହିପରି ମେ’ 5 ତାରିଖରେ କ୍ୟାବିନେଟ୍‌ ମିଟିଂରେ ରାଜ୍ୟର ଅବସ୍ଥାକୁ ଦେଖି ବିମାନ ସେବା ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି କେସିଆର୍‌ ।  ସେହିପରି ରାମଜାନ୍‌ ସମୟରେ ଲକ୍‌ ଡାଉନ୍‌ କଟକଣାରେ କିଛି କୋହଳ କରାଯିବ ନାହିଁ । ଏହା କଡା ରୂପେ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 885ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 18ରେ ପହଞ୍ଚିଛି ।

kcr lockdownextension
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.