କରୋନାରେ ମୃତ୍ୟୁବରଣ କଲେ ଥାନା ପ୍ରଭାରୀ: ଡ୍ୟୁଟି କରୁଥିବା ସମୟରେ ସଂକ୍ରମିତ ହୋଇଥିଲେ

Published: Apr 21, 2020, 9:31 am IST

ଉଜୈନ୍‌ : ମଧ୍ୟପ୍ରଦେଶରେ କରୋନା ବେଶ ଦ୍ରୁତଗତିରେ ବଢିବାରେ ଲାଗିଛି । ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ୟଶଓ୍ବନ୍ତ ପାଲ୍‌ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯଶଓ୍ବନ୍ତ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଇନ୍ଦୋର ଅରବିନ୍ଦୋ ହସ୍ପିଟାଲ୍‌ରେ ଚାଲୁଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ଅରବିନ୍ଦୋ ହସ୍ପିଟାଲର ଚେୟାରମ୍ୟାନ୍‌ ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ 12 ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ସାଢ 5ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। 6 ଏପ୍ରିଲ୍‌ରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା 12 ପୋଲିସ୍‌ କର୍ମୀଙ୍କୁ ମାଧବନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟଶ୍‌ଓ୍ବନ୍ତଙ୍କ ପତ୍ନୀ ଓ ତାଙ୍କ ଦୁଇ ଝିଅକୁ ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାର 1400 ଟପିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 76ରେ ପହଞ୍ଚିଛି ।(ଏଜେନ୍ସି)

Related posts