ମୁସଲମାନ ବୋଲି ଡେଲଭରୀ ବୟଠାରୁ ଗ୍ରହଣ କଲେନି ରାସନ ସାମଗ୍ରୀ

Published: Apr 23, 2020, 1:00 pm IST

ମୁମ୍ବାଇ : କରୋନା ସଂକଟ ସହ ଦେଶ ଲଢେଇ କରୁଥିବାବେଳେ ବି ଧର୍ମକୁ ନେଇ ଆମର ମାନସିକତାରେ କିଛି ଉନ୍ନତି ଘଟିନି । ଏମିତି ଏକ ହୀନ ମାନସିକତାର ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ସହରରେ । ଜାତି ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଜଣେ ବ୍ୟକ୍ତିଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଖବର ମୁମ୍ବାଇର ମୀରା ରୋଡ୍‌ ଅଞ୍ଚଳରେ ଘଟିଛି । ଜଣେ ମୁସଲମାନ ହୋଇଥିବାରୁ ଏଠାରେ ଏକ ଘରକୁ ଡେଲିଭରୀ ଦେବାକୁ ଆସିଥିବାବେଳେ ତାଙ୍କୁ ଫେରାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଜଣେ ପରିବାର ରାସନ୍‌ ସାମଗ୍ରୀ ଅର୍ଡର ଦେଇଥିବାବେଳେ ଡେଲଭରି ବୟ ଜଣକ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ଫେରାଇ ଦେଇଛନ୍ତି ।

ଡେଲିଭରୀ ବୟ ଜଣକର ଭିଡିଓ ବୟାନ ଆଧାରରେ କାଶୀ ମୀରା ପୁଲିସ୍‌ ଷ୍ଟେସନ୍‌ 51 ବର୍ଷୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ 295ଏ ଆଧାରରେ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବରକତ୍‌ ପଟେଲ ନାମକ ଜଣେ ଡେଲଭରୀ ବୟ ମୀରା ରୋଡ୍‌ ସ୍ଥିତ ଏକ ଗ୍ରୋସରୀ ଦୋକାନରେ କାମ କରୁଥିଲେ । ସେ ରାସନ୍‌ ଡେଲିଭରୀ ଦେବାକୁ ମୀରା ରୋଡ୍‌ ସ୍ଥିତ ଏକ ବିଲିଡଂରେ ରାସନ ଦେବାକୁ ଯାଇଥିଲେ । ତେବେ ପରିବାରର ଉପସ୍ଥିତ ରହିଥିବା ଜଣେ 51 ବର୍ଷୀୟ ବ୍ୟକ୍ତି ରାସନ ନେବା ପୂର୍ବରୁ ଡେଲିଭରୀ ବୟକୁ ତାଙ୍କ ନାମ ପଚାରିଥିଲେ । ଡେଲିଭରୀ ବୟଟି ନାମ କହିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଡେଲୀଭରୀ ନେବାକୁ ମନା କରିଥିଲେ । ଏହି 51 ବର୍ଷ ବୟସ୍କ ବ୍ୟକ୍ତିଙ୍କର ନିଜ ପ୍ରତି ଏପରିମନୋଭାବ ଦେଖି ବରକତ୍‌ ନିଜ ମୋବାଇଲରେ ଏହାକୁ ରେକର୍ଡିଂ କରିଥିଲେ । ଏହି ମୋବାଇଲ୍‌ ରେକର୍ଡିଂ ଆଧାରରେ ପୋଲିସ୍‌ ଷ୍ଟେସନରେ ଏକ ମାମଲା ଦାଏର କରିଥିଲେ । (ଏଜେନ୍ସି)

Related posts