Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଣ୍ଣବ ଗୋସ୍ଵାମୀ, କେବଳ ସମ୍ବାଦିକତା ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ମଧ୍ୟ ଏକ ବିପଦ!!
ବିଶେଷ ଖବର

ଅର୍ଣ୍ଣବ ଗୋସ୍ଵାମୀ, କେବଳ ସମ୍ବାଦିକତା ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ମଧ୍ୟ ଏକ ବିପଦ!!

April 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ସାତ ଆଠ ବର୍ଷ ଧରି ଭାରତୀୟ ସାମ୍ବାଦିକତାରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ତ ନୁହଁ ଅପଚର୍ଚ୍ଚା। କ୍ଷମତା ସହିତ ଯିଏ ରହିଲା ଅର୍ଣ୍ଣବ ଗୋସ୍ଵାମୀ, ତାଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରନ୍ତି। ଯେଉଁମାନେ ଆଜି ତାଙ୍କୁ ବିଜେପିର ସମର୍ଥକ ବୋଲି ଭାବୁଛନ୍ତି, ସେମାନେ ତାଙ୍କୁ ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀଙ୍କର ଚାମଚା ବୋଲି କହୁଥିଲେ। ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ତାଙ୍କର ସବୁଠୁ ବଡ ସାକ୍ଷାତ୍କାର ଅର୍ଣ୍ଣବଙ୍କୁ ଇ ଦେଇଥିଲେ। ସେତେବେଳେ ଅର୍ଣ୍ଣବଙ୍କୁ ଗାନ୍ଧୀ ପରିବାରର ପୋଷା କୁକୁର ବୋଲି ଅନେକ ବିଜେପି ନେତା ଟୁଇଟ କରିଥିଲେ। କ୍ଷମତା ବଦଳିଗଲା ପରେ ଅର୍ଣ୍ଣବ ଗୋସ୍ଵାମୀଙ୍କର ଶିବିର ମଧ୍ୟ ବଦଳିଗଲା। ଆଜି ସେ ବିଜେପିର ଅନ୍ଦର ମହଲର ସାମ୍ବାଦିକ। ତେଣୁ ତାଙ୍କୁ ନେଇ ସାଧାରଣରେ ତିନି ପ୍ରକାର ପ୍ରତିକ୍ରିୟା ସବୁବେଳେ ରହି ଆସିଛି। ପ୍ରଥମେ କେହି କେହି ତାଙ୍କୁ ଜୋକର ବୋଲି ଭାବି ତାଙ୍କ ସାମ୍ବାଦିକତାକୁ ମନୋରଞ୍ଜନ ଭାବରେ ଦେଖିବା ଓ ତାଙ୍କୁ ଗୁରୁତ୍ଵ ନଦେବା କଥା କହନ୍ତି। ଆଉ କିଛି ଲୋକଙ୍କ ପାଇଁ ସେ ଅତ୍ୟନ୍ତ ନିକୃଷ୍ଟ ଓ ନିନ୍ଦନୀୟ ଚରିତ୍ର, ତେଣୁ ସେ ଘୃଣା ର ପାତ୍ର। ତୃତୀୟରେ ସରକାରୀ ଦଳ ଓ ତାଙ୍କର ଭକ୍ତମାନେ ଅର୍ଣ୍ଣବଙ୍କର ପ୍ରବଳ ପ୍ରଶଂସକ। ଏହି ତିନୋଟି ଯାକ ଗୋଷ୍ଠୀରେ କୋଟି କୋଟି ଭାରତୀୟ ବିଭକ୍ତ ହୋଇକି ଅଛନ୍ତି।

ସମସ୍ୟା ହେଉଛି, ବହୁ ଲୋକ ଜଣେ ବ୍ୟକ୍ତିକୁ ଭଲ ପାଇଲେ ସେ ଯେମିତି ତାରକା ପାଲଟି ଯାଏ, ବହୁ ଲୋକ ଘୃଣା କଲେ ମଧ୍ୟ ସେହି ସମାନ କଥା ଘଟେ। ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଅଣଦେଖା କରିଦେଲେ ତାଙ୍କର ମୂଲ୍ୟ କମିବ ନାହିଁ, ବରଂ ବଢିବ। ଟେଲିଭିଜନ ବନ୍ଦ କରିଦେଲେ ସେ ଲୋକର ବିଷାକ୍ତ ସାମ୍ବାଦିକତାରୁ ଆମକୁ ମୁକ୍ତି ମିଳିଯିବ ବୋଲି ଭାବନ୍ତୁ ନାଇଁ। ଅର୍ଣ୍ଣବ ଗୋସ୍ଵାମୀ ଭାରତୀୟ ସାମ୍ବାଦିକତାରେ ଗୋଲାମଗିରି ଓ ପାଦଚଟା ସାମ୍ବାଦିକତାକୁ “ଷ୍ଟାରଡମ” ଦେଇ ସାରିଛନ୍ତି। ତେଣୁ ଟେଲିଭିଜନ ଜଗତରେ ଆପଣ ପ୍ରତିଦିନ ପଚାଶ ଶହେ କୁନି କୁନି ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଦେଖିବାକୁ ପାଉଛନ୍ତି। ଏମାନେ ଗଣତନ୍ତ୍ର ଓ ସମ୍ବିଧାନର ସବୁଠୁ ବଡ ଶତ୍ରୁ ଭାବରେ ଏବେ କାମ କରୁଛନ୍ତି। ତେଣୁ ଏମାନଙ୍କୁ ଗୁରୁତ୍ଵ ନଦେଲେ ଏମାନଙ୍କର କ୍ଷତି ହେବନାହିଁ, ବରଂ ଭାରତୀୟ ସମାଜ ବଡ ବିପଦରେ ପଡିବ।

ଅର୍ଣ୍ଣବ ଗୋସ୍ଵାମୀ ଖାଲି ମିଛ ଖବର ପରଶୁ ନାହାନ୍ତି, ସେ ସିଧା ସଳଖ ନିର୍ଦ୍ଦିଷ୍ଟ ଧର୍ମ, ଦଳ ଓ ନେତୃତ୍ଵ ବିରୋଧରେ ଘୃଣା ସୃଷ୍ଟି କରୁଛନ୍ତି। ତାର ଏକ ଛୋଟିଆ ଉଦାହରଣ ହେଉଛି, ଗତ ୧୪ ଏପ୍ରିଲ ସନ୍ଧ୍ୟାର ମୁମ୍ବାଇ ଘଟଣା। ସେଦିନ ଶହ ଶହ ଦାଦନ ଶ୍ରମିକ ନିଜ ଘରକୁ ଫେରିବା ଲାଗି ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିଲେ। ଏହି ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ ଥିଲେ। ଏମାନଙ୍କୁ ଦେଖି ଅର୍ଣ୍ଣବ ଗୋସ୍ଵାମୀ କହିଥିଲେ ଯେ- ୟେ ମଜଦୁର ନହିଁ, କି ମଜବୁର ନେହିଁ, ବିକେ ହୁଏ ଅଭିନେତା ହୈ। ଅଦ୍ଭୁତ କଥା। ଏ ଦେଶର ସବୁଠୁ ଅସହାୟ ଲୋକଙ୍କୁ ସବୁଠୁ ବେଶୀ ଗୋଲାମଗିରି କରୁଥିବା ଜଣେ ସାମ୍ବାଦିକ କହୁଛି, ଏମାନେ ସବୁ ମିଛୁଆ ଅଭିନେତା। କାହାଣୀ କେବଳ ସେତିକିରେ ସରିନାଇଁ। ପାଖରେ ଥିବା ମସଜିଦ କୁ ଏହା ସହିତ ଯୋଡିଦେଇ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ମଧ୍ୟ ଅର୍ଣ୍ଣବ ଚେଷ୍ଟା କରିଥିଲେ। ଏ ପ୍ରକାର ଅପଚେଷ୍ଟାର ପରିଣତିରେ ସେଦିନ  ହୁଏତ ଗୋଟେ ବଡ ଦଙ୍ଗା ଘଟି ଯାଇଥାନ୍ତା!!

ଅର୍ଣ୍ଣବ ଓ ତାଙ୍କର ଅବୈଧ  ନବଜାତକମାନେ କେବଳ ତାମସାବାଜି ବା ପାଦଚଟା ସାମ୍ବାଦିକତା କରୁନାହାନ୍ତି, ଏମାନେ ସିଧାସଳଖ ଘୃଣା ଓ ବିଦ୍ଵେଷର ରାଜନୀତି କରୁଛନ୍ତି। ସମାଜକୁ ଧର୍ମ ଆଧାରରେ ଭାଗ ଭାଗ କରି ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛନ୍ତି। ମଣିଷ ବିରୋଧରେ ମଣିଷକୁ ଲଢାଇବାର ଉଦ୍ୟମ କରୁଥିବା ଏ ଲୋକଙ୍କୁ ଅଣଦେଖା କରିଦେଲେ, ଏମାନେ ଚୁପ ହୋଇଯିବେ ବୋଲି ଭାବିବା ପିଲାଳିଆମୀ ହେବ।

ଆଜି ମହାରାଷ୍ଟ୍ର କରୋନା ସଂକ୍ରମଣର ସବୁଠୁ ବିପଜ୍ଜନକ ସ୍ଥିତିରେ ରହିଛି। ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରି ତାଙ୍କୁ ଚିକିତ୍ସା ଦେବାର କାମ ସେଠାକାର ସରକାର କରୁଛନ୍ତି। ଠିକ ସେଇ ସମୟରେ ଅର୍ଣ୍ଣବ ଓଗେର ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ଲାଗି ବିଜେପିର ଇସାରାରେ ପୃଷ୍ଟଭୂମି ତିଆରି କରୁଛନ୍ତି। ପାଲଘରରେ  ହୋଇଥିବା ନିନ୍ଦନୀୟ ସାଧୁହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାର ଉଦ୍ୟମ ବିଫଳ ହେବା ପରେ ଅର୍ଣ୍ଣବ ଜାଣିଶୁଣି ନୂଆ ନାଟକ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଏ ତଥାକଥିତ ସାହସୀ ସାମ୍ବାଦିକଙ୍କର ତାକତ ନାଇଁ। ତେଣୁ ସୋନିଆ ଗାନ୍ଧୀଙ୍କୁ ଗାଳିଗୁଲଜ କରିବାର ନିର୍ଲଜ  ପ୍ରକ୍ରିୟା ସେ ଚଳାଇଛନ୍ତି।

କଥା ହେଉଛି, ଏସବୁକୁ ଆମେ ଗୁରୁତ୍ଵ ଦେବା କାହିଁକି? ଏହାକୁ ଆଜି ଗୁରୁତ୍ଵ ଦେବା ଏଥି ପାଇଁ ଜରୁରୀ ହୋଇ ପଡିଛି ଯେ, ଅର୍ଣ୍ଣବ ଗୋସ୍ଵାମୀ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୌଳିକ ବିଚାର ବିରୋଧରେ କାମ କରୁଛନ୍ତି। ସରକାର, ସରକାରୀ ଦଳ ଓ ସରକାରୀ ନେତୃତ୍ଵ ହିଁ ଦେଶ ଓ ତାଙ୍କୁ ବିରୋଧ କରୁଥିବା ଲୋକ ଦେଶଦ୍ରୋହୀ ବୋଲି କହି, ସେ ଆମ ସମ୍ବିଧାନର ମୌଳିକ ବିଚାର ବିପକ୍ଷରେ ଠିଆ ହୋଇଛନ୍ତି। କୋଟି କୋଟି ଭକ୍ତ ଓ ନିନ୍ଦୁକ ସୃଷ୍ଟି କରୁଥିବା ଏ ପ୍ରକାର ଭୟଙ୍କର ଚରିତ୍ରମାନଙ୍କୁ ଏବେ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026
Latest News

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.