Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଫେରନ୍ତାଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଓ୍ବେବସାଇଟ୍‌, ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜିକରଣ
ବିଶେଷ ଖବର

ଓଡ଼ିଶା ଫେରନ୍ତାଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଓ୍ବେବସାଇଟ୍‌, ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜିକରଣ

April 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ସେହିପରି ମଇ ତିନି ପରେ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଥିବା ଓଡ଼ିଆମାନଙ୍କୁ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନରେ ଏହି ପଞ୍ଜିକରଣ କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଆଜି ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ୍‌କୁ କାର୍ଯ୍ୟକ୍ଷମ କରିଛନ୍ତି।  ଆଜି ଅପରାହ୍ନରେ ଏହି ପୋଟାର୍ଲକୁ କାର୍ଯ୍ୟକ୍ଷମ କରାଯାଇଛି।

ଯେଉଁ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନେ covid19.odisha.gov.in ଓ୍ବେବପୋର୍ଟାଲ୍‌ ଜରିଆରେ ପଞ୍ଜିକରଣ କରିପାରିବେ। ପ୍ରାୟ ପାଞ୍ଚ ଲକ୍ଷ ଲୋକ ଲକ୍‌ ଡାଉନ୍‌ ପରେ ଓଡ଼ିଶା ଫେରିବେ ବୋଲି ସରକାର ଆକାଳନ କରିଛନ୍ତି। ଏହି ଓଡ଼ିଆ ଫେରନ୍ତାଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାରଣରୁ ଏହି ଓ୍ବେବ୍‌ ପୋର୍ଟାଲ୍‌ ସହ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପଞ୍ଜିକରଣ କରିବା ପାଇଁ ସୁବିଧା କରାଯାଇଛି । ଓଡ଼ିଆ ମାନେ ଫେରିବା ପରେ ନିଜ ନିଜ ଗ୍ରାମରେ କରାଯାଉଥିବା ସ୍ବତନ୍ତ୍ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ବ୍ୟବସ୍ଥା କରାଯାଉଛି। ମାତ୍ର ବୈଷୟିକ ତ୍ରୁଟି ଯୋଗୁ ଏବେ ଏହି ପୋର୍ଟାଲ୍‌ରେ ପଞ୍ଜିକରଣ ସମ୍ଭବ ହେଉପାରୁନଥିବାର ଜଣାପଡିଛି।

ଓ୍ବେବ୍‌ ପୋର୍ଟାଲ୍‌ ସହ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପଞ୍ଜିକରଣ କରିବା ପାଇଁ ସୁବିଧା କରାଯାଇଛି। ଓଡ଼ିଆ ମାନେ ଫେରିବା ପରେ ନିଜ ନିଜ ଗ୍ରାମରେ କରାଯାଉଥିବା ସ୍ବତନ୍ତ୍ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ପଂଚାୟତ ସ୍ତରରେ ୧୦ ଜଣିଆ କମିଟି ଗଢାହୋଇଛି । ଏହି ୧୦ଜଣଙ୍କୁ ମଧ୍ୟରୁ ବିଡ଼ିଓ ୫ ଜଣିଆ କୋର୍ କମିଟି ଗଠନ କରିବେ ଯେଉଁଥିରେ ସରପଂଚ ନୋଡ଼ାଲ ଅଫିସର ଭାବେ ଏବଂ ଆଇସିଡ଼ିଏସ୍ ସୁପରଭାଇଜର୍‌, ଗ୍ରାମ ରୋଜଗାର ସେବକ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ସଦସ୍ୟଭାବେ କାମ କରିବେ।

ଅନ୍ୟ ୫ଜଣଙ୍କୁ ବ୍ୟାକ୍‌ଅପ୍ ଟିମ୍ ଭାବେ ରଖାଯିବ। ସମସ୍ତ ୧୦ ଜଣଙ୍କୁ ବିଡ଼ିଓ ପ୍ରଶିକ୍ଷଣ ଦେଇଛନ୍ତି। ଏହି କମିଟି ପଂଜୀକରଣର ସମସ୍ତ ଦାୟିତ୍ୱ ତୁଲାଇବେ । କମିଟି ପାଖରେ ପର୍ଯ୍ୟନ୍ତ ପରିମାଣର ପଂଜୀକରଣ ଫର୍ମ ଥିବା ଏମାନେ ଫର୍ମ ପୂରଣରେ ମଧ୍ୟ ସାହାଯ୍ୟ କରିବେ। ଫର୍ମ ପୂରଣ ପରେ ସ୍ଥାନୀୟ ସ୍ତରରେ ଏହାର ଯାଂଚ କରି ବିଡ଼ିଓଙ୍କୁ ପଠାଇବେ।

ଅନ୍‌ଲାଇନ୍‌ରେ କିପରି କରିବେ ପଞ୍ଜିକରଣ :

covid19.odisha.gov.in ଓ୍ବେବପୋର୍ଟାଲ୍‌ ଜରିଆରେ ପଞ୍ଜିକରଣ କରିପାରିବେ। ଏହି ପୋର୍ଟାଲ୍‌ରେ କିଛି ସର୍ତ୍ତାବଳୀ ଓ ଚୁକ୍ତିନାମା ରହିଛି। ଏଥିରେ ନିଜ ବିଷୟରେ ସବିଶେଷ ତଥ୍ୟ ସହିତ, ମୋବାଇଲ ନମ୍ବର ତଥା ସ୍ଥାନୀୟ ବ୍ୟକ୍ତିଙ୍କ ଯୋଗାଯୋଗ ସୂଚନାକୁ ସଠିକ୍‌ ଭାବେ ପ୍ରଦାନ କରନ୍ତୁ । ଯାହାଦ୍ବାରା କର୍ତ୍ତୃପକ୍ଷ ସେମାନଙ୍କ ସହ ସହଜରେ ଯୋଗାଯୋଗ କରିପାରିବେ।

ସେହିପରି ଏହି ପୋର୍ଟାଲ୍‌ରେ ଭୁଲ୍‌ ତଥ୍ୟ ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଞ୍ଜୀକରଣ ପୂର୍ବରୁ ସଠିକ୍ ଯୋଗାଯୋଗ ନମ୍ବର ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। କାରଣ ଏହି ନମ୍ବରରେ ଓଟିପି ପଠାଯିବ। ଏଥିସହିତ ପଞ୍ଜିକରଣ ପ୍ରକ୍ରିୟା, ଫେରିବା ଏବଂ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ସହ ଜଡିତ ଅନ୍ୟ ସୂଚନା ପଠାଯିବ।

ଏହି ଅନ୍‌ଲାଇନ୍‌ ପ୍ଲାଟଫର୍ମର ବ୍ୟବହାର କରି ଫର୍ମ ପୂରଣ କରିବା ସହିତ ଏଥିରେ ସମ୍ମତି ବା accept ଉପରେ କ୍ଲିକ୍‌ କରିବା ଦ୍ବାରା ଆପଣ ପଞ୍ଜୀକୃତ ହୋଇପାରିବେ।

ଏହି ପୋର୍ଟାଲ୍‌ରେ ବହୁ ଗୁରୁତ୍ବପୂର୍ଣ୍ଣ ଲିଙ୍କ୍‌ ରହିଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଲିଙ୍କ୍‌ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା, ଡବ୍ଲ୍ୟୁଏଚ୍‌ଓର ଲିଙ୍କ୍‌ ରହିଛି।

OdishaCovid19
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ

January 22, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026
Latest News

ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ

January 22, 2026

ରାଶିଫଳ: ଆଜି ଜାନୁୟାରୀ ୨୨ ତାରିଖ ଗୁରୁବାର ଦିନ ଆଠଟି ରାଶିର ଆର୍ଥିକ ସ୍ଥିତି ବେଶ ଉଜ୍ଜଳ

January 22, 2026

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.