ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2 ଲକ୍ଷ 6 ହଜାର 986କୁ ବୃଦ୍ଧି

Published: Apr 27, 2020, 7:17 am IST

ନୂଆଦିଲ୍ଲୀ : ଦୁନିଆରେ କରୋନା ଭାଇରସ୍‌ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସାରା ବିଶ୍ବରେ ମୃତ୍ୟୁସଂଖ୍ୟା 2 ଲକ୍ଷ 6ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 29,94,731ରେ ପହଞ୍ଚିଛି ।  ଗତ 24 ଘଣ୍ଟା ମଧ୍ୟରେ 73,859ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା 3,751ରେ ବୃଦ୍ଧି ହୋଇଛି । ବିଶ୍ବର 210ଟି ଦେଶକୁ ସଂକ୍ରମିତ ହୋଇଛି । ସେହିପରି 878,701ଜଣସଂକ୍ରମଣ ମୁକ୍ତ ହୋଇଛନ୍ତି ।

ଏହି ମହାମାରୀ କରୋନା ଯୋଗୁଁ ବିଶ୍ବର ଶକ୍ତିଶାଳୀ ଦେଶଗୁଡିକର ସ୍ଥିତି ବିପନ୍ନ ହୋଇପଡିଛି। ଆମେରିକା ସ୍ଥିତି ଅସମ୍ଭାଳ ହୋଇ ପଡିଛି । ମୃତ୍ୟୁ ସଂଖ୍ୟା 55 ହଜାର 413ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 987,160ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା 2,26,629ରେ ପହଞ୍ଚିବାବେଳେ ମୃତ୍ୟୁ ସଂଖ୍ୟା 23,190ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1ଲକ୍ଷ 97 ହଜାର 675 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 26,644ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା 1,62,100 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22 ହଜାର 856 ଜଣ ରହିଛନ୍ତି । ସେହିପରି ବ୍ରିଟେନ୍‌ରେ ଏକ ଲକ୍ଷ 52 ହଜାର 840 ଜଣ ସଂକ୍ରମିତ ହୋଇଥିବାବେଳେ 20 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Related posts