Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଜପତିରେ ପ୍ରବଳ ବର୍ଷା: ଘୋଡ଼ାହାଡ଼ ନଦୀ ବନ୍ୟାରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଯୋଗାଯୋଗ ବିଚ୍ଛିନ୍ନ
ଆଜିର ଖବର

ଗଜପତିରେ ପ୍ରବଳ ବର୍ଷା: ଘୋଡ଼ାହାଡ଼ ନଦୀ ବନ୍ୟାରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଯୋଗାଯୋଗ ବିଚ୍ଛିନ୍ନ

October 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Flood situation in the Ghodahada River due to heavy rainfall in Gajapati

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପ୍ରକୋପ ସୃଷ୍ଟି କରିଛି ଘୋଡ଼ାହାଡ଼ ନଦୀର ବନ୍ୟାଜଳ। ନଦୀର ଉପରମୁଣ୍ଡ ଗଜପତି ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯାହାକି ତଳମୁଣ୍ଡରେ ଭୟବହତା ବୃଦ୍ଧି କରିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ପାଟପୁର-ପଳାଶପୁର ବ୍ରିଜ ଉପରେ ଚାରି ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଆସିକା-ପାଟପୁର-ଦିଗପହଣ୍ଡିକୁ ସଂଯୋଗ କରୁଥିବା ତିନି ଶହ ଛବିଶ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଟପୁର ପୋଲିସ ଟିମ୍ ପୋଲର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ବାରିକେଟ୍ ନିର୍ମାଣ କରି କୌଣସି ବ୍ୟକ୍ତି କିମ୍ବା ଯାନବାହନକୁ ଯିବାକୁ ଦେଉନାହାନ୍ତି।

ସେହିପରି ପୁରୁଣା ମଳାଭଞ୍ଜା ଓ ଖୋଲଡିକୁ ସଂଯୋଗ କରୁଥିବା ବ୍ରିଜ ତଳେ ପନ୍ଦର ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଫଳରେ ସେଠାକାର ଅସ୍ଥାୟୀ ଆପ୍ରୋଚ୍ ରୋଡ୍ ସମ୍ପୂର୍ଣ୍ଣ ଭାସି ଯାଇଛି ଏବଂ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଘୁଷୁରୀ ନାଳର ବନ୍ୟାଜଳ ଗାଁ ଭିତରକୁ ପଶିଯିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ଗ୍ରାମବାସୀମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଅନ୍ୟପକ୍ଷରେ, ଗୌତମୀ ନିକଟ କଲରାପଦର ପଞ୍ଚାୟତର ଦ୍ୱିତୀୟ ଧର୍ମପୁର ଗ୍ରାମର ସମସ୍ତ ଚାଷଜମି ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗାଁ ଭିତରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହିପରି ସାନଖେମୁଣ୍ଡି ବ୍ଲକର ପଥରପୁଞ୍ଜି ଏବଂ ଜଲମରା ଗାଁରେ ମଧ୍ୟ ବନ୍ୟାଜଳ ପ୍ରବେଶ କରି ବହୁ କ୍ଷୟକ୍ଷତି ଘଟାଇଛି।

ଗଜପତି ଘୋଡାହାଡ ନଦୀ ବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

October 28, 2026

ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ

October 28, 2026

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

October 28, 2026

ନିବେଶକଙ୍କୁ ମାଲାମାଲ କଲା ଜିଓ, ଇସ୍ୟୁ ମୂଲ୍ୟଠାରୁ ୩୦୦ ଟଙ୍କା ଉପରକୁ ଉଠିଲା, ପ୍ରଥମ ଦିନରେ ୨୬.୮୧ ପ୍ରତିଶତ ବୃଦ୍ଧି

October 28, 2026
Latest News

କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

October 28, 2026

ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ

October 28, 2026

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

October 28, 2026

ଗଜପତିରେ ପ୍ରବଳ ବର୍ଷା: ଘୋଡ଼ାହାଡ଼ ନଦୀ ବନ୍ୟାରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଯୋଗାଯୋଗ ବିଚ୍ଛିନ୍ନ

October 28, 2026

ନିବେଶକଙ୍କୁ ମାଲାମାଲ କଲା ଜିଓ, ଇସ୍ୟୁ ମୂଲ୍ୟଠାରୁ ୩୦୦ ଟଙ୍କା ଉପରକୁ ଉଠିଲା, ପ୍ରଥମ ଦିନରେ ୨୬.୮୧ ପ୍ରତିଶତ ବୃଦ୍ଧି

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.