କଟକ : ଛାତ୍ରଛାତ୍ରୀଙ୍କୁ ନବମ ଓ ଦଶମ ପୁସ୍ତକ ବିକ୍ରି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଆଜିଠୁ ବିଭିନ୍ନ ଜୋନ୍ସକୁ ବହି ପଠାଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଲକ୍ ଡାଉନ ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଜୟପୁର ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜୋନ୍ରେ ବହି ବିକ୍ରି ନିଷ୍ପତ୍ତି ନିଆଯାଇଛି।