ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ପାର୍‌ କଲା

Published: Apr 29, 2020, 9:13 am IST

ନୂଆଦିଲ୍ଲୀ : ବିଶ୍ବ ମହାମାରୀ କରୋନା ଜାନୁଆରୀ 30ରେ କରୋନାର ପ୍ରଥମ ମାମଲା କେରଳରେ ଦେଖିବାକୁ ମିଳିଥିଲା । ଏହାପରେ କରୋନା ମହାମାରୀ ରୂପ ନେଇ 31 ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଟପିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 31 ହଜାରୁ 3332 ଜଣ ସଂକ୍ରମିତ ହୋଇଥିବାବେଳେ 1007ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 7 ହଜାର 696ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ 73 ଜଣଙ୍କର କରୋନା ଯୋଗୁଁ  ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି ।  ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ଏହା ପଛକୁ ରହିଛି ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଳୀ ପ୍ରମୁଖ ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଯୋଗୁଁ 400 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 120, ଗୁଜୁରାଟରେ 181, ଦିଲ୍ଲୀରେ 54, ତାମିଲନାଡୁରେ 25, ତେଲେଙ୍ଗାନାରେ 26, ଆନ୍ଧ୍ରପ୍ରଦେଶରେ 31, କର୍ଣ୍ଣାଟକରେ 20, ଉତ୍ତରପ୍ରଦେଶ 34,  ପଞ୍ଜାବରେ 19, ପଶ୍ଚିମବଙ୍ଗରେ 22, ରାଜସ୍ଥାନରେ 51, ଜମ୍ମୁକାଶ୍ମୀରରେ 8, ହରିୟାଣାରେ 3, କେରଳରେ 4, ଝାରଖଣ୍ଡରେ 3, ବିହାରରେ 2, ଆାସାମ ଓ ହିମାଚଳ ପ୍ରଦେଶ ଓ ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Related posts