Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି
ଆଜିର ଖବର

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ୱରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ଜନସମ୍ପର୍କ ଅଭିଯାନ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଚଳିତବର୍ଷ ପଦଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ସକ୍ରିୟ କରିବା ସହ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ବିଜେଡି ଯୋଜନା କରିଛି। ବିଶେଷକରି ଡବଲ ଇଞ୍ଜିନ ସରକାରର ନୀତି ଓ କାର୍ଯ୍ୟକଳାପକୁ ନେଇ ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ସହ ବିଜେଡି ସରକାର ସମୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ରଣନୀତି ରହିଛି।

ପଦଯାତ୍ରାରେ ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌, ଆଇନଶୃଙ୍ଖଳା, କୃଷକଙ୍କ ସମସ୍ୟା ଓ ନାରୀ ନିର୍ଯାତନା ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିବା ସହ ସରକାରଙ୍କ ନିକଟରେ ଦାବି ଓ ଆପତ୍ତି ରଖିବାକୁ ଦଳୀୟ ନେତୃତ୍ୱ ଯୋଜନା କରିଛି।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲା ମୁଖ୍ୟାଳୟରେ ପଦଯାତ୍ରା ଆୟୋଜିତ ହେବ। ଏହା ସହ ପ୍ରତି ବ୍ଲକ୍‌, ପୌରପାଳିକା, ଏନ୍‌ଏସି ଓ ମହାନଗର ନିଗମ ଅଞ୍ଚଳରେ ମଧ୍ୟ ଦଳୀୟ କର୍ମୀ ଓ ନେତାମାନେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ।

ପଦଯାତ୍ରା ଜରିଆରେ କେବଳ ରାଜନୈତିକ ପ୍ରସଙ୍ଗ ଉଠାଇବା ନୁହେଁ, ତୃଣମୂଳ ସ୍ତରରେ ଦଳୀୟ କର୍ମୀଙ୍କ ସହ ଯୋଗାଯୋଗ ବଢ଼ାଇବା ଏବଂ ସାଧାରଣ ଲୋକଙ୍କ ମତାମତ ଜାଣିବା ଉପରେ ମଧ୍ୟ ବିଜେଡି ଗୁରୁତ୍ୱ ଦେଉଛି। ଘରକୁ ଘର ଯାଇ ଲୋକଙ୍କ ସହ ଯୋଡ଼ିହେବା ମାଧ୍ୟମରେ ଦଳୀୟ ସଙ୍ଗଠନକୁ ଆହୁରି ସକ୍ରିୟ କରିବା ଲକ୍ଷ୍ୟ ରହିଛି।

ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ବିଜେଡି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ ବଢ଼ାଇବା ସହ ନିଜ ରାଜନୈତିକ ଏଜେଣ୍ଡାକୁ ଲୋକଙ୍କ ନିକଟରେ ରଖିବ। ତୃଣମୂଳ ସ୍ତରରେ ଜନମତ ଗଠନ ଓ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଏହି ପଦଯାତ୍ରାକୁ ଏକ ପ୍ରମୁଖ ରାଜନୈତିକ ଅଭିଯାନ ଭାବେ ଦଳ ପ୍ରସ୍ତୁତ କରିଛି।

BJD Padayatra 2026 odisha politics ନବୀନ ପଟ୍ଟନାୟକ ବିଜେଡି ଜନସମ୍ପର୍କ ପଦଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.