Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»119ରୁ 122 ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି
ଆଜିର ଖବର

119ରୁ 122 ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି

April 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଚାରି କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ କୋଲକତା ଫେରନ୍ତା ରହିଛନ୍ତି । 119 ନମ୍ବର ଆକ୍ରାନ୍ତ ଜଣକ  ଝାରସୁଗୁଡାର 18 ବର୍ଷୀୟା ଯୁବତୀ । ଯୁବତୀଙ୍କ ଘର ଝାରସୁଗୁଡା ବ୍ରଜରାଜନଗର ବ୍ଲକ ଚୁଡିଜାମ ଗ୍ରାମରେ । 18 ବର୍ଷୀୟା ଯୁବତୀ କୋଲକାତା ବଡବଜାର ଗସ୍ତ କରିଥିଲେ । କିଛି ଯାତ୍ରୀଙ୍କ ସହ ଏକ ଭଡା ଗାଡ଼ିରେ ଘରକୁ ଫେରିଥିଲେ । 23ରୁ 29 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ ଯୁବତୀ । 29ରେ ପଜିଟିଭ୍‌ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍‌ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

120 ନମ୍ବର ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର 77 ବର୍ଷୀୟ ବୃଦ୍ଧ । 120 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ପଜିଟିଭ୍‌ଙ୍କ ନିକଟ ସମ୍ପର୍କୀୟ । 22 ମାର୍ଚ୍ଚ ଲକ୍‌ ଡାଉନ୍‌ ଯାଏଁ ଘରେ ଥିଲେ 120 ନମ୍ବର ଆକ୍ରାନ୍ତ । ଗତ ସାତ ତାରିଖରେ ତାଙ୍କ ପରିବାରର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । 9 ତାରିଖରେ 120 ନମ୍ବର ଆକ୍ରାନ୍ତଙ୍କ ସାମ୍ପଲ୍‌ ପରୀକ୍ଷା ନେଗେଟିଭ୍‌ ଆସିଥିଲା । ପରେ ଥଣ୍ଡା, କାଶ ହେବାରୁ 104କୁ ଫୋନ୍‌ କରିଥିଲେ । ପୁନଃ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା । ଏବେ ସାମ୍ପଲ୍‌ ପରୀକ୍ଷଣ ପରେ ତାଙ୍କଠାରେ ପଜିଟିଭ୍‌ ଥିବାର ଜଣାପଡିଥିଲା। ତାଙ୍କୁ ଭୁବନେଶ୍ବର କିମସ୍‌ରେ ଭର୍ତ୍ତି କରାଯାଇଛି ।  । 121 ନମ୍ବର ଆକ୍ରାନ୍ତ ଜଣକ କେନ୍ଦୁଝର ପଞ୍ଚୁପାଲିର 60 ବର୍ଷୀୟ ବୃଦ୍ଧ । କୋଲକତା ବଡବଜାରରୁ ଆଠ ଜଣ ଯାତ୍ରୀଙ୍କ ସହ ଗାଡ଼ିରେ 28ରୁ 29ରେ ଘରକୁ ଫେରିଥିଲେ । 31 ମାର୍ଚ୍ଚରୁ 29 ଏପ୍ରିଲ୍‌ ଯାଏଁ ବିଭିନ୍ନ ସ୍ଥାନ ବୁଲିଥିଲେ, ବଜାର ଯାଇଥିଲେ । 29 ଏପ୍ରିଲ୍‌ରେ ପଜିଟିଭ୍‌ ସ୍ପଷ୍ଟ ପରେ କଟକ ଅଶ୍ବିନୀର ଭର୍ତ୍ତି ହୋଇଛନ୍ତି ।

122 ନମ୍ବର ଆକ୍ରାନ୍ତ ଦେବଗଡ ବାସୁଦେବପୁର ସୁଗୁଡାର 34 ବର୍ଷୀୟ ଯୁବକ । ଏପ୍ରିଲ୍‌ 25ରୁ 26ରେ କୋଲକାତାରୁ ଟ୍ରକ୍‌ରେ ରେଢାଖୋଲ ଫେରିଥିଲେ । ଦେବଗଡ ଡିଏଚ୍‌ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ 27ରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । 29ରେ ତାଙ୍କ ନମୁନା ପଜିଟିଭ୍ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.