Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ କୋଭିଡ୧୯ ମୁକାବିଲା କ୍ଷେତ୍ରରେ ଲକ ଡାଉନ ସତରେ ଲାଭପ୍ରଦ ହେଉଛି କି?
ବିଶେଷ ଖବର

ଭାରତରେ କୋଭିଡ୧୯ ମୁକାବିଲା କ୍ଷେତ୍ରରେ ଲକ ଡାଉନ ସତରେ ଲାଭପ୍ରଦ ହେଉଛି କି?

May 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆସନ୍ତା କାଲି ମଇ ୩ ତାରିଖ ରେ ସାରା ଦେଶରେ ଲକ ଡାଉନର ଦ୍ଵିତୀୟ ପର୍ୟାୟସରିବ ଓ ଆଉ ଦୁଇ ସପ୍ତାହ ଲାଗି ତୃତୀୟ ପର୍ୟାୟ ଆରମ୍ଭ ହେବ। ଅର୍ଥାତ ପୂରା ଦୁଇ ମାସ ବ୍ୟାପୀ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଠପ ହୋଇ ରହିବ। ତା ପରେ ବି ଜନଜୀବନ ସ୍ଵାଭାବିକ ହେବ କି ନାହିଁ, ସେ କଥା କହିହେବନାହିଁ। ଯିଏ ଯେଉଁଠି ରହିଥିଲେ, ସେମାନେ ଏବେ ଘରକୁ ଫେରନ୍ତୁ ବୋଲି ସରକାର ଚାହୁଁଛନ୍ତି। ତେବେ ସେମାନେ କେମିତି ବଞ୍ଚିବେ, କେମିତି ଘରକୁ ଫେରିବେ, ସେଥିଲାଗି ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ନାଇଁ। କେବଳ ଘରେ ରୁହନ୍ତୁ ବୋଲି କହିବା ଛଡା, ସରକାରଙ୍କ ପାଖରେ ଲୋକଙ୍କୁ ସହାୟତା ଦେବାକୁ ଅଧିକ କିଛି ନାହିଁ। ଲକ ଡାଉନର ଦ୍ଵିତୀୟ ସ୍ତରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଉ ବିଶେଷ କିଛି କହିନାହାନ୍ତି। କହିବାକୁ ଆଉ ଅଛି ବା କଣ? ସଙ୍କଟରୁ ମୁକୁଳିବାର ବାସ୍ତବ ବାଟ ଦିଶୁନାହିଁ। ମାସ ମାସ ଧରି ଦେଶର ଅର୍ଥନୀତିକୁ ତାଲା ପକାଇ ଜୀବନ ବଞ୍ଚାଇବାର ସଫଳତା କଥା ଆମେ କହୁଛୁ। ଆମେରିକା ଓ ୟୁରୋପ ସହିତ ନିଜକୁ ତୁଳନା କରି ଆମର ମୃତ୍ୟୁହାର କମ ବୋଲି ଆମେ ନିଜକୁ ଆଶ୍ଵାସନା ଦେଉଛୁ। ତେବେ ଏ ଆଶ୍ଵାସନାର ମୂଲ୍ୟ କଣ?

ବାସ୍ତବରେ ଭାରତରେ କରୋନା ସ୍ଥିତି ସୁଧୁରୁଛି କି? ମାର୍ଚ୍ଚ ୨୨ ବେଳକୁ ଦେଶରେ ୫୫୦ ଆକ୍ରାନ୍ତ ଥିବା ବେଳେ ଏବେ ସେମାନଙ୍କର ସଂଖ୍ୟା ୩୭,୦୦୦+ ରେ ପହଞ୍ଚିଲାଣି। ମୃତ୍ୟୁ ସଂଖ୍ୟା ୧୦ ରୁ ବଢି ୧୨୨୩ ହେଲାଣି। ଗତ କିଛି ଦିନ ହେଲାଣି ଦେଶରେ ହାରାହାରି ଦିନକୁ ୨୦୦୦ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୨୩୯୧। ପନ୍ଦର ଦିନ ତଳେ ହାରାହାରି ଏହା ୧୦୦୦ ବଢୁଥିଲା।  ହୁଏତ ଲକ ଡାଉନ କାରଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ବଢି ନାହାନ୍ତି। ତେବେ ଏସିଆର ଏମିତି କୌଣସି ଦେଶ ନାହିଁ, ଯେଉଁଠି କରୋନା ସଂକ୍ରମଣ ଲକ୍ଷେ ରେ ପହଞ୍ଚିଛି। ୟୁରୋପ-ଆମେରିକାରେ କରୋନାର ବ୍ୟାପ୍ତି ଏସିଆ ତୁଳନାରେ ଢେର ଅଧିକ। ତେଣୁ ୟୁରୋପ- ଆମେରିକା ସହିତ ଆମକୁ ତୁଳନା ନକରି, ଆମେ ଏସିଆ ସହିତ ନିଜକୁ ତୁଳନା କରିବା ସମୁଚିତ ହେବ। ଚୀନ ସମେତ କୌଣସି ବି ଏସୀୟ ଦେଶରେ କରୋନା ସଂକ୍ରମଣ ୟୁରୋପ ଭଳି ତୀବ୍ର ନୁହେଁ।

ସେହି ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢୁ ନାହିଁ କି? ଦିନକୁ ହାରାହାରି ୨ ହଜାରେ ଆକ୍ରାନ୍ତ ବଢିଲେ, ତାର ସଂକ୍ରମଣ ୨ ରୁ ୨୨ ଗୁଣ ବଢିବାର ସମ୍ଭାବନା ରହିଛି। ଗତ ୨୧ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଗୁଣ ବଢି ସାରିଛି। ଜାତୀୟ ସ୍ତରରେ ସଙ୍କ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ।

ଓଡିଶାରେ ମାର୍ଚ୍ଚ ୧୫ରୁ ୧୯ଏପ୍ରିଲ  ଯାଏ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଆରୋଗ୍ୟ ଲାଭ କରିଥିଲେ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ଦୁଇ ଗୁଣରୁ ଅଧିକ ବଢି ଗତକାଲି ସୁଦ୍ଧା ୧୪୯ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ୫୫ ରହିଥିବା ବେଳେ ରାଜ୍ୟରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏବେ ଦେଶରେ ସଂକ୍ରମଣ କମୁଥିବା ରାଜ୍ୟ ତୁଳନାରେ ବଢୁଥିବା ରାଜ୍ୟଙ୍କର ସଂଖ୍ୟା ଅଧିକ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୦୦+ରେ ପହଞ୍ଚିଛି। ଏଠି ଦିନକୁ ହାରାହାରି ୫୦୦+ ଆକ୍ରାନ୍ତ ବଢୁଛନ୍ତି।(ଗତକାଲି ଏହି ସଂଖ୍ୟା ୧୦୦୮ ରେ ପହଞ୍ଚିଛି) ଏହା ଉଦବେଗର ବିଷୟ। ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ପଶ୍ଚିମ ବଙ୍ଗ ଇତ୍ୟାଦି କ୍ଷେତ୍ରରେ ସଙ୍କ୍ରମିତଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢୁଛି।

ଜାତୀୟ ସ୍ତରରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଇତିମଧ୍ୟରେ ୨୬.୪୧% ହୋଇଥିବା ବେଳେ ମୃତ୍ୟୁ ହାର ୩.୩୦% ରହିଛି। ରାଜ୍ୟ ଗୁଡିକ ମଧ୍ୟରେ ଛତିଶଗଡରେ ଆରୋଗ୍ୟ ହାର ୯୦% ଓ ମୃତ୍ୟୁହାର ୦,କେରଳରେ ଆରୋଗ୍ୟ ହାର ୬୭.୯% ଓ ମୃତ୍ୟୁ ହାର ୦.୮୦%, ଓଡିଶାରେ ଆରୋଗ୍ୟ ହାର ୩୭.୧୬% ରହିଛି। ଏହାର ବିପରୀତରେ ମହାରାଷ୍ଟ୍ରରେ ଆରୋଗ୍ୟ ହାର ୧୬.୮୮%, ମୃତ୍ୟୁ ହାର ୪.୩୭%,, ଗୁଜରାଟରେ ଆରୋଗ୍ୟ ହାର ୧୪.୦୬%, ମୃତ୍ୟୁ ହାର ୪.86%, ମଧ୍ୟପ୍ରଦେଶରେ ଆରୋଗ୍ୟ ହାର  ୧୮.୩୬% ଓ ମୃତ୍ୟୁ ହାର ୫.୨୧%, ଉତ୍ତର ପ୍ରଦେଶରେ ୨୪.୯୨% ଓ ମୃତ୍ୟୁହାର ୧.୮୦, ରାଜସ୍ଥାନରେ ୩୭% ଓ ମୃତ୍ୟୁହାର ୨.୩%, ତାମିଲନାଡୁରେ ଆରୋଗ୍ୟ ହାର ୫୪.୧୫%, ମୃତ୍ୟୁହାର ୧.୧୬%,ଦିଲ୍ଲୀରେ ଆରୋଗ୍ୟ ହାର ୩୧.୧୨% ଓ ମୃତ୍ୟୁ ହାର ୧.୬୭% ରହିଛି।

ସଂକ୍ରମଣର ଗଣିତ କହୁଛି, ଗୋଟେ ନୂଆ ପୋଜିଟିଭ କେସରୁ ଅତିକମରେ ଆହୁରି ୨୨ କେସର ଶ୍ରୁଙ୍ଖଳା ତିଆରି ହୋଇପାରେ। ତେଣୁ ଦିନକୁ ୨୦୦୦ ସଂକ୍ରମିତ ବଢିଲେ ସେହି ଶ୍ରୁଙ୍ଖଳା ୨ ରୁ ୨୨ ହଜାର ପର୍ୟନ୍ତ ବଢିବ। ତେଣୁ ସଂକ୍ରମଣ ହାର ନ କମିବା ଯାଏ ଲକ ଡାଉନ ର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ। ଦେଢମାସ କାଳ ଦେଶର ଅର୍ଥନୈତିକ ଜୀବନକୁ ବିପର୍ୟସ୍ତ କରିବା ସହିତ ଏକ ଭୟଙ୍କର ମାନସିକ ଅବସାଦର ସ୍ଥିତି ମଧ୍ୟ ଆମେ ତିଆରି କରୁଛୁ।

ଆଜି ପ୍ରଶ୍ନ ଉଠୁଛି, କରୋନା ସଂକ୍ରମଣର ଏ ଚକ୍ରବୃଦ୍ଧି ଅବ୍ୟାହତ ରହିବାର ଅର୍ଥ କଣ, ଅନିର୍ଦ୍ଦିଷ୍ଟ କାଳ ଲାଗି ଲକ ଡାଉନ? ଆଜିର ସ୍ଥିତିରେ ତାହା ହିଁ ମନେ ହେଉଛି। ବର୍ତ୍ତମାନ ସ୍ଥିତିରେ ସଂପୂର୍ଣ୍ଣ ଲକ ଡାଉନ ଅପେକ୍ଷା ଅଧିକରୁ ଅଧିକ କଣ୍ଟେନମେଣ୍ଟ ଯୋନ ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି। ଆସନ୍ତା ମଇ୩ ରୁ ଗୋଟିଏ ପରେ ଗୋଟିଏ କ୍ଷେତ୍ରକୁ ଲକ ଡାଉନରୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେବା ଦରକାର। ଅର୍ଥନୀତି ଯଦି ବୁଡିଯାଏ, ତାହେଲେ ସେଥିରେ କରୋନା ସଂକ୍ରମଣ ଠୁ ଅଧିକ ଲୋକ ପ୍ରଭାବିତ ହେବେ!!

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.