![balakot airstrike is no relation with election](https://thesamikhsya.com/odia/wp-content/uploads/2019/03/nirmalansitharaman.jpg)
ସମ୍ପ୍ରତି ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ନେଇ ରାଜନୀତି ବେଶ୍ ସରଗରମ ରହିଛି । ବିରୋଧୀ ସରକାରଙ୍କୁ ଏହି ଆକ୍ରମଣର ପ୍ରମାଣ ମାଗୁଥିବାବେଳେ ସରକାର ଏହାର ଜବାବ ରଖୁଛନ୍ତି । ତେବେ ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୟାନ ଦେଇଛନ୍ତି । ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍ଲା ପାଇଁ ଯେଉଁ ଷଡ୍ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ଆତଙ୍କବାଦୀ ନିପାତ ହେଲେ ତାକୁ ନେଇ ରାଜନୀତି କରା ନଯାଉ। କାରଣ, ଏହି ଏୟାର ଷ୍ଟ୍ରାଇକ୍ର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ସେଥିପାଇଁ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।