Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ କେଉଁ ଜୋନ୍‌ରେ କିପରି ରହିଛି କଟକଣା
ଆଜିର ଖବର

ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ କେଉଁ ଜୋନ୍‌ରେ କିପରି ରହିଛି କଟକଣା

May 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଲକ୍‌ ଡାଉନ୍‌ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡ୍‌ ଲାଇନ ଜାରି କରିଛନ୍ତି । ରେଡ୍‌ ଜୋନ୍‌ରେ ମଲ୍‌, ମାର୍କେଟ୍‌, କମ୍ପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ୍‌ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କିଛି କଟକଣା ସହ ଟ୍ୟାକ୍ସି ଓ କ୍ୟାବ୍‌ ଚାଲିପାରିବ।

ତେବେ ଗ୍ରାମାଞ୍ଚଳ ହୋଇଥିଲେ ସମସ୍ତ ପ୍ରକାର ଶିଳ୍ପ  କାର୍ଯ୍ୟ ଚାଲିପାରିବ। ସହରାଞ୍ଚଳରେ ଯେଉଁଠାରେ ଶ୍ରମିକ ଉପଲବ୍ଧ ଥିବା ସେଠାରେ ନିର୍ମାଣ କାମ ଲାଗି ଅନୁମତି ଦିଆଯାଇଛି। ତେବେ ଗ୍ରାମାଞ୍ଚଳରେ ନିର୍ମାଣ କାମ ଚାଲିପାରିବ ମାର୍କେଟ କପ୍ଲେକ୍ସ ଥିବା ଅତ୍ୟାବଶକୀୟ ଜିନିଷ ବିକ୍ରେତା ଦୋକାନ ଖୋଲିପାରିବେ। ସେହିପରି ଗୋଟି ଗୋଟିକା ଦୋକାନଗୁଡିକ ବି ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ମଲକୁ ଛାଡି ଅନ୍ୟ ଦେକାନ ଖୋଲା ରହିବ।

ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାମାନଙ୍କ କାର୍ଯ୍ୟକଳାପ ସ୍ୱାଭାବିକ ଚାଲିବ। ଦୋକାନଗୁଡିକ ବି ଖୋଲାଯାଇପାରିବ। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସେବା କାର୍ଯ୍ୟ ସ୍ୱାଭାବିକ ରହିବ

ଘରୋଇ କାର୍‌ରେ ଡ୍ରାଇଭର ସହ ଦୁଇ ପାସେଞ୍ଜର୍‌ ଯାଇପାରିବେ । ଦୁଇ ଚକିଆ ଯାନରେ ପଛରେ କାହାକୁ ଅନୁମତି ମିଳିବ ନାହିଁ । ଓଲା ଓ ଉବେରରେ ମେଡ଼ିକାଲକୁ ରୋଗୀ ଯିବା ଆସିବା କରିପାରିବେ । ଜିଲ୍ଲା ଭିତରେ ଓ ବାହାରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ରେଡ୍‌ ଜୋନ୍‌ରେ ସେଲୁନ୍‌, ସ୍ପା ମଧ୍ୟ ବନ୍ଦ ରହିବ । ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି ଦିଆଯାଇଛି । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି  ଦିଆଯାଇଛି । ମାର୍କେଟ୍‌ ଓ ମାର୍କେଟ୍‌ କମ୍ପ୍ଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ସହରାଞ୍ଚଳରେ ରେସିଡେନ୍ସିଆଲ୍‌ କମ୍ପ୍ଲେକ୍ସରେ ଗୋଟିକିଆ, ଧାଡ଼ିକିଆ ଦୋକାନ ଖୋଲିବ। ଗ୍ରାମାଞ୍ଚଳରେ ମଲ୍‌ ବ୍ୟତୀତ ସବୁ ଦୋକାନ ଖୋଲିବ। ରେଡ୍‌ ଜୋନ୍‌ରେ ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି । 33 ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ କାମ କରିବ ।

ଗ୍ରୀନ୍‌ ଜୋନ୍‌ରେ ଚାଲିପାରିବନି ବସ୍‌ । ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପୂର୍ବରୁ କେନ୍ଦ୍ର 50 ପ୍ରତିଶତ ଯାତ୍ରୀ ସହ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିଲା । କିନ୍ତୁ ରାଜ୍ୟ ସରକାର ବସ୍‌ ଚଳାଚଳ ନିଷେଧ କରିଛନ୍ତି । ପୂରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ । ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ମେଳି ଉପରେ କଟକଣା ଜାରି ରହିବ । ଧାର୍ମିକ ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ବନ୍ଦ ରହିବ । ତେବେ ଗ୍ରୀନ୍‌ ଜୋନ୍‌ରେ ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସମସ୍ତ ପ୍ରକାର ମାଲ୍‌ଗାଡି ଯାଆସ କରିପାରିବ । କୌଣସି ବିଶେଷ ପାସ୍‌ର ଆବଶ୍ୟକତା ପଡିବ ନାହିଁ । ଆନ୍ତଃରାଜ୍ୟ ଗାଡି ଚଳାଚଳ କରିପାରିବ ନାହିଁ। ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର  ସବୁ ଜୋନ୍‌ରେ ବନ୍ଦ ରହିବ । କୌଣସି ଜୋନ୍‌ରେ ସିନେମା ହଲ୍‌, ଜିମ୍ନାସିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଖୋଲିବନି । ସୁଇମିଂ ପୁଲ୍‌, ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ୍‌ ମଧ୍ୟ ବନ୍ଦ ରହିବ ।

greenzone redzone
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.