ମାସ୍କ ପିନ୍ଧିବାକୁ କହିବା ପଡିଲା ମହଙ୍ଗା, ଘରେ ପଶି ଛୁରୀ ଓ ଖଣ୍ଡାରେ କଲେ ଆକ୍ରମଣ

Published: May 4, 2020, 10:42 am IST

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମାସ୍କକୁ ନେଇ ଆପତ୍ତି କରିବା ଜଣେ ବ୍ୟକ୍ତିଙ୍କୁ ବହୁମୂଲ୍ୟ ଦେବାକୁ କରିଛି। ଖଣ୍ଡା ଓ ଛୁରୀ ଦ୍ବାରା ତାଙ୍କ ଆକ୍ରମଣ କରାଯାଇଛି। ବ୍ୟକ୍ତି ଦ୍ବୟଙ୍କୁ ଗୁରୁତର ଅବସ୍ଥାରେ ରାଜଓ୍ବାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ୍‌ ଅଭିଯୁକ୍ତଙ୍କ ତଲାସ ଆରମ୍ଭ କରିଛି।

ମୁମ୍ବାଇର ତିଲକ ନଗରରେ ଏହି ଘଟଣା ଘଟିଛି।  ପୋଲିସ୍‌ ସୂତ୍ରରୁ ମିଳିଥିବା ରବିବାର ସକାଳେ କିଛି ଲୋକେ ବିନା ମାସ୍କ ଓ ସାମାଜିକ ଦୂରତ୍ବ ପାଳନ ନ କରି ପରିବାପତ୍ର କିଣୁଥିଲେ। ଏହାକୁ ନେଇ ନବନୀତ ରାଣା ନାମରେ ଜଣେ ବ୍ୟକ୍ତି ଆପତ୍ତି ଉଠାଇଥିଲେ। ଏହାପରେ କରୋନା ନେଇ ଜାରି ହୋଇଥିବା ସମସ୍ତ ନିୟମକୁ ଭାଙ୍ଗି ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା।

ଏହା ପରେ ରବିବାର ସନ୍ଧ୍ୟା 8ଟା ସମୟରେ କିଛି ଲୋକେ ହାତରେ ଖଣ୍ଡା ଓ ଛୁରୀ ଧରି ନବନୀତ ରାଣାଙ୍କ ଘରେ ପହଞ୍ଚି ଥିଲେ। ସେ ଘରେ ନଥିଲେ। କିନ୍ତୁ ତାଙ୍କ ଭାଇମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ଭାଇ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। (ଏଜେନ୍ସି)

Related posts