କେନ୍ଦ୍ରାପଡ଼ାରେ ଅସହାୟ କିନ୍ନରଙ୍କୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରାପଡ଼ା ପୋଲିସ୍ ଓ ସ୍ୱେଚ୍ଛାସେବୀ

Published: May 10, 2020, 4:45 pm IST

ଗୁରୁପଦ ବେରା
କେନ୍ଦ୍ରାପଡା : କରୋନା ଜନିତ ଲକ୍ ଡାଉନ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ । କେନ୍ଦ୍ରାପଡ଼ାର ଜାତୀୟ ରାଜପଥ ଓ ସହରରେ ଭିକ୍ଷା ବୃତ୍ତି କରି ଚଲୁଥିବା କିନ୍ନର ମାନେ ମଧ୍ୟ ନିଜା ରୋଜଗାର ହରାଇ ଭୋକ ଉପାଶରେ କାଳାତିପାତ କରୁଛନ୍ତି । ଏନେଇ ସମାଜସେବୀ ସୁନୀଲ ମହାପାତ୍ରଙ୍କ ଠାରୁ ଖବର ପାଇ ପାରାଦ୍ୱୀପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ।

ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ, ସୁରେଶ ଚନ୍ଦ୍ର ଦାସ, ଓ ସ୍ମୃତିରେଖା ପାତ୍ର ପ୍ରମୁଖ ଏମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ସାବୁନ, ମାସ୍କ, ସାନିଟାଇଜ ବଣ୍ଟନ କରିଥିଲେ। ଡିଏସ୍‌ପି କାର୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ କିନ୍ନର ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରହିବା ପାଇଁ ନିଜସ୍ୱ ଗୃହ ନଥିବାରୁ ଗୃହ ଯୋଗାଇ ଦେବାକୁ କିନ୍ନର ମାନେ ଦାବୀ କରାଯାଇଥିଲା ।

Related posts