Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»300 କିମି ଚାଲି ଚାଲି ଆସିବା ପରେ ଲୁ’ ଯୋଗୁଁ ପ୍ରାଣ ହରାଇଲେ ପ୍ରବାସୀ ଶ୍ରମିକ : ହାଇଦ୍ରାବାଦରୁ ଚାଲି ଚାଲି ଆସୁଥିଲେ ମାଲକାନଗିରି
ଆଜିର ଖବର

300 କିମି ଚାଲି ଚାଲି ଆସିବା ପରେ ଲୁ’ ଯୋଗୁଁ ପ୍ରାଣ ହରାଇଲେ ପ୍ରବାସୀ ଶ୍ରମିକ : ହାଇଦ୍ରାବାଦରୁ ଚାଲି ଚାଲି ଆସୁଥିଲେ ମାଲକାନଗିରି

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ସଂକ୍ରମଣ ସହ ଲଢେଇ ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ ଡାଉନ୍‌ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଲକ୍‌ ଡାଉନ୍‌ ଯୋଗୁଁ ହାଇଦ୍ରାବାଦରୁ ଓଡ଼ିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଶ୍ରମିକ ଜଣକ 300 କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସୁଥିବାବେଳେ ଭଦ୍ରାଚଳମ୍‌ଠାରେ ଲୁ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ କିଛି ପ୍ରବାସୀ ଶ୍ରମିକମାନଙ୍କ ସହିତ ଏହି ପ୍ରବାସୀ ଶ୍ରମିକ ଜଣ ହାଇଦ୍ରାବାଦରୁ ଓଡ଼ିଶାର ମାଲକାନଗିରି ଯିବା ପାଇଁ ଚାଲି ଚାଲି ବାହାରିଥିଲେ। ମଙ୍ଗଳବାର ଦିନ ଏହି ଶ୍ରମିକମାନେ ଭଦ୍ରାଚଳମ୍‌ରେ ପହଁଞ୍ଚିଥିଲେ। ହଠାତ୍‌ ଶ୍ରମିକଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ତା’ରେ ତାଙ୍କୁ ବାନ୍ତି ହୋଇଥିଲା ସାଙ୍ଗେ ସାଙ୍ଗେ ସେ ରାସ୍ତାରେ ବେହୋସ ହୋଇପଡିଯାଇଥିଲେ।  ତତକ୍ଷଣାତ୍‌ ପୋଲିସ୍‌ ସୂଚନା ଦିଆଯାଇ ଭଦ୍ରାଚଳମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ବ୍ୟକ୍ତି ଜଣକ ମୃତ୍ୟୁ ଲୁ ଯୋଗୁଁ ହୋଇଛି ବୋଲି ସୂଚନା ରହିଛି। ଏହି ବ୍ୟକ୍ତି ଜଣକ ସୋମବାର ଦ୍ବିପ୍ରହରଠାରୁ କିଛି ବି ଖାଦ୍ୟ ଖାଇନଥିବାର ଜଣାପଡିଛି।

ସେହିପରି ମଙ୍ଗଳବାର ତେଲେଙ୍ଗାନା କାମରେଡ୍ଡୀ ଜିଲ୍ଲାଠାରେ ଏକ ବାହାନରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ  ଯାଉଥିବା ସମୟରେ ଭାରସାମ୍ୟ ହରାଇ ଯାନଟି ଓଲଟି ପଡ଼ିବାରୁ 32 ବର୍ଷୀୟ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 20 ଜଣ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକ ଝାଡଖଣ୍ଡ ଯାଉଥିଲେ ।

କରୋନା ଭାଇରସ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ କାମ ଧନ୍ଦା ନ ପାଇ ଉପାୟ ଶୂନ୍ୟ ଭାବରେ ନିଜ ଘରକୁ ପଳାୟନ କରୁଛନ୍ତି । ଯାତାୟତର ସୁବିଧା ନଥିବାରୁ କେହି କେହି ଚାଲି ଚାଲି ତ କେହି କେହି ସାଇକେଲ ଆଉ କେହି କେହି ଟ୍ରକ୍‌ ପଛରେ ତ ପୁଣି କିଏ ରେଳ ଧାରଣାରେ । ବିପଜ୍ଜନକ ଯାତ୍ରା କରି ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ପ୍ରବାସୀ ଶ୍ରମିକ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.