ଭୁବନେଶ୍ବରର ଜଣେ ପୋଲିସ୍‌ କର୍ମଚାରୀଙ୍କୁ କରୋନା

Published: May 19, 2020, 3:11 pm IST

ଭୁବନେଶ୍ବର : ଭୁବନେଶ୍ବରର ଜଣେ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । କମିଶନରେଟ୍‌ ପୋଲିସ୍‌ର ଜଣେ କର୍ମଚାରୀଙ୍କୁ କରୋନାେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପୋଲିସ୍‌ କର୍ମଚାରୀଙ୍କ ବୟସ 36 ବର୍ଷ ବୋଲି ଜଣାପଡିଛି। ତାଙ୍କୁ କୋଭିଡ୍‌ କେୟାରରେ ରଖାଯାଇଛି ।  ସମ୍ପୃକ୍ତ 36 ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା । ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି । ସମ୍ପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା । ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଘଟଣା ପରେ ଅନ୍ୟ ସବୁ କର୍ମଚାରୀଙ୍କ  ସ୍ବାସ୍ଥ୍ୟ ପ୍ରତି ନିଘା ରଖାଯାଇଛି ।

Related posts